ଯଥୈଧାଂସି ସମିଦ୍ଧୋଽଗ୍ନିର୍ଭସ୍ମସାତ୍କୁରୁତେଽର୍ଜୁନ ।
ଜ୍ଞାନାଗ୍ନିଃ ସର୍ବକର୍ମାଣି ଭସ୍ମସାତ୍କୁରୁତେ ତଥା ।। ୩୭ ।।
ଯଥା - ଯେପରି; ଏଧାଂସି- ଇନ୍ଧନ; ସମିଦ୍ଧ -ପ୍ରଜ୍ୱଳିତ; ଅଗ୍ନିଃ -ଅଗ୍ନି; ଭସ୍ମସାତ୍- ଭସ୍ମୀଭୂତ; କୁରୁତେ -କରେ; ଅର୍ଜୁନ -ହେ ଅର୍ଜୁନ; ଜ୍ଞାନ-ଅଗ୍ନିଃ -ଜ୍ଞାନାଗ୍ନି; ସର୍ବକର୍ମାଣି -ସମସ୍ତ ଭୌତିକ କର୍ମର ପ୍ରତିକ୍ରିୟାକୁ; ଭସ୍ମସାତ୍ -ଭସ୍ମୀଭୂତ; କୁରୁତେ -କରେ; ତଥା - ସେହିପରି ।
BG 4.37: ହେ ଅର୍ଜୁନ! ଅଗ୍ନିଶିଖା ଯେପରି ଇନ୍ଧନକୁ ପାଉଁଶରେ ପରିଣତ କରିଦିଏ, ସେହିପରି ଜ୍ଞାନର ଅଗ୍ନି ସାଂସାରିକ କର୍ମର ଫଳକୁ ଜଳାଇ ଭସ୍ମ କରିଦିଏ ।
ଯଥୈଧାଂସି ସମିଦ୍ଧୋଽଗ୍ନିର୍ଭସ୍ମସାତ୍କୁରୁତେଽର୍ଜୁନ ।
ଜ୍ଞାନାଗ୍ନିଃ ସର୍ବକର୍ମାଣି ଭସ୍ମସାତ୍କୁରୁତେ ତଥା ।। ୩୭ ।।
ହେ ଅର୍ଜୁନ! ଅଗ୍ନିଶିଖା ଯେପରି ଇନ୍ଧନକୁ ପାଉଁଶରେ ପରିଣତ କରିଦିଏ, ସେହିପରି ଜ୍ଞାନର ଅଗ୍ନି ସାଂସାରିକ କର୍ମର ଫଳକୁ ଜଳାଇ ଭସ୍ମ କରିଦିଏ ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଗୋଟିଏ ଛୋଟ ସ୍ଫୁଲିଙ୍ଗର ମଧ୍ୟ ଏକ ବିରାଟ ଅଗ୍ନିକାଣ୍ଡ ଘଟାଇବାର ଶକ୍ତି ଅଛି ଏବଂ ଦହନଶୀଳ ପଦାର୍ଥର ବିଶାଳ ସ୍ତୂପକୁ ମଧ୍ୟ ତାହା ଜାଳି ଦେଇପାରେ । ୧୬୬୬ ମସିହାରେ ଲଣ୍ଡନରେ ଏକ ରୋଟି କାରଖାନାରେ ଘଟିଥିବା ବିଶାଳ ଅଗ୍ନିକାଣ୍ଡ ଏକ ଛୋଟ ସ୍ଫୁଲିଙ୍ଗରୁ ଆରମ୍ଭ ହୋଇଥିଲା । କିନ୍ତୁ ଏହା ବୃଦ୍ଧିପାଇ ୧୩୨୦୦ଟି ଗୃହ, ୮୭ଟି ଚର୍ଚ୍ଚ ଏହଂ ସହରର ଅନେକ ଅଫିସ୍କୁ ଭସ୍ମ କରି ଦେଇଥିଲା ।
ଆମ ସମସ୍ତଙ୍କର ମଧ୍ୟ ଅନନ୍ତ ପୂର୍ବ ଜନ୍ମର ପାପ ଓ ପୁଣ୍ୟ କର୍ମର ପ୍ରତିକ୍ରିୟା ଭାବରେ କୁଢ଼ କୁଢ଼ କର୍ମ ରହିଛି । ଆମେ ଯଦି ଏହି କର୍ମଗୁଡିକୁ ଭୋଗ କରି ସମାପ୍ତ କରିବାକୁ ଉଦ୍ୟମ କରିବା, ସେଥିପାଇଁ ଅନେକ ଜନ୍ମ ଲାଗିଯିବ ଏବଂ ସେଥିରେ ଅନ୍ତହୀନ ଭାବରେ ଅନେକ ନୂତନ କର୍ମ ମଧ୍ୟ ଯୋଗ ହେବାରେ ଲାଗିବ । କିନ୍ତୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁୁ ଦୃଢ ପ୍ରତିଶୃତି ଦେଉଛନ୍ତି ଯେ ଏହି ଜନ୍ମରେ ହିଁ ସେହି କର୍ମର ଭଣ୍ଡାରକୁ ଭସ୍ମ କରିବାର ଶକ୍ତି ଜ୍ଞାନରେ ଅଛି । କାରଣ ଆତ୍ମା ବିଷୟରେ ଜ୍ଞାନ ଏବଂ ଭଗବାନଙ୍କ ସହିତ ତା’ର ସମ୍ବନ୍ଧ ବିଷୟରେ ଜ୍ଞାନ, ଆମକୁ ଭଗବାନଙ୍କର ଶରଣାଗତ କରାଇ ଥାଏ । ଆମେ ଯେତେବେଳେ ଭଗବାନଙ୍କର ଶରଣାଗତ ହେଉ, ସେ ଆମର ଅନନ୍ତ ଜନ୍ମର ସଞ୍ôଚତ କର୍ମକୁ ଭସ୍ମ କରି ଆମକୁ ଭୌତିକ ବନ୍ଧନକୁ ମୁକ୍ତ କରିଦିଅନ୍ତି ।