କାମକ୍ରୋଧବିଯୁକ୍ତାନାଂ ଯତୀନାଂ ଯତଚେତସାମ୍ ।
ଅଭିତୋ ବ୍ରହ୍ମନିର୍ବାଣଂ ବର୍ତତେ ବିଦିତାତ୍ମନାମ୍ ।।୨୬।।
କାମ-କାମନା; କ୍ରୋଧ-କ୍ରୋଧ; ବିମୁକ୍ତାନାଂ - ଯେଉଁମାନେ ଏ ସବୁରୁ ମୁକ୍ତ; ଯତୀନାଂ - ଯତି ବା ମୁନିମାନଙ୍କର; ଯତ୍-ଚେତସାମ୍- ସମ୍ପୂର୍ଣ୍ଣରୂପେ ମନକୁ ବଶ କରିଥିବା ଆତ୍ମଜ୍ଞାନୀ ; ଅଭିତଃ - ସବୁ ଦିଗରୁ, ବ୍ରହ୍ମ -ବ୍ରହ୍ମ; ନିର୍ବାଣଂ - ମାୟିକ ସ୍ଥିତିରୁ ମୁକ୍ତ; ବର୍ତତେ - ରହନ୍ତି; ବିଦିତ ଆତ୍ମନାମ୍- ଯେଉଁମାନେ ଆତ୍ମାନୁଭୂତି ଲାଭ କରିଥାଆନ୍ତି ।
BG 5.26: ଯେଉଁ ସନ୍ନ୍ୟାସୀମାନେ, କ୍ରମାଗତ ଉଦ୍ୟମ ଦ୍ୱାରା, କାମନା ଓ କ୍ରୋଧରୁ ମୁକ୍ତ ହୋଇଯାଇ ଥାଆନ୍ତି, ଯେଉଁମାନେ ନିଜର ମନକୁ ସଂଯତ କରି ଆତ୍ମ ଅନୁଭୂତି ଲାଭ କରିଥାଆନ୍ତି, ସେମାନେ ସର୍ବତୋ ଭାବରେ ମାୟିକ ବନ୍ଧନରୁ ମୁକ୍ତ ରହନ୍ତି ।
କାମକ୍ରୋଧବିଯୁକ୍ତାନାଂ ଯତୀନାଂ ଯତଚେତସାମ୍ ।
ଅଭିତୋ ବ୍ରହ୍ମନିର୍ବାଣଂ ବର୍ତତେ ବିଦିତାତ୍ମନାମ୍ ।।୨୬।।
ଯେଉଁ ସନ୍ନ୍ୟାସୀମାନେ, କ୍ରମାଗତ ଉଦ୍ୟମ ଦ୍ୱାରା, କାମନା ଓ କ୍ରୋଧରୁ ମୁକ୍ତ ହୋଇଯାଇ ଥାଆନ୍ତି, ଯେଉଁମାନେ ନିଜର ମନକୁ ସଂଯତ କରି ଆତ୍ମ ଅନୁଭୂତି ଲାଭ କରିଥାଆନ୍ତି, …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ଲୋକ ୫.୨ରେ ବର୍ଣ୍ଣନା କରାଯାଇଛି ଯେ କର୍ମଯୋଗ ଅଧିକାଂଶ ବ୍ୟକ୍ତିଙ୍କ ପାଇଁ ନିରାପଦ ପଥ ଅଟେ । ସେଥିପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସେହି ମାର୍ଗରେ ଯିବା ପାଇଁ ଉପଦେଶ ଦେଉଛନ୍ତି । ତଥାପି ଯେଉଁମାନେ ସଂସାରରୁ ବାସ୍ତବରେ ବିରକ୍ତ, ସେମାନଙ୍କ ପାଇଁ କର୍ମସନ୍ନ୍ୟାସ ମଧ୍ୟ ଉପଯୁକ୍ତ ଅଟେ । ଏହା ଏଥିପାଇଁ ଲାଭଦାୟକ ଯେ ଏଥିରେ ସାମାଜିକ କର୍ତ୍ତବ୍ୟ ତୁଲାଇବା ପାଇଁ ସମୟ ଓ ଶକ୍ତି ଖର୍ଚ୍ଚ କରିବାକୁ ପଡ଼େନାହିଁ ଏବଂ ବ୍ୟକ୍ତି ଆଧ୍ୟାତ୍ମିକ କାର୍ଯ୍ୟରେ ପୂର୍ଣ୍ଣତଃ ନିଜକୁ ନିୟୋଜିତ କରିପାରେ । ଇତିହାସରେ ଏହିପରି ଅନେକ ଉଚ୍ଚକୋଟୀର ସନ୍ୟାସୀ ରହିଛନ୍ତି । ଶ୍ରୀକୃଷ୍ଣ କହୁଛନ୍ତି, ଏହିପରି କର୍ମସନ୍ନ୍ୟାସୀମାନେ ମଧ୍ୟ ଦ୍ରୁତ ଗତିରେ ଉନ୍ନତି କରିଥାଆନ୍ତି ଏବଂ ସର୍ବତ୍ର ସୁଖ ଅନୁଭବ କରିଥାନ୍ତି । କାମ ଓ କ୍ରୋଧର ଆବେଗକୁ ସମାପ୍ତ କରି ଏବଂ ନିଜ ମନକୁ ପରାଭୂତ କରି, ସେମାନେ ଏହି ଜନ୍ମରେ ଓ ତା ପରେ ମଧ୍ୟ ପୂର୍ଣ୍ଣ ଶାନ୍ତି ଲାଭ କରିଥାନ୍ତି ।
ଅଧିକାଂଶତଃ ଆମେ ମନରେ ଏହି ଭ୍ରାନ୍ତ ଧାରଣା ପୋଷଣ କରିଥାଏ ଯେ ବାହ୍ୟ ପରିସ୍ଥିତି ଆମ ଅଶାନ୍ତିର କାରଣ ଅଟେ ଏବଂ ଆମେ ଆଶା କରେ ଦିନେ ନା ଦିନେ ପରିସ୍ଥିତି ସବୁ ଆମର ଶାନ୍ତି ପାଇଁ ଅନୁକୁଳ ହେବେ । କିନ୍ତୁ ଶାନ୍ତି କୌଣସି ବାହ୍ୟ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ । ଏହା ଶୁଦ୍ଧ ହୋଇଥିବା ଇନ୍ଦ୍ରିୟ, ମନ ଓ ବୁଦ୍ଧିର ପରିଣାମ ଅଟେ । ବାହ୍ୟ ପରିସ୍ଥିତି ଯେପରି ହୋଇଥିଲେ ବି, ମନ ଓ ଚିନ୍ତନରେ ଅନ୍ତର୍ମୁଖୀ ହୋଇଥିବା ସନ୍ନ୍ୟାସୀମାନେ ସୁଖର ସାଗର ନିଜ ମଧ୍ୟରେ ପାଇଥାନ୍ତି ଏବଂ ଆଭ୍ୟନ୍ତରୀଣ ସମସ୍ତ ପ୍ରକ୍ରିୟାକୁ ସୁନିୟୋଜିତ କରି, ସେମାନେ ସର୍ବତ୍ର ଏକପ୍ରକାର ଶାନ୍ତି ଅନୁଭବ କରନ୍ତି ଓ ଏହିଠାରେ ହିଁ ମୁକ୍ତିପ୍ରାପ୍ତ କରନ୍ତି ।