ଯୁକ୍ତ କର୍ମଫଳଂ ତ୍ୟକ୍ତ୍ୱା ଶାନ୍ତିମାପ୍ନୋତି ନୈଷ୍ଠିକୀମ୍ ।
ଅଯୁକ୍ତଃ କାମକାରେଣ ଫଳେ ସକ୍ତୋ ନିବଧ୍ୟତେ ।।୧୨।।
ଯୁକ୍ତଃ - ଯହାର ଚେତନା ଭଗବାନଙ୍କ ସହିତ ସଂଯୁକ୍ତ; କର୍ମ-ଫଳଂ- କର୍ମଫଳ; ତ୍ୟକ୍ତ୍ୱା - ତ୍ୟାଗକରି; ଶାନ୍ତିଂ -ପୂର୍ଣ୍ଣଶାନ୍ତି; ଆପ୍ନୋତି -ପ୍ରାପ୍ତହୁଏ; ନୈଷ୍ଠିକୀମ୍ - ଚିରନ୍ତନ; ଅଯୁକ୍ତଃ- ଯାହାର ଚେତନା ଭଗବାନଙ୍କ ଠାରେ ସଂଯୁକ୍ତ ନୁହେଁ; କାମ-କାରେଣ - କାମନା ପ୍ରେରିତତ୍ତ; ଫଳେ -ଫଳରେ; ସକ୍ତଃ - ଆସକ୍ତ; ନିବଧ୍ୟତେ - ବାନ୍ଧି ହୋଇଯାଏ ।
BG 5.12: ସମସ୍ତ କର୍ମକୁ ଭଗବାନଙ୍କୁ ଅର୍ପଣ କରି, କର୍ମଯୋଗୀମାନେ ଚିରନ୍ତନ ଶାନ୍ତି ପ୍ରାପ୍ତ କରିଥାନ୍ତି । ଅଥଚ ଯେଉଁମାନେ କାମନା ଦ୍ୱାରା ପ୍ରେରିତ ହୋଇ ନିଜ ସ୍ୱାର୍ଥ ପାଇଁ କର୍ମ କରନ୍ତି, ସେମାନେ କର୍ମଫଳରେ ଆସକ୍ତ ରହିଥିବା କାରଣରୁ ବନ୍ଧନକୁ ପ୍ରାପ୍ତ ହୋଇ ଥାଆନ୍ତି ।
ଯୁକ୍ତ କର୍ମଫଳଂ ତ୍ୟକ୍ତ୍ୱା ଶାନ୍ତିମାପ୍ନୋତି ନୈଷ୍ଠିକୀମ୍ ।
ଅଯୁକ୍ତଃ କାମକାରେଣ ଫଳେ ସକ୍ତୋ ନିବଧ୍ୟତେ ।।୧୨।।
ସମସ୍ତ କର୍ମକୁ ଭଗବାନଙ୍କୁ ଅର୍ପଣ କରି, କର୍ମଯୋଗୀମାନେ ଚିରନ୍ତନ ଶାନ୍ତି ପ୍ରାପ୍ତ କରିଥାନ୍ତି । ଅଥଚ ଯେଉଁମାନେ କାମନା ଦ୍ୱାରା ପ୍ରେରିତ ହୋଇ ନିଜ ସ୍ୱାର୍ଥ ପାଇଁ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଗୋଟିଏ ପ୍ରକାରର କର୍ମ କରି କିଛି ବ୍ୟକ୍ତି ଭୌତିକତାରେ ବାନ୍ଧି ହୋଇ ଯାଆନ୍ତି, ଅଥଚ ଅନ୍ୟମାନେ ଭୌତିକ ବନ୍ଧନରୁ ମୁକ୍ତ ହୋଇଯା’ନ୍ତି - ଏପରି କାହିଁକି ହୁଏ? ଶ୍ରୀକୃଷ୍ଣ ଏହାର ଉତ୍ତର ଏହି ଶ୍ଲୋକରେ ଦେଇଛନ୍ତି । ଯେଉଁମାନଙ୍କର କର୍ମଫଳରେ ଆସକ୍ତି ନ ଥାଏ, କର୍ମଦ୍ୱାରା ବାନ୍ଧି ହୁଅନ୍ତି ନାହିଁ । କିନ୍ତୁ ଯେଉଁମାନେ ଫଳ ପାଇଁ ଲାଳାୟୀତ ତଥା ଭୌତିକ ସୁଖ ଉପଭୋଗ କରିବା ପାଇଁ ବ୍ୟାକୁଳ ରହନ୍ତି, ସେମାନେ କର୍ମର ପ୍ରତିକ୍ରିୟାରେ ଛନ୍ଦି ହୋଇଯାଆନ୍ତି ।
ଯୁକ୍ତ ଶବ୍ଦର ଅର୍ଥ ଚେତନା ସ୍ତରରେ ଭଗବାନଙ୍କ ସହିତ ସଂଯୁକ୍ତ । ଏହାର ଅର୍ଥ ଏପରି ମଧ୍ୟ କରାଯାଇ ପାରେ, “ଅନ୍ତଃକରଣ ଶୁଦ୍ଧି ବ୍ୟତିତ ଅନ୍ୟ କୌଣସି ଫଳରେ ଆଶା ନ ରଖିବା ।” ଯେଉଁ ବ୍ୟକ୍ତିମାନେ ଯୁକ୍ତ ଅଟନ୍ତି, ସେମାନେ ଫଳାସକ୍ତି ତ୍ୟାଗ କରି ଅନ୍ତଃକରଣ ଶୁଦ୍ଧି ନିମନ୍ତେ କର୍ମ କରନ୍ତି ଏବଂ ଅତିଶୀଘ୍ର ଭଗବତ୍ ଚେତନା ଲାଭ କରି ଚିରନ୍ତନ ସୁଖ ପ୍ରାପ୍ତ କରନ୍ତି ।
ଅନ୍ୟ ପକ୍ଷରେ, ଅଯୁକ୍ତ ଶବ୍ଦର ଅର୍ଥ “ଚେତନାରେ ଭଗବାନଙ୍କ ସହିତ ସଂଯୁକ୍ତ ନୁହେଁ”, ଅର୍ଥାତ୍ “ଆତ୍ମା ପାଇଁ କଲ୍ୟାଣକର ସିଦ୍ଧ ହେଉ ନ ଥିବା ପାର୍ଥିବ ସୁଖର କାମନା କରିବା ।” ଏପରି ବ୍ୟକ୍ତିମାନେ ଲାଳସାଯୁକ୍ତ ହୋଇ, କର୍ମଫଳର ଉତ୍କଟ ଇଚ୍ଛା ପୋଷଣ କରନ୍ତି । ଏପରି ଚେତନାରେ କରାଯାଉଥିବା କର୍ମର ପ୍ରତିକ୍ରିୟା ସ୍ୱରୂପ, ଅଯୁକ୍ତ ବ୍ୟକ୍ତିମାନେ ସଂସାର ବନ୍ଧନରେ ବା ଜନ୍ମ ମୃତ୍ୟୁର ଚକ୍ରରେ ବାନ୍ଧି ହୋଇଯାଆନ୍ତି ।