Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 5, Verse 15

ନାଦତ୍ତେ କସ୍ୟଚିତ୍ ପାପଂ ନ ଚୈବ ସୁକୃତଂ ବିଭୁଃ ।
ଅଜ୍ଞାନେନାବୃତଂ ଜ୍ଞାନଂ ତେନ ମୁହ୍ୟନ୍ତି ଜନ୍ତବଃ ।।୧୫।।

ନ-ନାହିଁ; ଆଦତ୍ତେ - ସ୍ୱୀକାର କରନ୍ତି; କସ୍ୟଚିତ୍ - କାହାର; ପାପଂ- ପାପ; ନ-ନାହିଁ; ଚ-ଏବଂ; ଏବ-ନିଶ୍ଚିତଭାବେ; ସୁକୃତଂ -ପୁଣ୍ୟ କର୍ମ; ବିଭୁଃ - ପରମେଶ୍ୱର; ଅଜ୍ଞାନେନ- ଅଜ୍ଞାନ ବା ଅବିଦ୍ୟାଦ୍ୱାରା; ଆବୃତଂ -ଆଚ୍ଛାଦିତ; ଜ୍ଞାନଂ-ଜ୍ଞାନ; ତେନ-ତଦ୍ୱାରା; ମୁହ୍ୟନ୍ତି - ବଶୀଭୂତ ହୁଅନ୍ତି; ଜନ୍ତବଃ -ଜୀବଗଣ ।

Translation

BG 5.15: ସର୍ବଶକ୍ତିମାନ ଭଗବାନ, କୌଣସି ବ୍ୟକ୍ତିର ପୁଣ୍ୟକର୍ମ ବ ପାପକର୍ମରେ ଅଂଶୀଦାର ହୁଅନ୍ତି ନାହିଁ । ଅଜ୍ଞାନରେ ଆବୃତ୍ତ ଜୀବର ଜ୍ଞାନ, ତାହା ବୁଝିପାରି ନ ଥାଏ ।

Commentary

ଭଗବାନ କୌଣସି ବ୍ୟକ୍ତିର ପୁଣ୍ୟ କର୍ମ ବା ପାପ କାର୍ଯ୍ୟ ପାଇଁ ଦାୟୀ ନୁହନ୍ତି । ସେ ଦିଗରେ ଭଗବାନଙ୍କର କାର୍ଯ୍ୟ ତିନି ପ୍ରକାର ଅଟେ: ୧. ସେ ଜୀବକୁ କର୍ମ କରିବାର ଶକ୍ତି ପ୍ରଦାନ କରନ୍ତି । ୨. ସେହି ଶକ୍ତି ଦ୍ୱାରା କର୍ମ କରିସାରିବା ପରେ, ସେ ଆମ କର୍ମର ହିସାବ ରଖନ୍ତି । ୩. ଆମ କର୍ମର ଫଳ ପ୍ରଦାନ କରନ୍ତି ।

ପ୍ରତ୍ୟେକ ଜୀବର ନିଜ ଇଚ୍ଛା ଅନୁସାରେ ଭଲ ବା ମନ୍ଦ କର୍ମ କରିବାର ସ୍ୱାଧୀନତା ରହିଛି । ସେହି ସ୍ୱତନ୍ତ୍ର ଇଚ୍ଛା ହିଁ ସୃଷ୍ଟିର ସମସ୍ତ ଖେଳର ଆଧାର ଅଟେ ଏବଂ ଜୀବର ଚେତନାରେ ପରିଲକ୍ଷିତ ହେଉଥିବା ପ୍ରଭେଦର କାରଣ ମଧ୍ୟ ତାହା ହିଁ ଅଟେ । ଭଗବାନଙ୍କର ଭୂମିକା କ୍ରିକେଟ୍ ଖେଳର ଅମ୍ପେୟାରଙ୍କ ପରି ଅଟେ । “ଚାରି ରନ୍‌!” “ଛଅ ରନ୍‌!” “ଆଉଟ୍‌” ଇତ୍ୟାଦିର ଫଳ ସେ ଦେଇ ଚାଲିଥାଆନ୍ତି । ଅମ୍ପେୟାର୍‌ଙ୍କୁ ତାଙ୍କର ନିଷ୍ପତ୍ତି ପାଇଁ ଦାୟୀ କରାଯାଇପାରିବ ନାହିଁ, କାରଣ ତାହା ଖେଳାଳିଙ୍କ ଖେଳ ଉପରେ ନିର୍ଭର କରିଥାଏ ।

