Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 5, Verse 17

ତଦ୍‌ବୁଦ୍ଧୟସ୍ତଦାତ୍ମାନସ୍ତନ୍ନିଷ୍ଠାସ୍ତତ୍‌ପରାୟଣାଃ ।
ଗଚ୍ଛନ୍ତ୍ୟପୁନରାବୃତ୍ତିଂ ଜ୍ଞାନନିର୍ଧୂତକଳ୍ମଷାଃ ।।୧୭।।

ତଦ୍ ବୁଦ୍ଧୟଃ- ଯାହାର ବୁଦ୍ଧି ଭଗବତ୍ ଅଭିମୁଖୀ ଅଟେ; ତଦ୍ ଆତ୍ମାନଃ- ଯାହାର ମନ କେବଳ ଭଗବାନଙ୍କ ଠାରେ ଲାଗି ରହିଥାଏ; ତତ୍‌-ନିଷ୍ଠାଃ- ଯାହାର ଭଗବାନଙ୍କ ପ୍ରତି ଦୃଢ ବିଶ୍ୱାସ ରହିଥାଏ; ତତ୍‌-ପରାୟଣାଃ- ଯିଏ ଭଗବାନଙ୍କୁ ପରମ ଲକ୍ଷ୍ୟ ଭାବରେ ଗ୍ରହଣ କରିଥାଏ; ଗଚ୍ଛନ୍ତି- ଯା’ନ୍ତି; ଅପୁନଃ-ଆବୃତ୍ତିଂ- ମୁକ୍ତି; ଜ୍ଞାନ-ଜ୍ଞାନ; ନିର୍ଧୂତ-ଧୌତ; କଳ୍ମଷାଃ-କଳୁଷ, ପାପ ।

Translation

BG 5.17: ଯେଉଁମାନେ ନିଜର ବୁଦ୍ଧିକୁ ଭଗବାନଙ୍କ ଠାରେ ସ୍ଥିର ରଖନ୍ତି ଏବଂ ତାଙ୍କୁ ନିଜର ଚରମ ଲକ୍ଷ୍ୟ ମନେକରି ଦୃଢ଼ ବିଶ୍ୱାସର ସହିତ ଭଗବାନଙ୍କ ଧ୍ୟାନରେ ନିମଗ୍ନ ରହନ୍ତି, ସେମାନେ ଅତିଶୀଘ୍ର ସେହି ଅବସ୍ଥାରେ ପହଞ୍ôଚଥାନ୍ତି, ଯେଉଁଠାରୁ ସେମାନେ ଆଉ ଫେରି ଆସନ୍ତି ନାହିଁ । ତାଙ୍କର ପାପସବୁ ଜ୍ଞାନର ଆଲୋକରେ ଧୋଇ ହୋଇଯାଏ ।

Commentary

ଅଜ୍ଞାନ ଯେପରି ସଂସାରରେ ଜୀବକୁ କଷ୍ଟ ଦେଇଥାଏ ବା ଜନ୍ମ ମୃତ୍ୟୁର ଚିରନ୍ତନ ଚକ୍ରରେ ପକାଇଥାଏ, ଜ୍ଞାନର ସେହିପରି ଜୀବକୁ ମାୟିକ ବନ୍ଧନରୁ ମୁକ୍ତ କରିବାର ଶକ୍ତି ରହିଛି । ଏହିପରି ଜ୍ଞାନ ସର୍ବଦା ଭଗବାନଙ୍କର ଭକ୍ତି ସହ ପ୍ରାପ୍ତ ହୋଇଥାଏ । ଏହି ଶ୍ଲୋକରେ ଭଗବତ୍‌-ଚେତନା ସମ୍ବନ୍ଧୀୟ କେତେକ ଗୁରୁତ୍ୱପୂର୍ଣ୍ଣ ଶବ୍ଦର ବ୍ୟବହାର କରାଯାଇଛି ।

ତଦ୍‌ବୁଦ୍ଧୟଃ ଅର୍ଥ ବୁଦ୍ଧିକୁ ଭଗବତ୍ ଅଭିମୁଖୀ କରିବା ।

ତଦାତ୍‌ମନଃ ଅର୍ଥ ଅନ୍ତଃକରଣକୁ (ମନ ଓ ବୁଦ୍ଧି) ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କଠାରେ ସଂଲଗ୍ନ ରଖିବା ।

ତନ୍ନିଷ୍ଠାଃ ଅର୍ଥ ବୁଦ୍ଧିର ଭଗବାନଙ୍କ ଠାରେ ଦୃଢ଼ ବିଶ୍ୱାସ ।

ତତ୍‌ପରାୟଣଃ ଅର୍ଥ ଭଗବାନଙ୍କୁ ଚରମ ଲକ୍ଷ୍ୟ ଓ ଆଶ୍ରୟ ରୂପେ ପ୍ରାପ୍ତ କରିବା ନିମନ୍ତେ ଚେଷ୍ଟାରତ ରହିବା ।

ବାସ୍ତବ ଜ୍ଞାନର ଲକ୍ଷଣ ଏହା ଯେ ଏହା ଭଗବାନଙ୍କ ପ୍ରତି ପ୍ରେମ ଉତ୍ପନ୍ନ କରାଏ । ଏହିପରି ପ୍ରେମରେ ଉଦ୍‌ବୁଦ୍ଧ ରହି ଭକ୍ତ ସର୍ବତ୍ର ତାଙ୍କୁ ଦେଖିଥାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
5. କର୍ମସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!