Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 5, Verse 27-28

ସ୍ପର୍ଶାନ୍‌କୃତ୍ୱା ବହିର୍ବାହ୍ୟାଂଶ୍ଚକ୍ଷୁଶ୍ଚୈବାନ୍ତରେ ଭ୍ରୁବୋଃ ।
ପ୍ରାଣାପାନୌ ସମୌ କୃତ୍ୱା ନାସାଭ୍ୟନ୍ତରଚାରିଣୌ ।ା୨୭।।
ଯତେନ୍ଦ୍ରିୟମନୋବୁଦ୍ଧିର୍ମୁନିର୍ମୋକ୍ଷପରାୟଣଃ ।
ବିଗତେଚ୍ଛାଭୟତ୍‌କ୍ରୋଧୋ ଯଃ ସଦା ମୁକ୍ତ ଏବ ସଃ ।।୨୮।।

ସ୍ପର୍ଶାନ୍ -ଇନ୍ଦ୍ରିୟ ବିଷୟ ସଂସ୍ପର୍ଶରେ; କୃତ୍ୱା- ଏପରି କରି; ବହିଃ -ବାହାରେ; ବାହ୍ୟାନ୍ -ବାହ୍ୟ; ଚକ୍ଷୁଃ - ଚକ୍ଷୁ; ଚ-ଏବଂ; ଏବ- ନିଶ୍ଚିତଭାବେ; ଅନ୍ତରେ -ମଧ୍ୟରେ; ଭ୍ରୂବୋଃ - ଦୁଇ ଭ୍ରୂ ମଧ୍ୟରେ; ପ୍ରାଣ-ଅପାନ-ପ୍ରାଣ ଓ ଅପାନ ବାୟୁ; ସମୌ- ସମାନ; କୃତ୍ୱା -କରି; ନାସା-ଅଭ୍ୟନ୍ତର- ନାସା ମଧ୍ୟରେ; ଚାରିଣୌ -ଗତାଗତ କରୁଥିବା; ଯତ -ସଂଯତ; ଇନ୍ଦ୍ରିୟ- ଇନ୍ଦ୍ରିୟଗୁଡ଼ିକ; ମନଃ -ମନ; ବୁଦ୍ଧିଃ- ବୁଦ୍ଧି; ମୁନିଃ - ମୁନି ବା ଯୋଗୀ; ମୋକ୍ଷ- ମୋକ୍ଷ; ପରାୟଣଃ - ରତ; ବିଗତ- ମୁକ୍ତ; ଇଚ୍ଛା-ଇଚ୍ଛା; ଭୟ- ଭୟ; କ୍ରୋଧଃ- କ୍ରୋଧ; ଯଃ -ଯିଏ; ସଦା-ସର୍ବଦା; ମୁକ୍ତଃ - ମୁକ୍ତ; ଏବ-ନିଶ୍ଚିତଭାବେ; ସଃ- ସେ ।

Translation

BG 5.27-28: ବାହ୍ୟ ସୁଖ କଳ୍ପନାର ଦ୍ୱାର ବନ୍ଦ କରି, ଦୁଇ ଚକ୍ଷୁର ଭ୍ରୂଲତାର ମଧ୍ୟ ଭାଗରେ ଦୃଷ୍ଟି ନିବଦ୍ଧ କରି, ନାସିକା ରନ୍ଧ୍ରରେ ନିଶ୍ୱାସ ପ୍ରଶ୍ୱାସର ଗତି ସମାନ ରଖି ଯେଉଁ ଯୋଗୀ ଇନ୍ଦ୍ରିୟ-ମନ-ବୁଦ୍ଧିକୁ ବଶ କରିଥାଆନ୍ତି, ସେମାନେ କାମନା ଓ ଭୟରୁ ମୁକ୍ତ ହୋଇ ସର୍ବଦା ବିମୁକ୍ତ ଜୀବନଯାପନ କରିଥାନ୍ତି ।