ଜଣେ ପଚାରି ପାରନ୍ତି, ଭଗବାନ ଜୀବକୁ ଏହି ସ୍ୱତନ୍ତ୍ରତା କାହିଁକି ଦେଲେ । ଏହା ଏଥିପାଇଁ ଯେ ଜୀବ ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଅଟେ ଏବଂ ସ୍ୱଳ୍ପମାତ୍ରାରେ ହେଲେ ମଧ୍ୟ ଭଗବାନଙ୍କର ସବୁ ଗୁଣ ଜୀବଠାରେ ରହିଥାଏ । ଭଗବାନ ଅଭିଜ୍ଞ ସ୍ୱରାଟ୍ (ପୂର୍ଣ୍ଣ ସ୍ୱାଧୀନ) ଅଟନ୍ତି ଏବଂ କିଛି ପରିମାଣରେ ସେହି ସ୍ୱାଧୀନତା ଜୀବଠାରେ ରହିବା ସ୍ୱାଭାବିକ, ଯଦ୍ୱାରା ସେ ଯେପରି ଇଚ୍ଛା ନିଜ ଇନ୍ଦ୍ରିୟ, ମନ ଓ ବୁଦ୍ଧିର ଉପଯୋଗ ସେହିପରି କରିପାରିବ ।

ସ୍ୱତନ୍ତ୍ର ଇଚ୍ଛା ନ ଥିଲେ ପ୍ରେମ ମଧ୍ୟ କରାଯାଇ ପାରିବ ନାହିଁ । ଗୋଟିଏ ମେସିନ୍ କାହାକୁ ପ୍ରେମ କରିପାରିବ ନାହିଁ କାରଣ ତା’ର ବାଛବିଚାର କରିବାର ସ୍ୱାଧୀନତା ନ ଥାଏ । କେବଳ ଜଣେ ବ୍ୟକ୍ତି, ଯିଏ ବାଛବିଚାର କରିପାରନ୍ତି, ତାଙ୍କ ପାଇଁ ହିଁ ଭଲ ପାଇବାର ବିକଳ୍ପ ଥାଏ । ଯେହେତୁ ଭଗବାନ ତାଙ୍କୁ ଭଲ ପାଇବା ପାଇଁ ଆମକୁ ସୃଷ୍ଟି କରିଛନ୍ତି, ସେ ଆମକୁ ସେଥିପାଇଁ ସ୍ୱତନ୍ତ୍ର ଇଚ୍ଛା ମଧ୍ୟ ପ୍ରଦାନ କରିଛନ୍ତି । ସେହି ସ୍ୱାଧୀନ ଇଚ୍ଛାର ଉପଯୋଗ କରି ଆମେ ଯେଉଁ ଭଲ ବା ମନ୍ଦ କର୍ମ କରିଥାଏ, ସେଥିପାଇଁ ଆମେ ଭଗବାନଙ୍କୁ ଦାୟୀ କରିବା ଉଚିତ ନୁହେଁ ।

ଅଜ୍ଞାନବଶତଃ, କେତେକ ଜୀବ ଏହା ହୃଦୟଙ୍ଗମ କରିପାରନ୍ତି ନାହିଁ ଯେ କର୍ମର ବାଛବିଚାର କରିବାରେ ସେମାନେ ସ୍ୱତନ୍ତ୍ର ଅଟନ୍ତି ଏବଂ ନିଜର ଭୁଲ ପାଇଁ ସେମାନେ ଭଗବାନଙ୍କୁ ଦାୟୀ କରନ୍ତି । ଅନ୍ୟମାନେ ଜାଣନ୍ତି ଯେ କର୍ମ କରିବାରେ ସେମାନେ ସ୍ୱତନ୍ତ୍ର ଅଟନ୍ତି, କିନ୍ତୁ  ଶରୀର ସହିତ ତାଦାତ୍ମ୍ୟ କରି, ସେମାନେ କର୍ତ୍ତୃତ୍ୱାଭିମାନ ଯୁକ୍ତ ରହନ୍ତି । ଏହା ମଧ୍ୟ ଅଜ୍ଞାନତାର ଏକ ଲକ୍ଷଣ ଅଟେ । ଶ୍ରୀକୃଷ୍ଣ ଏହାପରେ ଏହି ଅଜ୍ଞାନତା କିପରି ଦୂର ହେବ ତାହା ବର୍ଣ୍ଣନା କରିଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
5. କର୍ମସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!