ଯୋଽନ୍ତଃସୁଖୋଽନ୍ତରାରାମସ୍ତଥାନ୍ତର୍ଜ୍ୟୋତିରେବ ଯଃ ।
ସ ଯୋଗୀ ବ୍ରହ୍ମନିର୍ବାଣଂ ବ୍ରହ୍ମଭୂତୋଽଧିଗଚ୍ଛତି ।।୨୪।।
ଯଃ -ଯିଏ; ଅନ୍ତଃ ସୁଖଃ- ଅନ୍ତରରେ ସୁଖୀ; ଅନ୍ତଃ-ଆରାମଃ - ଆତ୍ମାରାମ; ତଥା-ପୁନଶ୍ଚ; ଅନ୍ତଃ-ଜ୍ୟୋତିଃ - ଅନ୍ତରରେ ଉଦ୍ଭାସିତ; ଏବ-ନିଶ୍ଚିତଭାବେ; ଯଃ -ଯିଏ; ସଃ -ସେ; ଯୋଗୀ-ଯୋଗୀ; ବ୍ରହ୍ମ-ନିର୍ବାଣଂ -ମାୟିକ ଜଗତରୁ ମୁକ୍ତି; ବ୍ରହ୍ମ-ଭୂତଃ - ବ୍ରହ୍ମ ଦୃଷ୍ଟି; ଅଧିଗଚ୍ଛତି - ପ୍ରାପ୍ତହୁଏ ।
BG 5.24: ଯେଉଁମାନେ ଅନ୍ତରରେ ଭଗବାନଙ୍କର ଆନନ୍ଦକୁ ଅନୁଭବ କରି ସୁଖୀ ରହନ୍ତି ଏବଂ ଯେଉଁମାନେ ନିଜ ଅନ୍ତରର ଜ୍ୟୋତିରେ ଉଦ୍ଭାସିତ, ସେହିପରି ଯୋଗୀମାନେ ଭଗବାନଙ୍କୁ ପ୍ରାପ୍ତ କରି ମାୟିକ ସଂସାରରୁ ମୁକ୍ତ ହୋଇଥାନ୍ତି ।
ଯୋଽନ୍ତଃସୁଖୋଽନ୍ତରାରାମସ୍ତଥାନ୍ତର୍ଜ୍ୟୋତିରେବ ଯଃ ।
ସ ଯୋଗୀ ବ୍ରହ୍ମନିର୍ବାଣଂ ବ୍ରହ୍ମଭୂତୋଽଧିଗଚ୍ଛତି ।।୨୪।।
ଯେଉଁମାନେ ଅନ୍ତରରେ ଭଗବାନଙ୍କର ଆନନ୍ଦକୁ ଅନୁଭବ କରି ସୁଖୀ ରହନ୍ତି ଏବଂ ଯେଉଁମାନେ ନିଜ ଅନ୍ତରର ଜ୍ୟୋତିରେ ଉଦ୍ଭାସିତ, ସେହିପରି ଯୋଗୀମାନେ ଭଗବାନଙ୍କୁ ପ୍ରାପ୍ତ କରି ମାୟିକ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
‘ଅନ୍ତରର ଜ୍ୟୋତି’ କହିଲେ ସେହି ଦିବ୍ୟଜ୍ଞାନକୁ ବୁଝାଇଥାଏ ଯାହା ଭଗବାନଙ୍କର କୃପାରୁ ଉପଲବ୍ଧି ରୂପରେ ଅନ୍ତରରେ ପ୍ରକାଶିତ ହୁଏ, ଯେତେବେଳେ ଆମେ ତାଙ୍କର ପୂର୍ଣ୍ଣ ଶରଣାଗତ ହୋଇଥାଏ । ଯୋଗ ଦର୍ଶନ କହେ:
ଋତୁମ୍ଭରା ତତ୍ର ପ୍ରଜ୍ଞା (୧-୪୮)
