Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 5, Verse 7

ଯୋଗଯୁକ୍ତୋ ବିଶୁଦ୍ଧାତ୍ମା ବିଜିତାତ୍ମା ଜିତେନ୍ଦ୍ରିୟଃ ।
ସର୍ବଭୂତାତ୍ମଭୂତାତ୍ମା କୁର୍ବନ୍ନପି ନ ଲିପ୍ୟତେ ।।୭।।

ଯୋଗଯୁକ୍ତ - କର୍ମଯୋଗରେ ଭଗବାନଙ୍କ ସହିତ ଯୁକ୍ତ; ବିଶୁଦ୍ଧ ଆତ୍ମା - ବିଶୁଦ୍ଧ ଆତ୍ମା; ବିଜିତ-ଆତ୍ମା- ଆତ୍ମଜୟୀ; ଜିତ-ଇନ୍ଦ୍ରିୟଃ - ଇନ୍ଦ୍ରିୟମାନଙ୍କୁ ଜୟ କରିଥିବା; ସର୍ବଭୂତ ଆତ୍ମଭୂତ-ଆତ୍ମା -ସବୁ ଜୀବଙ୍କ ଭିତରେ ପରମାତ୍ମାଙ୍କର ଦର୍ଶନ କରନ୍ତି; କୁର୍ବନ୍ ଅପି -ଯଦିଓ କର୍ମରତ; ନ-ନାହିଁ; ଲିପ୍ୟତେ -ବନ୍ଧନଯୁକ୍ତ ହୁଏ ।

Translation

BG 5.7: ଯେଉଁ କର୍ମଯୋଗୀମାନଙ୍କର ବୁଦ୍ଧି ବିଶୁଦ୍ଧ ଅଟେ ଏବଂ ଯିଏ ମନ ଓ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିିଥାଆନ୍ତି, ସେମାନେ ସମସ୍ତ ପ୍ରାଣୀଙ୍କଠାରେ ଆତ୍ମାର ଆତ୍ମା ପରମାତ୍ମାଙ୍କୁ ଦେଖିଥାନ୍ତି । ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ ସେମାନେ ସେଥିରେ ଛନ୍ଦି ହୁଅନ୍ତି ନାହିଁ ।

Commentary

ବୈଦିକ ସାହିତ୍ୟରେ ଆତ୍ମା ଶବ୍ଦଟି ଅନେକ ଅର୍ଥରେ ବ୍ୟବହୃତ ହୋଇଥାଏ: ଭଗବାନ, ଆତ୍ମା, ମନ,ଏବଂ ବୁଦ୍ଧି । ଏହି ଶ୍ଲୋକଟି ଏହାର ସମସ୍ତ ବ୍ୟବହାର ଦର୍ଶାଇଥାଏ । ଶ୍ରୀକୃଷ୍ଣ କର୍ମଯୋଗୀଙ୍କ ବିଷୟରେ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି ଯେ ସେମାନେ: ୧) ବିଶୁଦ୍ଧାତ୍ମା, ଶୁଦ୍ଧ ବୁଦ୍ଧିଯୁକ୍ତ, ୨) ବିଜିତାତ୍ମା, ଯିଏ ମନକୁ ଜୟ କରିଛି, ଏବଂ ୩) ଜିତେନ୍ଦ୍ରିୟ, ଇନ୍ଦ୍ରିୟଙ୍କୁ ବଶ କରିଥିବା ବ୍ୟକ୍ତି ଅଟନ୍ତି ।

ଏପରି ବିଶୁଦ୍ଧ ବୁଦ୍ଧିଯୁକ୍ତ କର୍ମଯୋଗୀମାନେ, ସମସ୍ତ ପ୍ରାଣୀଙ୍କଠାରେ ଭଗବାନଙ୍କର ଦର୍ଶନ କରନ୍ତି ଏବଂ ସମସ୍ତଙ୍କ ପ୍ରତି ଆସକ୍ତି ରହିତ  ସମ୍ମାନ ପ୍ରଦର୍ଶନ କରିଥାନ୍ତି । ଆତ୍ମସମ୍ଭୋଗ ଇଚ୍ଛାରେ ଅଭିପ୍ରେରିତ ହୋଇ ନ ଥିବା ସେମାନଙ୍କର କର୍ମ, କ୍ରମଶଃ ସେମାନଙ୍କର ଜ୍ଞାନକୁ ପରିମାର୍ଜିତ କରିଥାଏ । କାମନାର ନିବୃତ୍ତି ସହିତ, ଇନ୍ଦ୍ରିୟ ସୁଖ ପାଇଁ ଲାଳାୟିତ ସେମାନଙ୍କର ଇନ୍ଦ୍ରିୟ, ମନ ଓ ବୁଦ୍ଧି ମଧ୍ୟ ସଂଯମିତ ହୋଇଯାଏ । ସେହି ସବୁ ଉପକରଣ ବର୍ତ୍ତମାନ ଭଗବାନଙ୍କର ସେବା ପାଇଁ ଉପଲବ୍ଧ ହୁଅନ୍ତି ଏବଂ ଭକ୍ତିଯୁକ୍ତ ସେବାର ପରିଣାମ ସ୍ୱରୂପ ଭିତରେ ଅନୁଭବାତ୍ମକ ଜ୍ଞାନର ଉଦୟ ହୋଇଥାଏ । ଏହିପରି ଭାବରେ,କର୍ମଯୋଗ ଦ୍ୱାରା ସ୍ୱାଭାବିକ ଭାବରେ ଜ୍ଞାନୋଦୟରେ କ୍ରମ ଅଭିବୃଦ୍ଧି ଘଟିଥାଏ; ତେଣୁ ଏହା କର୍ମ ସନ୍ନ୍ୟାସଠାରୁ ଭିନ୍ନ ନୁହେଁ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
5. କର୍ମସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!