Commentary

ବହୁ ସମୟରେ ତ୍ୟାଗୀ ମାନେ ସନ୍ୟାସବ୍ରତ ପାଳନ ସହିତ ଅଷ୍ଟାଙ୍ଗ ଯୋଗ  ତଥା ହଟଯୋଗ  ଆଦି ପାଳନ କରିବାକୁ ଆଗ୍ରହୀ ହୋଇଥାନ୍ତି । ଅତ୍ୟଧିକ ଉଦାସୀନତା ସେମାନଙ୍କୁ ଭକ୍ତି ପ୍ରତି ମଧ୍ୟ ଆଗ୍ରହୀ କରି ନ ଥାଏ, ଯେଉଁଥିରେ ଭଗବାନଙ୍କର ନାମ, ରୂପ, ଲୀଳା ଓ ଧାମ ଆଦିର ଧ୍ୟାନ କରିବା ଆବଶ୍ୟକ ହୋଇଥାଏ । ସନ୍ନ୍ୟାସୀମାନେ ଯେଉଁ ମାର୍ଗର ଅନୁସରଣ କରନ୍ତି, ଶ୍ରୀକୃଷ୍ଣ ଏଠାରେ ତାହାର ବର୍ଣ୍ଣନା କରିଛନ୍ତି ।

ସେ କହୁଛନ୍ତି ଯେ ଏପରି ସନ୍ନ୍ୟାସୀଗଣ ତାଙ୍କର ଦୃଷ୍ଟି ଓ ଶ୍ୱାସ ପ୍ରକ୍ରିୟାକୁ ନିୟନ୍ତ୍ରଣ କରି, ଇନ୍ଦ୍ରିୟଭୋଗ ବିଷୟ ଗୁଡ଼ିକର ଚିନ୍ତନକୁ ରୁଦ୍ଧ କରିଦିଅନ୍ତି । ସେମାନେ ତାଙ୍କର ଦୁଇ ଭ୍ରୂଲତା ମଧ୍ୟରେ ଦୃଷ୍ଟି ନିବଦ୍ଧ କରନ୍ତି । ଧ୍ୟାନ କରିବା ସମୟରେ ଚକ୍ଷୁ ଯଦି ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଏ, ଜଣକୁ ନିଦ୍ରା ଗ୍ରାସ କରିପାରେ; ଯଦି ସମ୍ପୂର୍ଣ୍ଣ ଖୋଲା ରଖାଯାଏ, ଚତୁର୍ପାଶ୍ୱର୍ର ଭୌତିକ ପଦାର୍ଥ ଦ୍ୱାରା ସେମାନେ ବିଚଳିତ ହୋଇପାରନ୍ତି । ଏହି ଦୁଇ ଅସୁବିଧାକୁ ଦୂର କରିବାକୁ, ସନ୍ୟାସୀମାନେ ଚକ୍ଷୁକୁ ଅର୍ଦ୍ଧ ନିମୀଳିତ କରି ଦୃଷ୍ଟିକୁ ଭ୍ରୂଲତା ମଧ୍ୟରେ କିମ୍ବା ନାସିକାର ଅଗ୍ରଭାଗରେ ନିବଦ୍ଧ କରନ୍ତି । ସେମାନେ ଉଭୟ ପ୍ରାଣ (ବାହାରକୁ ଯାଉଥିବା ଶ୍ୱାସ)ଓ ଅପାନକୁ (ଭିତରକୁ ଯାଉଥିବା ଶ୍ୱାସ) ସୁସଂଗତ କରି  ଯୋଗ ସମାଧିରେ ବିଲୀନ ହେବା ପର୍ଯ୍ୟନ୍ତ ନିଲମ୍ବିତ ରଖିଥାନ୍ତି । ଏହି ଯୋଗକ୍ରିୟା ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହିପରି ସାଧକମାନଙ୍କର ଏକମାତ୍ର ଲକ୍ଷ୍ୟ ମାୟାନିବୃତ୍ତି ଅଟେ ।

ଏପରି ତପସ୍ୟା ଦ୍ୱାରା ଆତ୍ମଜ୍ଞାନ (ନିଜକୁ ଜାଣିବା) ହୋଇଥାଏ, ବ୍ରହ୍ମଜ୍ଞାନ (ଭଗବାନଙ୍କୁ ଜାଣିବା) ହୋଇ ନ ଥାଏ । ତେଣୁ ଏହି ସନ୍ୟାସର ପଥରେ ଭଗବାନଙ୍କର ଭକ୍ତିକୁ ସମ୍ମିଳିତ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ, ଯାହା ପରବର୍ତ୍ତୀ ଶ୍ଲୋକରେ ବର୍ଣ୍ଣନା କରାଯାଇଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
5. କର୍ମସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!