ଜ୍ଞାନେନ ତୁ ତଦଜ୍ଞାନଂ ଯେଷାଂ ନାଶିତମାତ୍ମନଃ ।
ତେଷାମାଦିତ୍ୟବଜ୍ଜ୍ଞାନଂ ପ୍ରକାଶୟତି ତତ୍ପରମ୍ ।।୧୬।।
ଜ୍ଞାନେନ - ଜ୍ଞାନ ଦ୍ୱାରା; ତୁ-କିନ୍ତୁ; ତତ୍- ସେହି; ଅଜ୍ଞାନଂ -ଅଜ୍ଞାନ, ଅବିଦ୍ୟା; ଯେଷାଂ -ଯେଉଁମାନଙ୍କର; ନାଶିତମ୍- ନଷ୍ଟହୁଏ; ଆତ୍ମନଃ -ଆତ୍ମାର; ତେଷାମ୍ - ସେମାନଙ୍କର; ଆଦିତ୍ୟବତ୍ - ସୂର୍ଯ୍ୟ ପରି; ଜ୍ଞାନଂ -ଜ୍ଞାନ; ପ୍ରକାଶୟତି - ପ୍ରକାଶିତ ହୁଏ; ତତ୍ - ସେହି; ପରମ୍ -ପର ତତ୍ତ୍ୱ ।
BG 5.16: କିନ୍ତୁ ଯେଉଁମାନଙ୍କର ଆତ୍ମା ସମ୍ବନ୍ଧୀୟ ଅଜ୍ଞାନ ଦିବ୍ୟ ଜ୍ଞାନ ଦ୍ୱାରା ନଷ୍ଟ ହୋଇଥାଏ, ସେମାନଙ୍କଠାରେ ସେହି ଜ୍ଞାନ ପରତତ୍ତ୍ୱକୁ ପ୍ରକାଶିତ କରିଥାଏ, ଯେପରି ଦିବସରେ ସୂର୍ଯ୍ୟ ଦେବତା ସବୁକିଛିକୁ ଉଦ୍ଭାସିତ କରିଥାନ୍ତି ।
ଜ୍ଞାନେନ ତୁ ତଦଜ୍ଞାନଂ ଯେଷାଂ ନାଶିତମାତ୍ମନଃ ।
ତେଷାମାଦିତ୍ୟବଜ୍ଜ୍ଞାନଂ ପ୍ରକାଶୟତି ତତ୍ପରମ୍ ।।୧୬।।
କିନ୍ତୁ ଯେଉଁମାନଙ୍କର ଆତ୍ମା ସମ୍ବନ୍ଧୀୟ ଅଜ୍ଞାନ ଦିବ୍ୟ ଜ୍ଞାନ ଦ୍ୱାରା ନଷ୍ଟ ହୋଇଥାଏ, ସେମାନଙ୍କଠାରେ ସେହି ଜ୍ଞାନ ପରତତ୍ତ୍ୱକୁ ପ୍ରକାଶିତ କରିଥାଏ, ଯେପରି ଦିବସରେ ସୂର୍ଯ୍ୟ ଦେବତା …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ରାତ୍ରୀର ଅନ୍ଧକାର ଦୂର କରିବାରେ ସୂର୍ଯ୍ୟଙ୍କର ଶକ୍ତି ଅତୁଳନୀୟ ଅଟେ । ରାମାୟଣ କହେ:
ରାକାପତି ଷୋଡସ ଉଅହିଁ ତାରାଗଣ ସମୁଦାଇ,
ସକଳ ଗିରିହ୍ନ ଦବ ଲାଇଅ ବିନୁ ରବି ରାତି ନ ଯାଇ ।
