Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 4, Verse 38

ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ ।
ତତ୍‌ସ୍ୱୟଂ ଯୋଗସଂସିଦ୍ଧଃ କାଳେନାତ୍ମନି ବିନ୍ଦତି ।। ୩୮ ।।

ନ -ନାହିଁ; ହି -ନିଶ୍ଟିତଭାବେ; ଜ୍ଞାନେନ- ଜ୍ଞାନ; ସଦୃଶଂ- ସଦୃଶ; ପବିତ୍ରଂ- ପବିତ୍ର; ଇହ -ଇହ ଜଗତରେ; ବିଦ୍ୟତେ - ଅଛି; ତତ୍ - ତାହା; ସ୍ୱୟଂ- ସ୍ୱୟଂ; ଯୋଗ- ଯୋଗାଭ୍ୟାସ; ସଂସିଦ୍ଧି- ପରିପକ୍ୱ ହୋଇ; କାଳେନ -କାଳକ୍ରମେ; ଆତ୍ମନି -ହୃଦୟରେ; ବିନ୍ଦତି - ପ୍ରାପ୍ତ କରେ ।

Translation

BG 4.38: ଏହି ସଂସାରରେ, ଦିବ୍ୟଜ୍ଞାନ ପରି ପବିତ୍ର ଅନ୍ୟ କିିଛି ନାହିଁ । ଯିଏ ସୁଦୀର୍ଘ ଯୋଗ ସାଧନା ଦ୍ୱାରା ମନକୁ ଶୁଦ୍ଧ କରିଥାଏ, ସମୟାନୁକ୍ରମେ ସେହି ଜ୍ଞାନକୁ ସେ ଅନ୍ତଃକରଣରେ ପ୍ରାପ୍ତ କରେ ।

Commentary

ଜ୍ଞାନ ଠାରେ ଶୁଦ୍ଧ କରିବା, ଉନ୍ନତ କରିବା, ମୁକ୍ତ କରିବା ଏବଂ ଭଗବାନଙ୍କ ସହିତ ମିଳିତ କରାଇବାର ଶକ୍ତି ରହିଛି, ତେଣୁ ଏହା ଅତ୍ୟନ୍ତ ଗରିମାମୟ ଏବଂ ଶୁଦ୍ଧ ଅଟେ । କିନ୍ତୁ ଦୁଇ ପ୍ରକାରର ଜ୍ଞାନ ମଧ୍ୟରେ ପାର୍ଥକ୍ୟ ଜାଣିବା ଆବଶ୍ୟକ: ଶାବ୍ଦିକ ଜ୍ଞାନ ଏବଂ ଅନୁଭବାତ୍ମକ ଜ୍ଞାନ ।

ଗୋଟିଏ ପ୍ରକାର ଜ୍ଞାନ ଅଛି ଯାହା ଶାସ୍ତ୍ର ପଠନ ଏବଂ ଗୁରୁଙ୍କ ଠାରୁ ଶ୍ରବଣ ଦ୍ୱାରା ହୋଇଥାଏ । କିନ୍ତୁ କେବଳ ଶାବ୍ଦିକ ଜ୍ଞାନ ଅପର୍ଯ୍ୟାପ୍ତ ଅଟେ । ଏହା ଏପରି ଅଟେ, ଯେପରି ଜଣେ ପାକଶାସ୍ତ୍ର ପଠନ କରିଥାଏ କିନ୍ତୁ କେବେ ରୋଷେଇଶାଳକୁ ଯାଇ ନ ଥାଏ । ରୋଷେଇର ଏହି ଶାବ୍ଦିକ ଜ୍ଞାନ କାହାର କ୍ଷୁଧା ମେଣ୍ଟାଇ ପାରେନାହିଁ । ସେହିପରି ଜଣେ ବ୍ୟକ୍ତି ଗୁରୁଙ୍କଠାରୁ ଆତ୍ମା, ଭଗବାନ୍‌, ମାୟା, କର୍ମ, ଜ୍ଞାନ ଏବଂ ଭକ୍ତି ବିଷୟରେ ଶାବ୍ଦିକ ଜ୍ଞାନ ପ୍ରାପ୍ତ କରିପାରେ, କିନ୍ତୁ ତାହା ଭଗବତ୍‌ପ୍ରାପ୍ତି କରାଇ ନ ଥାଏ । ବ୍ୟକ୍ତି ଯେତେବେଳେ ଏହି ଶାବ୍ଦିକ ଜ୍ଞାନ ଅନୁସାରେ ସାଧନା କରି ତା’ର ଅନ୍ତଃକରଣ ଶୁଦ୍ଧ କରିଥାଏ, ସେତେବେଳେ ତାଙ୍କ ଅନ୍ତରରେ ଆତ୍ମା ବିଷୟରେ ଏବଂ ଭଗବାନଙ୍କ ସହିତ ତାଙ୍କର ସମ୍ବନ୍ଧ ବିଷୟରେ ଜ୍ଞାନ ଉଦ୍‌ଭାସିତ ହୁଏ । ମହର୍ଷି ପତଞ୍ଜଳି କହିଛନ୍ତି:

ଶ୍ରୁତାନୁମାନ-ପ୍ରଜ୍ଞାଭ୍ୟାମ୍ ଅନ୍ୟ-ବିଷୟା ବିଶେଷାର୍ଥତ୍ୱାତ୍ (ଯୋଗଦର୍ଶନ ୧.୪୯)

“ଯୋଗ ସାଧନା ମାଧ୍ୟମରେ ଅନ୍ତରର ଅନୁଭୂତି ଦ୍ୱାରା ଯେଉଁ ଜ୍ଞାନ ପ୍ରାପ୍ତ ହୋଇଥାଏ, ତାହା ଶାସ୍ତ୍ରର ଶାବ୍ଦିକ ଜ୍ଞାନ ଅପେକ୍ଷା ଶ୍ରେଷ୍ଠତର ଅଟେ ।” ଶୁଦ୍ଧତମ ଓ ଭବ୍ୟ ଭାବରେ ଶ୍ରୀକୃଷ୍ଣ ଏହି ଅନୁଭବାତ୍ମକ ଜ୍ଞାନର ଉଚ୍ଚ ପ୍ରଶଂସା କରିଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
4. ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!