Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 5, Verse 19

ଇହୈବ ତୈର୍ଜିତଃ ସର୍ଗୋ ଯେଷାଂ ସାମ୍ୟେ ସ୍ଥିତଂ ମନଃ ।
ନିର୍ଦୋଷଂ ହି ସମଂ ବ୍ରହ୍ମ ତସ୍ମାଦ୍ ବ୍ରହ୍ମଣି ତେ ସ୍ଥିତାଃ ।।୧୯।।

ଇହ ଏବ- ଏହି ଜୀବନରେ; ତୈଃ - ସେମାନଙ୍କ ଦ୍ୱାରା; ଜିତଃ - ବିଜିତ; ସର୍ଗଃ- ସୃଷ୍ଟି; ଯେଷାଂ - ଯେଉଁମାନଙ୍କର; ସାମ୍ୟେ - ସମଭାବରେ; ସ୍ଥିତଂ -ସ୍ଥିତ; ମନଃ -ମନ; ନିର୍ଦ୍ଦୋଷଂ - ନିର୍ଦ୍ଦୋଷ; ହି-ନିଶ୍ଚିତଭାବେ; ସମଂ -ସମ ଭାବରେ; ବ୍ରହ୍ମ -ବ୍ରହ୍ମ; ତସ୍ମାତ୍ - ତେଣୁ; ବ୍ରହ୍ମଣି- ପରମ ସତ୍ୟରେ; ତେ-ସେମାନେ; ସ୍ଥିତାଃ - ଅବସ୍ଥିତ ।

Translation

BG 5.19: ଯେଉଁମାନଙ୍କର ମନ ସମଦର୍ଶିତାରେ ସ୍ଥିତ, ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ କରିଥାନ୍ତି । ସେମାନେ ଭଗବାନମାନଙ୍କର ବିଶୁଦ୍ଧ ଗୁଣ ଯୁକ୍ତ ହୋଇ ପରମ ସତ୍ୟରେ ସ୍ଥିତ ରହନ୍ତି ।

Commentary

ଶ୍ରୀକୃଷ୍ଣ ଏଠାରେ ସାମ୍ୟେ ଶବ୍ଦକୁ, ପୂର୍ବ ଶ୍ଲୋକରେ ବର୍ଣ୍ଣନା କରାଯାଇଥିବା ପରି, ସମସ୍ତ ପ୍ରାଣୀଙ୍କ ପ୍ରତି ସମାନ ଦୃଷ୍ଟି ରଖୁଥିବା ବ୍ୟକ୍ତିଙ୍କ ପ୍ରତି ବ୍ୟବହାର କରିଛନ୍ତି । ପୁନଶ୍ଚ, ସମଦର୍ଶିତାର ଅର୍ଥ ମଧ୍ୟ ଏପରି ହୋଇପାରେ ଯେ ପସନ୍ଦ ଓ ଅପସନ୍ଦ, ସୁଖ ଓ ଦୁଃଖ, ଆନନ୍ଦ ଓ ଯନ୍ତ୍ରଣା ଇତ୍ୟାଦି ଦ୍ୱନ୍ଦ୍ୱର ଊର୍ଦ୍ଧ୍ୱକୁ ଉଠିବା । ଶ୍ରୀକୃଷ୍ଣ କହୁଛନ୍ତି, ଯେଉଁମାନେ ଏପରି କରିବାକୁ ସକ୍ଷମ ହୁଅନ୍ତି, ସେମାନେ ସଂସାରର ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇଯାଆନ୍ତି ।

ଯେ ପର୍ଯ୍ୟନ୍ତ ଆମେ ନିଜକୁ ଶରୀର ମନେ କରୁଥିବା, ସେ ପର୍ଯ୍ୟନ୍ତ ଆମେ ସମଦର୍ଶିତା ହାସଲ କରିପାରିବା ନାହିଁ, କାରଣ ଆମେ ଶାରୀରିକ ସୁଖ ଓ ଦୁଃଖ ଅନୁସାରେ, ଆସକ୍ତି ଓ ବିରକ୍ତିର ଅନୁଭବ କରି ଚାଲିଥିବା । ମହାପୁରୁଷମାନେ ଶାରୀରିକ ଚେତନାର ଊର୍ଦ୍ଧ୍ୱରେ ଥାନ୍ତି ଏବଂ ଭଗବାନଙ୍କଠାରେ ମନୋନିବେଶ କରି ସମସ୍ତ ସାଂସାରିକ ଆସକ୍ତିକୁ ପରିତ୍ୟାଗ କରିଦେଇ ଥାଆନ୍ତି । ରାମାୟଣ କହେ:

ସେବହିଁ ଲଖନୁ ସୀୟ ରଘୁବୀରହି, ଜିମି ଅବିବେକୀ ପୁରୁଷ ସରୀରହି ।

“ଲକ୍ଷ୍ମଣ ପ୍ରଭୁ ରାମ ଓ ସୀତାଙ୍କର ଏପରି ସେବା କରୁଥିଲେ, ଯେପରି ଜଣେ ମୁର୍ଖବ୍ୟକ୍ତି ନିଜ ଶରୀରର ସେବା କରେ ।”

ଏହିପରି ଦିବ୍ୟ ଚେତନାରେ ଯେତେବେଳେ ବ୍ୟକ୍ତିର ମନ ସ୍ଥିତ ହୋଇଯାଏ, ସେ ଶାରୀରିକ ସୁଖ ଓ ଦୁଃଖ ଜନିତ ଆସକ୍ତିକୁ ଅତିକ୍ରମ କରି   ସମଦର୍ଶୀ ସ୍ତରରେ ଉପନୀତ ହୋଇଯାଏ । ଏହି ସମଦର୍ଶିତା, ଯାହା ଶରୀରର ସ୍ୱାର୍ଥଯୁକ୍ତ କାମନାକୁ ପରିତ୍ୟାଗ କରିବା ଦ୍ୱାରା ଆସିଥାଏ, ତାହା ବ୍ୟକ୍ତିକୁ ଭଗବତ୍ ଗୁଣଯୁକ୍ତ କରିଥାଏ । ମହାଭାରତ କହେ: ଯୋ ନ କାମୟତେ କିଞ୍ôଚତ ବ୍ରହ୍ମ ଭୂୟାୟ କଳ୍ପତେ “ଯିଏ କାମନା ତ୍ୟାଗ କରିଦିଏ, ସେ ଭଗବାନଙ୍କ ପରି ହୋଇଯାଏ ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
5. କର୍ମସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!