ଅଜ୍ଞଶ୍ଚାଶ୍ରଦ୍ଦଧାନଶ୍ଚ ସଂଶୟାତ୍ମା ବିନଶ୍ୟତି ।
ନାୟଂ ଲୋକୋଽସ୍ତି ନ ପରୋ ନ ସୁଖଂ ସଂଶୟାତ୍ମନଃ ।। ୪୦।।
ଅଜ୍ଞଃ -ଅଜ୍ଞ ବା ମୂର୍ଖ; ଚ- ଏବଂ; ଅଶ୍ରଦ୍ଦଧାନଃ - ଶ୍ରଦ୍ଧାରହିତ; ଚ- ଏବଂ; ସଂଶୟ- ସନ୍ଦେହଯୁକ୍ତ; ଆତ୍ମା -ବ୍ୟକ୍ତି; ବିନଶ୍ୟତି - ବିନଷ୍ଟ ହୁଏ; ନ- ନାହିଁ; ଅୟଂ -ଏହି; ଲୋକଃ - ପୃଥିବୀରେ; ଅସ୍ତି -ଅଛି; ନ -ନାହିଁ; ପରଃ - ପରଜନ୍ମ; ନ- ନାହିଁ; ସୁଖଂ- ସୁଖ; ସଂଶୟ - ସନ୍ଦିଗ୍ଧମନା; ଆତ୍ମନଃ - ବ୍ୟକ୍ତିର ।
BG 4.40: କିନ୍ତୁ ଯେଉଁ ବ୍ୟକ୍ତିର ବିଶ୍ୱାସ ବା ଜ୍ଞାନ ନାହିଁ ଏବଂ ସ୍ୱଭାବତଃ ଯେଉଁମାନେ ସନ୍ଦେହୀ ହୋଇଥାନ୍ତି, ତାଙ୍କର ଅଧୋଗତି ହୋଇଥାଏ । ଏପରି ଏକ ସଂଶୟଯୁକ୍ତ ଆତ୍ମା, ଇହଲୋକରେ ବା ପରଲୋକରେ ସୁଖ ପାଇ ନ ଥାଏ ।
ଅଜ୍ଞଶ୍ଚାଶ୍ରଦ୍ଦଧାନଶ୍ଚ ସଂଶୟାତ୍ମା ବିନଶ୍ୟତି ।
ନାୟଂ ଲୋକୋଽସ୍ତି ନ ପରୋ ନ ସୁଖଂ ସଂଶୟାତ୍ମନଃ ।। ୪୦।।
କିନ୍ତୁ ଯେଉଁ ବ୍ୟକ୍ତିର ବିଶ୍ୱାସ ବା ଜ୍ଞାନ ନାହିଁ ଏବଂ ସ୍ୱଭାବତଃ ଯେଉଁମାନେ ସନ୍ଦେହୀ ହୋଇଥାନ୍ତି, ତାଙ୍କର ଅଧୋଗତି ହୋଇଥାଏ । ଏପରି ଏକ ସଂଶୟଯୁକ୍ତ ଆତ୍ମା, …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଭକ୍ତି ରସାମୃତ ସିନ୍ଧୁ ସାଧକ ମାନଙ୍କର ବିଶ୍ୱାସ ଓ ଜ୍ଞାନର ମାତ୍ରା ଅନୁସାରେ ସେମାନଙ୍କୁ ତିନି ଶ୍ରେଣୀରେ ବିଭକ୍ତ କରିଥାଏ:
ଶାସ୍ତ୍ରେ ଯୁକ୍ତୌ ଚ ନିପୁଣଃ ସର୍ବଥା ଦୃଢ଼-ନିଶ୍ଚୟଃ
ପ୍ରୌଢ଼-ଶ୍ରଦ୍ଧୋଽଧିକାରୀ ଯଃ ସ ଭକ୍ତାବୁତ୍ତମୋ ମତଃ
ଯଃ ଶାସ୍ତ୍ରାଦିଷ୍ୱନିପୁଣଃ ଶ୍ରଦ୍ଧାବାନ ସ ତୁ ମଧ୍ୟମଃ
ଯୋ ଭବେତ୍ କୋମଳ ଶ୍ରଦ୍ଧାଃ ସ କନିଷ୍ଠୋ ନିଗଦ୍ୟତେ (୧.୨.୧୭-୧୯)
“ଯାହାର ଶାସ୍ତ୍ର ଜ୍ଞାନ ଥାଏ ଏବଂ ତା’ ସହିତ ଦୃଢ଼ ବିଶ୍ୱାସ ମଧ୍ୟ ଥାଏ, ସେ ଶେଷ୍ଠ ସାଧକ ଅଟନ୍ତି । ମଧ୍ୟମ ଶ୍ରେଣୀ ସାଧକଙ୍କର ଶାସ୍ତ୍ରଜ୍ଞାନ ନ ଥାଏ, କିନ୍ତୁ ଗୁୁରୁ ଏବଂ ଭଗବାନଙ୍କ ପ୍ରତି ପୂର୍ଣ୍ଣ ଶ୍ରଦ୍ଧା ଥାଏ । ନିମ୍ନ ଶ୍ରେଣୀର ସାଧକମାନଙ୍କର ଶାସ୍ତ୍ରଜ୍ଞାନ କିମ୍ବା ବିଶ୍ୱାସ କିଛି ମଧ୍ୟ ନ ଥାଏ । ଏହି ତୃତୀୟ ଶ୍ରେଣୀର ସାଧକମାନଙ୍କ ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ଏହି ଜନ୍ମରେ ବା ପର ଜନ୍ମରେ ସୁଖ ପାଇବେ ନାହିଁ ।
ସାଂସାରିକ କାର୍ଯ୍ୟମାନଙ୍କରେ ମଧ୍ୟ ବିଶ୍ୱାସର ଆବଶ୍ୟକତା ରହିଥାଏ । ଉଦାହରଣ ସ୍ୱରୂପ, ଯଦି ଜଣେ ସ୍ତ୍ରୀ ଏକ ଭୋଜନାଳୟରୁ ଖାଦ୍ୟ ମଗାଇଥାଏ, ତେବେ ତା’ର ବିଶ୍ୱାସ ଥାଏ ଯେ ଭୋଜନାଳୟରେ କେହି ତାଙ୍କ ଖାଦ୍ୟରେ ବିଷ ମିଶାଇ ନ ଥିବେ । ସଂଶୟଗ୍ରସ୍ତ ହୋଇ ସେ ଯଦି ସମସ୍ତ ଖାଦ୍ୟର ରାସାୟନିକ ପରୀକ୍ଷା କରିବାକୁ ଇଚ୍ଛାକରିବେ, ତେବେ ସେ ଖାଦ୍ୟ ଖାଇ ତା’ର ଆନନ୍ଦ ଉପଭୋଗ କରିବେ କିପରି? ସେହିପରି ଜଣେ ବ୍ୟକ୍ତି ସେଲୁନ୍କୁ ଦାଢ଼ି କାଟିବାକୁ ଯିବେ, ଚୌକିରେ ବସିବା ପରେ ବାରିକ ତାଙ୍କ ଗଳା ପାଖରେ ଧାରୁଆ ଛୁରୀ ଚାଳନା କରିବ । ସେ ଯଦି ସନ୍ଦେହ କରିବେ ଯେ ବାରିକର ତାଙ୍କୁ ହତ୍ୟା କରିବାର ଉଦ୍ଦେଶ୍ୟ ଅଛି, ତେବେ ସେ ଚୌକିରେ ସ୍ଥିର ହୋଇ ବସିପାରିବେ ନାହିଁ କିମ୍ବା ବାରିକ ତାଙ୍କ ଦାଢ଼ି କାଟି ପାରିବ ନାହିଁ । ତେଣୁ ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଜଣେ ସନ୍ଦେହୀ ବ୍ୟକ୍ତି ପାଇଁ ଇହଲୋକରେ ବା ପରଲୋକରେ ସୁଖ ନାହିଁ ।