Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 5, Verse 20

ନ ପ୍ରହୃଷ୍ୟେତ୍‌ପ୍ରିୟଂ ପ୍ରାପ୍ୟ ନୋଦ୍ୱିଜେତ୍‌ପ୍ରାପ୍ୟ ଚାପ୍ରିୟମ୍ ।
ସ୍ଥିରବୁଦ୍ଧିରସମ୍ମୂଢ଼ୋ ବ୍ରହ୍ମବିଦ୍ ବ୍ରହ୍ମଣି ସ୍ଥିତଃ ।।୨୦।।

ନ-ହୁଏ ନାହିଁ; ପ୍ରହୃଷ୍ୟେତ୍ - ହର୍ଷିତ; ପ୍ରିୟଂ - ପ୍ରିୟ; ପ୍ରାପ୍ୟ - ପ୍ରାପ୍ତହୋଇ; ନ-ହୁଏ ନାହିଁ; ଉଦ୍‌ବିଜେତ୍ -ବିଚଳିତ; ପ୍ରାପ୍ୟ- ପ୍ରାପ୍ତହୋଇ; ଚ-ମଧ୍ୟ; ଅପ୍ରିୟମ୍ - ଅପ୍ରିୟ; ସ୍ଥିର-ବୁଦ୍ଧି - ସ୍ଥିର ବୁଦ୍ଧି; ଅସଂମୂଢ଼ଃ- ବିମୋହିତ ନୁହେଁ; ବ୍ରହ୍ମବିତ୍ -ଯିଏ ଭଗବାନଙ୍କୁ ବାସ୍ତବରେ ଜାଣନ୍ତି; ବ୍ରହ୍ମଣି - ଭଗବାନଙ୍କ ଠାରେ; ସ୍ଥିତଃ - ଅବସ୍ଥିତ ।

Translation

BG 5.20: ଭଗବାନଙ୍କ ଠାରେ ସ୍ଥିତ ରହି, ଯେଉଁମାନଙ୍କର ବୁଦ୍ଧି ସ୍ଥିର ଏବଂ ମୋହଶୂନ୍ୟ ହୋଇ ଯାଇଥାଏ, ସେମାନେ ସୁଖରେ ଉତ୍‌ଫୁଲ୍ଲିତ ହୁଅନ୍ତି ନାହିଁ କିମ୍ବା ଦୁଃଖରେ ଉଦ୍‌ବେଗଗ୍ରସ୍ତ ହୁଅନ୍ତି ନାହିଁ ।

Commentary

ଶ୍ଲୋକର ଏହି ଅଂଶ - ସୁଖରେ ଉତ୍‌ଫୁଲ୍ଲିତ ନ ହେବା ଓ ଦୁଃଖରେ ପଶ୍ଚାତାପ ନ କରିବା - ବୌଦ୍ଧ ଧର୍ମ ଅନ୍ତର୍ଗତ ବିପାସ୍ସନା  ଧ୍ୟାନ ବିଧିର ଚରମ ଆଦର୍ଶ ଅଟେ । ଏହି ଆଦର୍ଶରେ ଅଧିଷ୍ଠିତ ହେବା ପାଇଁ କଠୋର ଅଧ୍ୟବସାୟ କରିବାକୁ ପଡ଼ିଥାଏ ଏବଂ ଅନ୍ତତଃ ଏହା ସମଦର୍ଶିତା ଏବଂ ନିଷ୍କାମତାକୁ ପ୍ରାପ୍ତ ହୋଇଥାଏ । କିନ୍ତୁ ଭକ୍ତି କରିବାକୁ ଯାଇ ଆମେ ଯେତେବେଳେ ନିଜର ଇଚ୍ଛାକୁ ଭଗବାନଙ୍କ ଠାରେ ସମର୍ପିତ କରିଦେଇ ଥାଏ, ଆମେ ସ୍ୱାଭାବିକ ଭାବରେ ଏହି ସ୍ଥିତିରେ ଉପନୀତ ହୋଇଯାଏ । ଶ୍ଲୋକ ୫.୧୭ ଅନୁଯାୟୀ, ନିଜର ଇଚ୍ଛାକୁ ଈଶ୍ୱରଙ୍କ ଇଚ୍ଛାରେ ଯୁକ୍ତ କରିଦେଇ ଆମେ ଉଭୟ ସୁଖ ଓ ଦୁଃଖକୁ ଶାନ୍ତ ଚିତ୍ତରେ ଭଗବାନଙ୍କର କୃପା ଭାବରେ ଗ୍ରହଣ କରିଥାଏ ।

