Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 5, Verse 14

ନ କର୍ତୃତ୍ୱଂ ନ କର୍ମାଣି ଲୋକସ୍ୟ ସୃଜତି ପ୍ରଭୁଃ ।
ନ କର୍ମଫଳସଂଯୋଗଂ ସ୍ୱଭାବସ୍ତୁ ପ୍ରବର୍ତତେ ।।୧୪।।

ନ-ନୁହେଁ; କର୍ତୃତ୍ୱଂ - କର୍ତ୍ତାପଣ; ନ - ନୁହେଁ; କର୍ମାଣି - କର୍ମସବୁ; ଲୋକସ୍ୟ- ବ୍ୟକ୍ତିର; ସୃଜତି - ସୃଷ୍ଟିକରେ; ପ୍ରଭୁଃ - ଭଗବାନ; ନ-ନୁହେଁ; କର୍ମଫଳ -କର୍ମଫଳ; ସଂଯୋଗଂ -ସମ୍ବନ୍ଧ; ସ୍ୱଭାବଃ - ସ୍ୱଭାବତଃ; ତୁ-କିନ୍ତୁ; ପ୍ରବର୍ତତେ - କରାଯାଇ ଥାଏ ।

Translation

BG 5.14: ବ୍ୟକ୍ତିର କତ୍ତୃତ୍ୱ ବା କର୍ମ ଭଗବାନଙ୍କଠାରୁ ଆସି ନ ଥାଏ; ସେ କର୍ମର ଫଳ ସହିତ ବ୍ୟକ୍ତିକୁ ସଂଯୁକ୍ତ କରନ୍ତି ନାହିଁ । ବ୍ୟକ୍ତିର ତ୍ରିଗୁଣାତ୍ମକ ସ୍ୱଭାବ ଏସବୁ କରିଥାଏ ।

Commentary

ଏହି ଶ୍ଲୋକରେ, ପ୍ରଭୁ ଶବ୍ଦଟି ଭଗବାନଙ୍କ ଉଦ୍ଦେଶ୍ୟରେ ଏହି ଅର୍ଥରେ ବ୍ୟବହାର କରାଯାଇଛି ଯେ ସେ ସଂସାରର ସ୍ୱାମୀ ଅଟନ୍ତି । ସେ ସର୍ବଶକ୍ତିମାନ ଅଟନ୍ତି ଏବଂ ସମଗ୍ର ବ୍ରହ୍ମାଣ୍ଡକୁ ନିୟନ୍ତ୍ରଣ କରନ୍ତି । କିନ୍ତୁ ସଂସାରର ସବୁକିଛି କରି ମଧ୍ୟ ସେ ସେ ଅକର୍ତ୍ତା ରହନ୍ତି । ସେ ଆମ କର୍ମର ନିର୍ଦ୍ଦେଶକ ନୁହଁନ୍ତି କି କୌଣସି ଭଲ ବା ମନ୍ଦ କର୍ମ କରିବାକୁ ସେ ଆମକୁ ଆଦେଶ ଦିଅନ୍ତି ନାହିଁ । ସେ ଯଦି ଆମର ନିର୍ଦ୍ଦେଶକ ହୋଇଥାନ୍ତେ, ତେବେ ଭଲ ବା ମନ୍ଦ କର୍ମ ବିଷୟରେ କୌଣସି ଆଲୋଚନା କରିବାର କିଛି ଆବଶ୍ୟକତା ନ ଥା’ନ୍ତା । ସମସ୍ତ ଶାସ୍ତ୍ର ତିନୋଟି କ୍ଷୁଦ୍ର ବାକ୍ୟରେ ଶେଷ ହୋଇଯାଆନ୍ତା: “ହେ ଜୀବ! ତୁମ୍ଭମାନଙ୍କର ସମସ୍ତ କର୍ମର ନିର୍ଦ୍ଦେଶକ ମୁଁ ଅଟେ । ତେଣୁ ଭଲ କର୍ମ କ’ଣ ବା ମନ୍ଦ କର୍ମ କ’ଣ, ତାହା ଜାଣିବାର ଆବଶ୍ୟକତା ତୁମର ନାହିଁ । ମୋର ଯାହା ଇଚ୍ଛା, ମୁଁ ତାହା ତୁମ ଦ୍ୱାରା କରାଇବି ।”

ସେହିପରି ଆମର ଯେଉଁ କତ୍ତୃତ୍ୱାଭିମାନ ଥାଏ, ସେଥିପାଇଁ ଭଗବାନ ଦାୟୀ ନୁହଁନ୍ତି । ସେ ଯଦି ଜାଣିଶୁଣି ଆମ ଠାରେ କତ୍ତୃତ୍ୱାଭିମାନ ସୃଷ୍ଟି କରିଥାଆନ୍ତେ, ତେବେ ଆମର କୁକର୍ମ ପାଇଁ ଆମେ ତାଙ୍କୁ ନିନ୍ଦା କରିପାରନ୍ତେ । କିନ୍ତୁ ବାସ୍ତବରେ, ଜୀବ ଅଜ୍ଞାନ ବଶତଃ ସେହି କର୍ତ୍ତାପଣର ଅଭିମାନ ନିଜଠାରେ ଉତ୍ପନ୍ନ କରିଥାଏ । ଜୀବ ଯଦି ସେହି ଅଜ୍ଞାନରୁ ମୁକ୍ତ ହେବାକୁ ଇଚ୍ଛା କରେ, ତେବେ ଭଗବାନ କୃପାବଶତଃ ସେ ଦିଗରେ ତା’ର ସହାୟତା କରିଥାଆନ୍ତି ।

ସୁତରାଂ, କର୍ତ୍ତୃତ୍ୱଭିମାନ ତ୍ୟାଗ କରିବାର ଦାୟିତ୍ୱ ଜୀବର ଅଟେ । ଶରୀର ମାୟିକ ପ୍ରକୃତିର ତିନିଗୁଣ ଦ୍ୱାରା ଗଠିତ ଏବଂ ସମସ୍ତ କର୍ମ ସେହି ତ୍ରିଗୁଣାତ୍ମିକା ମାୟାର ଖେଳ ଅଟେ । କିନ୍ତୁ ଅଜ୍ଞାନବଶତଃ ଜୀବ ନିଜକୁ ଶରୀର ମନେ କରି କର୍ମର କର୍ତ୍ତା ହୋଇଯାଏ, ଯାହା ବାସ୍ତବରେ ମାୟାର ଗୁଣ ଦ୍ୱାରା ହୋଇଥାଏ । (ଶ୍ଲୋକ ୩:୨୭)

Bookmark this Verse

Sign in to save your favorite verses.

Add a Note
Swami Mukundananda
5. କର୍ମସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!