ତସ୍ମାଦଜ୍ଞାନସମ୍ଭୂତଂ ହୃତ୍ସ୍ଥଂ ଜ୍ଞାନାସିନାତ୍ମନଃ ।
ଛିତ୍ତ୍ୱେ÷ନଂ ସଂଶୟଂ ଯୋଗମାତିଷ୍ଠୋତ୍ତିଷ୍ଠ ଭାରତ ।। ୪୨।।
ତସ୍ମାତ୍-ତେଣୁ; ଅଜ୍ଞାନ-ସମ୍ଭୂତଂ -ଅଜ୍ଞାନ-ଜାତ; ହୃତ୍ସ୍ଥଂ - ହୃଦୟରେ ଅବସ୍ଥିତ; ଜ୍ଞାନ -ଜ୍ଞାନ; ଅସିନା -ଶସ୍ତ୍ର ଦ୍ୱାରା; ଆତ୍ମନଃ - ଆତ୍ମାର, ଛିତ୍ୱା - ଛିନ୍ନକରି; ଏନଂ -ଏହାକୁ; ସଂଶୟଂ -ସଂଶୟ; ଯୋଗୀ -ଯୋଗରେ; ଆତିଷ୍ଠ - ଆଶ୍ରୟ ଗ୍ରହଣ କର; ଉତ୍ତିଷ୍ଠ -ଉଠ; ଭାରତ - ହେ ଭରତବଂଶଜ ।
BG 4.42: ତେଣୁ, ତୁମ ହୃଦୟରେ ଉପୁଜିଥିବା ଅବିଶ୍ୱାସକୁ ଜ୍ଞାନର ତରବାରୀରେ ଛିନ୍ନ କର । ହେ ଭାରତ ଶ୍ରେଷ୍ଠ! ନିଜକୁ କର୍ମ ଯୋଗରେ ସ୍ଥିତ କର । ଉଠ, ଠିଆ ହୁଅ ଏବଂ କର୍ମ କର ।
ତସ୍ମାଦଜ୍ଞାନସମ୍ଭୂତଂ ହୃତ୍ସ୍ଥଂ ଜ୍ଞାନାସିନାତ୍ମନଃ ।
ଛିତ୍ତ୍ୱେ÷ନଂ ସଂଶୟଂ ଯୋଗମାତିଷ୍ଠୋତ୍ତିଷ୍ଠ ଭାରତ ।। ୪୨।।
ତେଣୁ, ତୁମ ହୃଦୟରେ ଉପୁଜିଥିବା ଅବିଶ୍ୱାସକୁ ଜ୍ଞାନର ତରବାରୀରେ ଛିନ୍ନ କର । ହେ ଭାରତ ଶ୍ରେଷ୍ଠ! ନିଜକୁ କର୍ମ ଯୋଗରେ ସ୍ଥିତ କର । ଉଠ, …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଏଠାରେ ବ୍ୟବହୃତ ହୋଇଥିବା ହୃଦୟ ଶବ୍ଦଟି ଛାତି ଭିତରେ ଶରୀରରେ ରକ୍ତ ସଞ୍ଚାଳନ କରୁଥିବା ଭୌତିକ ଅଙ୍ଗକୁ ବୁଝାଏ ନାହିଁ । ବେଦ କହେ, ଭୌତିକ ମସ୍ତିଷ୍କ ଆମ ମୁଣ୍ଡ ଭିତରେ ରହେ କିନ୍ତୁ ସୂକ୍ଷ୍ମ ମନ ହୃଦୟ ଅଞ୍ଚଳରେ ରହିଥାଏ । ସେଥିପାଇଁ ଭଲପାଇବା ବା ଘୃଣା କରିବାରେ ବ୍ୟକ୍ତି ହୃଦୟରେ ବ୍ୟଥା ଅନୁଭବ କରେ । ଏହି ଦୃଷ୍ଟିରୁ, ଅନୁକମ୍ପା, ଭଲ ପାଇବା, ସହାନୁଭୂତି ଏବଂ ସମସ୍ତ ସୁ-ଆବେଗର ଉତ୍ସ ହୃଦୟ ଅଟେ । ତେଣୁ ଶ୍ରୀକୃଷ୍ଣ ଯେତେବେଳେ ହୃଦୟରେ ଉତ୍ପନ୍ନ ହେଉଥିବା ଶଙ୍କା କଥା କହୁଛନ୍ତି, ତା’ର ଅର୍ଥ ମନରେ ଉଠୁଥିବା ଶଙ୍କା । ଏହା ଅତି ସୂକ୍ଷ୍ମ ଯନ୍ତ୍ର ଯାହା ହୃଦୟ ଅଞ୍ଚଳରେ ରହିଥାଏ ।
ଅର୍ଜୁନଙ୍କର ଆଧ୍ୟାତ୍ମିକ ଗୁରୁ ଭୂମିକାରେ ରହି ଭଗବାନ ତାଙ୍କ ଶିଷ୍ୟଙ୍କୁ କର୍ମଯୋଗ ଦ୍ୱାରା କିପରି ଗଭୀର ଜ୍ଞାନ ପ୍ରାପ୍ତ କରିବେ, ସେହି ଶିକ୍ଷା ପ୍ରଦାନ କରିଛନ୍ତି । ସେ ବର୍ତ୍ତମାନ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ ଜ୍ଞାନ ଓ ବିଶ୍ୱାସର ଉପଯୋଗ କରି ତାଙ୍କ ମନର ଶଙ୍କାକୁ ଦୂର କରନ୍ତୁ । ସେ କର୍ମ କରିବାକୁ ଆହ୍ୱାନ ଦେଉଛନ୍ତି ଏବଂ ଅର୍ଜୁନଙ୍କୁ ଜାଗ୍ରତ ହୋଇ କର୍ମଯୋଗୀ ଭାବରେ ତାଙ୍କର କର୍ମ କରିବାକୁ କହୁଛନ୍ତି । କର୍ମରୁ ବିରତ ହେବା ଏବଂ କର୍ମ କରିବା, ଏପରି ଦ୍ୱିବିଧ ନିର୍ଦ୍ଦେଶ ଅର୍ଜୁନଙ୍କ ମନରେ ତଥାପି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି, ଯାହା ସେ ପରବର୍ତ୍ତୀ ଅଧ୍ୟାୟର ପ୍ରାରମ୍ଭରେ ବ୍ୟକ୍ତ କରିଛନ୍ତି ।