“ଏକ ମେଘମୁକ୍ତ ରାତ୍ରିରେ ପୂର୍ଣ୍ଣିମାର ଚନ୍ଦ୍ର ଏବଂ ସମସ୍ତ ତାରାଗଣଙ୍କର ମିଳିତ ଆଲୋକରେ ମଧ୍ୟ ରାତ୍ରି ସମାପ୍ତ ହୁଏ ନାହିଁ, କିନ୍ତୁ ସୂର୍ଯ୍ୟ ଉଦୟ ହେବା ମାତ୍ରେ ରାତ୍ରି ଅତିଶୀଘ୍ର ଅପସାରିତ ହୋଇଥାଏ ।” ସୂର୍ଯ୍ୟର ଆଲୋକ ସମ୍ମୁଖରେ ଅନ୍ଧକାର ରହିପାରେ ନାହିଁ । ଅଜ୍ଞାନର ଅନ୍ଧକାରକୁ ଦୂର କରିବାରେ ଦିବ୍ୟ ଭଗବଦୀୟ ଜ୍ଞାନର ପ୍ରଭାବ ସେହିପରି ଅଟେ ।
ଅନ୍ଧକାର ଭ୍ରମ ଉତ୍ପନ୍ନ କରିଥାଏ । ସିନେମା ଗୃହର ଅନ୍ଧକାର ମଧ୍ୟରେ ପରଦା ଉପରେ ପଡୁଥିବା ଆଲୋକ ସତ୍ୟର ଭ୍ରମ ଉତ୍ପନ୍ନ କରିଥାଏ ଏବଂ ଲୋକମାନେ ତାହାକୁ ଦେଖିବାରେ ମଗ୍ନ ହୋଇଯାଆନ୍ତି । କିନ୍ତୁ ଯେତେବେଳେ ସିନେମା ଗୃହର ମୁଖ୍ୟ ଆଲୋକ ଜଳିଉଠେ, ସେତେବେଳେ ସେହି ଭ୍ରମ ଦୂର ହୋଇଯାଏ । ଲୋକମାନେ ତାଙ୍କ କଳ୍ପନା ଜଗତରୁ ବାହାରକୁ ଆସି ସଚେତନ ହୁଅନ୍ତି ଯେ ସେମାନେ କେବଳ ଏକ ଚଳଚ୍ଚିତ୍ର ଦେଖୁଥିଲେ । ସେହିପରି ଅଜ୍ଞାନର ଅନ୍ଧକାରରେ, ଆମେ ନିଜକୁ ଶରୀର ମନେ କରିବା ସହିତ କର୍ମର କର୍ତ୍ତା ଏବଂ ଭୋକ୍ତା ମନେ କରିଥାଏ । ଯେତେବେଳେ ଭଗବତ୍ ଜ୍ଞାନର ଉଜ୍ଜ୍ୱଳ ଆଲୋକ ଉଦ୍ଭାସିତ ହେବାରେ ଲାଗେ, ଭ୍ରମ ଅତି ଶୀଘ୍ର ଅପସାରିତ ହୋଇଯାଏ । ଆତ୍ମା ଜାଗ୍ରତ ହୋଇ, ଏହି ନବଦ୍ୱାର ବିଶିଷ୍ଟ ସହରରେ ରହିଥିଲେ ମଧ୍ୟ, ତାର ପ୍ରକୃତ ପରିଚୟ ଜାଣିପାରେ । ଭଗବାନଙ୍କର ମାୟିକ ଶକ୍ତି (ଅବିଦ୍ୟା ଶକ୍ତି) ଆତ୍ମାକୁ ଅନ୍ଧକାର ଦ୍ୱାରା ଆବୃତ କରିଦେଇଥିବା ଯୋଗୁଁ ଆତ୍ମା ଭ୍ରମରେ ପଡି ଯାଇଥାଏ । ଯେତେବେଳେ ଭଗବାନଙ୍କର ଦିବ୍ୟଶକ୍ତି (ବିଦ୍ୟାଶକ୍ତି) ତାହାକୁ ଜ୍ଞାନର ଆଲୋକରେ ଉଦ୍ଭାସିତ କରେ, ସେହି ଭ୍ରମ ଦୂର ହୋଇଯାଏ ।