ଗୋଟିଏ ସୁନ୍ଦର କାହାଣୀ ମାଧ୍ୟମରେ ଏହି ମନୋଭାବକୁ ବ୍ୟକ୍ତ କରାଯାଇ ପାରେ । ଥରେ ଗୋଟିଏ ଜଙ୍ଗଲୀ ଘୋଡ଼ା ଆକସ୍ମିକ ଭାବରେ ଜଣେ କୃଷକର କ୍ଷେତ ଭିତରକୁ ଚାଲି ଆସିଲା । ଲୋକମାନେ କୃଷକକୁ ତା’ର ସୌଭାଗ୍ୟ ପାଇଁ ଅଭିନନ୍ଦନ ଜଣାଇଲେ । କୃଷକ ଜଣକ  କହିଲେ “ସୌଭାଗ୍ୟ କି ଦୁର୍ଭାଗ୍ୟ, କିଏ ଜଣେ? ସବୁ ଭଗବାନଙ୍କର ଇଚ୍ଛା ।” କିଛି ଦିନ ପରେ ଘୋଡ଼ାଟି ଜଙ୍ଗଲକୁ ପୁଣି ଫେରିଗଲା । ପଡ଼ୋଶୀ ମାନେ ତାଙ୍କର ଦୁର୍ଭାଗ୍ୟ ପ୍ରତି ସମବେଦନା ଜ୍ଞାପନ କଲେ । ପୁଣି କୃଷକ କହିଲେ “ଦୁର୍ଭାଗ୍ୟ ବା ସୌଭାଗ୍ୟ, କିଏ ଜାଣେ? ସବୁ ଭଗବାନଙ୍କର ଇଚ୍ଛା ।” କିଛି ଦିନ ଅତିବାହିତ ହେଲା ପରେ ଘୋଡ଼ାଟି ଅନ୍ୟ କୋଡ଼ିଏଟି ଘୋଡ଼ାଙ୍କ ସହିତ ଫେରି ଆସିଲା । ପୁଣି ଥରେ ଲୋକମାନେ କୃଷକକୁ ତା’ର ସୌଭାଗ୍ୟ ପାଇଁ ଅଭିନନ୍ଦନ ଜଣାଇଲେ । ସେ ବିଜ୍ଞତାର ସହିତ କହିଲେ, “ସୌଭାଗ୍ୟ କି ଦୁର୍ଭାଗ୍ୟ, କିଏ ଜାଣେ? ସବୁ ଭଗବାନଙ୍କର ଇଚ୍ଛା ।” କିଛିଦିନ ପରେ କୃଷକଙ୍କର ପୁତ୍ର ଗୋଟିଏ ଘୋଡ଼ା ଉପରେ ଚଢୁଥିବା ସମୟରେ ତାଙ୍କର ଗୋଡ଼ ଭାଙ୍ଗିଗଲା । ପଡ଼ୋଶୀମାନେ ସେଥିରେ ଦୁଃଖ ପ୍ରକାଶ କଲେ । ଜ୍ଞାନୀ ଚାଷୀଟି ଉତ୍ତର ଦେଲେ, “ସୁଖ ଓ ଦୁଃଖ, ଏହା କେବଳ ଭଗବାନଙ୍କ ଇଚ୍ଛା ।” ପୁୁଣି କିଛି ଦିନ ବିତିଯିବା ପରେ, ହଠାତ୍ ରାଜ୍ୟରେ ଯୁଦ୍ଧ ଘୋଷଣା ହେଲା । ସୈନ୍ୟ ବାହିନୀରେ ଭର୍ତ୍ତି କରିବା ପାଇଁ ରାଜାଙ୍କର ସୈନ୍ୟମାନେ ଗାଁ ଗାଁ ବୁଲି ଯୁବକମାନଙ୍କର ଅନୁସନ୍ଧାନ କରିବାରେ ଲାଗିଲେ । ସେମାନେ ଗ୍ରାମର ସବୁ ଯୁବକଙ୍କୁ ନେଇଗଲେ, କିନ୍ତୁ କୃଷକଙ୍କ ପୁଅର ଗୋଡ଼ ଭାଙ୍ଗି ଯାଇଥିବା ଯୋଗୁଁ ତାକୁ ଛାଡ଼ି ଦିଆଗଲା ।

ଭଗବତ୍ ଜ୍ଞାନ ଆମକୁ ଏହା ବୋଧ କରାଏ ଯେ ଆମର ବାସ୍ତବ ସ୍ୱାର୍ଥ ଭଗବାନଙ୍କୁ ସୁୁଖ ଦେବାରେ ହିଁ ନିହିତ ରହିଛି । ଏହା ବୁଦ୍ଧିକୁ ଭଗବାନଙ୍କର ଇଚ୍ଛା ପ୍ରତି ସମର୍ପିତ କରାଇ ଥାଏ ଏବଂ ବ୍ୟକ୍ତିର ନିଜସ୍ୱ ଇଚ୍ଛା ଯେତେବେଳେ ଦିବ୍ୟ ଇଚ୍ଛାରେ ଯୁକ୍ତ ହୋଇଯାଏ, ସେତେବେଳେ ବ୍ୟକ୍ତି ସମଦର୍ଶିତାକୁ ପ୍ରାପ୍ତ ହୋଇ ସୁଖ ଓ ଦୁଃଖକୁ ଭଗବାନଙ୍କର କୃପା ଭାବରେ ଗ୍ରହଣ କରିଥାଏ । ଏହା ଦିବ୍ୟ ସ୍ତରରେ ସ୍ଥିତ ବ୍ୟକ୍ତିଙ୍କର ଲକ୍ଷଣ ଅଟେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
5. କର୍ମସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!