Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 6, Verse 16

ନାତ୍ୟଶ୍ନତସ୍ତୁ ଯୋଗୋଽସ୍ତି ନ ଚୈକାନ୍ତମନଶ୍ନତଃ ।
ନ ଚାତି ସ୍ୱପ୍ନଶୀଳସ୍ୟ ଜାଗ୍ରତୋ ନୈବ ଚାର୍ଜୁର୍ନ ।।୧୬।।

ନ-ନୁହେଁ; ଅତି - ଅତ୍ୟନ୍ତ; ଅଶ୍ନତଃ - ଯିଏ ଅତ୍ୟଧିକ ଭୋଜନ କରେ, ତାହାର; ତୁ -କିନ୍ତୁ; ଯୋଗଃ -ଯୋଗ, ଭଗବାନଙ୍କ ସହ ସଂଯୋଗ; ଅସ୍ତି -ଅଛି, ନ-ନୁହେଁ; ଚ-ଏବଂ; ଏକାନ୍ତଂ - ପୂରାପୁରି; ଅନଶ୍ନତଃ - ଭୋଜନ ତ୍ୟାଗ; ନ -ନୁହେଁ; ଚ- ଏବଂ; ଅତି -ଅତ୍ୟନ୍ତ; ସ୍ୱପ୍ନ-ଶିଳସ୍ୟ - ଯିଏ ଅଧିକ ଶୟନ କରେ, ତାହାର; ଜାଗ୍ରତଃ - ଯିଏ ଉଜାଗର ରହେ, ନ -ନୁହେଁ; ଏବ- କେବେ; ଚ- ଏବଂ; ଅର୍ଜୁନ - ହେ ଅର୍ଜୁନ ।

Translation

BG 6.16: ହେ ଅର୍ଜୁନ! ଯିଏ ଅତ୍ୟଧିକ ଭୋଜନ କିମ୍ବା ଖୁବ୍ କମ ଭୋଜନ କରେ, ଅଧିକ ଶୟନ କରେ କିମ୍ବା ଖୁବ୍ କମ୍ ନିଦ୍ରା ଯାଏ, ସେ ଯୋଗରେ ସଫଳ ହୁଏ ନାହିଁ ।

Commentary

ଧ୍ୟାନର ବିଷୟ ଏବଂ ତାଦ୍ୱାରା ହାସଲ ହେଉଥିବା ଅନ୍ତିମ ଲକ୍ଷ୍ୟ ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ କିଛି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି । ସେ କହୁଛନ୍ତି ଯେ, ଯେଉଁମାନେ ଶରