Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 4, Verse 41

ଯୋଗସଂନ୍ୟସ୍ତକର୍ମାଣଂ ଜ୍ଞାନସଂଛିନ୍ନସଂଶୟମ୍ ।
ଆତ୍ମବନ୍ତଂ ନ କର୍ମାଣି ନିବଧ୍ନନ୍ତି ଧନଞ୍ଜୟ ।। ୪୧ ।।

ଯୋଗ-ସଂନ୍ୟସ୍ତ-କର୍ମାଣଂ - ଯେଉଁମାନେ କର୍ମକାଣ୍ଡକୁ ତ୍ୟାଗ କରି ଶରୀର, ମନ, ଆତ୍ମାକୁ ଭଗବାନଙ୍କ ପ୍ରତି ଉତ୍ସର୍ଗୀକୃତ କରିଥାଆନ୍ତି; ଜ୍ଞାନ - ଜ୍ଞାନ ଦ୍ୱାରା; ସଂଛିନ୍ନ - ଛିନ୍ନ ହୋଇଥିବା; ସଂଶୟଂ - ସଂଶୟ; ଆତ୍ମବନ୍ତଂ- ଆତ୍ମଜ୍ଞାନରେ ସ୍ଥିତ; ନ- ନାହିଁ; କର୍ମାଣି - କର୍ମ; ନିବଧ୍ନନ୍ତି- ବାନ୍ଧେ; ଧନଞ୍ଜୟ - ହେ ଧନଞ୍ଜୟ ।

Translation

BG 4.41: ହେ ଅର୍ଜୁନ! ଯେଉଁମାନେ ଯୋଗର ଅଗ୍ନିରେ କର୍ମକୁ ତ୍ୟାଗ କରିଛନ୍ତି, ଯାହାର ଶଙ୍କା ଜ୍ଞାନ ଦ୍ୱାରା ଦୂରୀଭୂତ ହୋଇଛି ଏବଂ ଯେଉଁମାନେ ଆତ୍ମଜ୍ଞାନରେ ସ୍ଥିତ, କର୍ମ ସେମାନଙ୍କୁ ବନ୍ଧନରେ ପକାଏ ନାହିଁ ।

Commentary

ବିଧିବିଧାନ ଯୁକ୍ତ ତଥା ସାମାଜିକ କର୍ତ୍ତବ୍ୟ ଭାବରେ କରାଯାଉଥିବା କାର୍ଯ୍ୟକୁ କର୍ମ କୁହାଯାଏ । ସନ୍ନ୍ୟାସ ଅର୍ଥ ତ୍ୟାଗ ଏବଂ ଯୋଗର ଅର୍ଥ “ଭଗବାନଙ୍କ ସହିତ ମିଳନ ।” ଏଠାରେ ଶ୍ରୀକୃଷ୍ଣ ଯୋଗସଂନ୍ୟସ୍ତ କର୍ମାଣଂ ଶବ୍ଦ ପ୍ରୟୋଗ କରିଛନ୍ତି । ଯେଉଁମାନେ ବିଧିବିଧାନଯୁକ୍ତ ସମସ୍ତ କର୍ମକୁ ତ୍ୟାଗ କରି ଶରୀର, ମନ ଓ ଆତ୍ମାକୁ ଭଗବାନଙ୍କ ପ୍ରତି ସମର୍ପିତ କରିଥାଆନ୍ତି, ଏହା ସେ ସେମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଏହିପରି ବ୍ୟକ୍ତିମାନେ ତାଙ୍କର ସମସ୍ତ କର୍ମ ଭଗବାନଙ୍କର ସେବା ରୂପରେ କରିଥାନ୍ତି । ଶ୍ରୀକୃଷ୍ଣ କହୁଛନ୍ତି, ସେମାନଙ୍କର ଭକ୍ତିଯୁକ୍ତ କର୍ମ ତାଙ୍କୁ ବନ୍ଧନରେ ପକାଏ ନାହିଁ ।

ଯେଉଁ କର୍ମ ନିଜ ସ୍ୱାର୍ଥ ପାଇଁ କରାଯାଇଥାଏ, ତାହାହିଁ କର୍ମ ବନ୍ଧନ କରାଏ । ଯେତେବେଳେ କୌଣସି କାର୍ଯ୍ୟ ଭଗବାନଙ୍କ ସୁଖ ପାଇଁ କରାଯାଏ, ତାହା କର୍ମ ପ୍ରତିକ୍ରିୟା ମୁକ୍ତ ହୋଇଥାଏ । ସେଗୁଡ଼ିକ, କୌଣସି ସଂଖ୍ୟାକୁ ୦ (ଶୂନ୍ୟ) ଦ୍ୱାରା ଗୁଣିତ କରିବା ପରି ଅଟେ । ଆମେ ଯଦି ୦କୁ ୧୦ରେ ଗୁଣନ କରିବା, ଫଳ ୦ ହେବ; ଯଦି ଆମେ ୦କୁ ୧୦୦୦ ସହିତ ଗୁଣନ କରିବା, ଫଳ ୦ ହିଁ ହେବ; ଏବଂ ଆମେ ଯଦି ୦କୁ ଏକ ନିୟୁତ ସହିତ ଗୁଣନ କରିବା, ତଥାପି ଫଳ ୦ ହେବ । ସେହିପରି ଜ୍ଞାନଯୁକ୍ତ ଆତ୍ମା ସଂସାରରେ କରୁଥିବା କର୍ମଦ୍ୱାରା ବାନ୍ଧିହୁଏ ନାହିଁ । କାରଣ ସେଗୁଡ଼ିକ ଯୋଗର ଅଗ୍ନିରେ ଭଗବାନଙ୍କୁ ଅର୍ପିତ ହୋଇଥାଏ, ଅର୍ଥାତ୍ ସେଗୁଡ଼ିକ ଭଗବାନଙ୍କ ସୁଖ ପାଇଁ କରାଯାଇଥାଏ । ଅତଏବ, ମହାପୁରୁଷମାନେ ସମସ୍ତ ପ୍ରକାରର କର୍ମ କରୁଥିଲେ ମଧ୍ୟ, କର୍ମ ବନ୍ଧନ ଦ୍ୱାରା ଆବଦ୍ଧ ହୁଅନ୍ତି ନାହିଁ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
4. ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!