ସମାଧିସ୍ଥ ଅବସ୍ଥାରେ, ବ୍ୟକ୍ତିର ବୁଦ୍ଧି ସତ୍ୟର ଅନୁଭୂତିରେ ପ୍ଲାବିତ ହୋଇଯାଏ ।
କାମ ଓ କ୍ରୋଧର ଆବେଗକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ସମ୍ପର୍କରେ ଅର୍ଜୁନଙ୍କୁ ବୁଝାଇ ସାରିବା ପରେ, ଶ୍ରୀକୃଷ୍ଣ ଏହାର ଅଭ୍ୟାସ କରିବାର ଗୁପ୍ତ ରହସ୍ୟ ଉନ୍ମୋଚନ କରୁଛନ୍ତି । ଯୋଽନ୍ତଃ ସୁଖୋ ଶବ୍ଦର ଅର୍ଥ, “ଯିଏ ଅନ୍ତରରେ ସୁଖୀ” । ଗୋଟିଏ ପ୍ରକାର ସୁଖ ଆମେ ବାହ୍ୟ ବସ୍ତୁଠାରୁ ଅନୁଭବ କରିଥାଏ । ଅନ୍ୟ ଏକ ପ୍ରକାରର ଆନନ୍ଦ ରହିଛି, ଯାହା ଆମେ ଭଗବାନଙ୍କ ସହିତ ମନକୁ ଯୁକ୍ତ କରି ଅନ୍ତରରେ ଅନୁଭବ କରିଥାଏ । ଅନ୍ତରରେ ସୁଖ ଅନୁଭବ ନ କଲେ ଆମେ ବାହ୍ୟ ପ୍ରଲୋଭନକୁ ସବୁଦିନ ପାଇଁ ରୋକି ପାରିବା ନାହିଁ । କିନ୍ତୁ ହୃଦୟରେ ଯେତେବେଳେ ଭଗବାନଙ୍କର ଆନନ୍ଦ ପ୍ରବାହିତ ହେବାରେ ଲାଗେ, ସେତେବେଳେ କ୍ଷଣସ୍ଥାୟୀ ବାହ୍ୟ ଆନନ୍ଦ ନଗଣ୍ୟ ବୋଧ ହୁଏ ଏବଂ ତାହାକୁ ସହଜରେ ପରିତ୍ୟାଗ କରିହୁଏ ।
ସନ୍ଥ ଯମୁନାଚାର୍ଯ୍ୟ କହିଛନ୍ତି:
ଯଦାବଧି ମମ ଚେତଃ କୃଷ୍ଣ-ପଦାରବିନ୍ଦେ
ନବ-ନବ-ରସ-ଧାମନୁଦ୍ୟତ ରନ୍ତୁମ୍ ଆସୀତ୍
ତଦାବଧି ବତ ନାରୀ-ସଙ୍ଗମେ ସ୍ମର୍ଯ୍ୟମାନେ
ଭବତି ମୁଖ-ବିକାରଃ ସୁଷ୍ଟୁ ନିସ୍ଥିବନମ୍ ଚ ।
“ଯେଉଁଦିନଠାରୁ ମୁଁ ଶ୍ରୀକୃଷ୍ଣଙ୍କର କମଳ-ରୂପୀ ଚରଣର ଧ୍ୟାନ କରିବାକୁ ଆରମ୍ଭ କଲିଣି, ମୁଁ କ୍ରମ-ବର୍ଦ୍ଧମାନ ସୁଖ ଅନୁଭବ କରୁଅଛି । ଯଦି ଅକସ୍ମାତ୍ ଯୌନ ସମ୍ଭୋଗର ଭାବନା ଯଦି ମୋ ମନକୁ ଆସିଯାଉଛି, ମୁଁ ସେହି ଭାବନାକୁ ଥୁକି ଦେଇ ବିତୃଷ୍ଣାରେ ମୁହଁ ମୋଡ଼ି ଦେଉଛି ।”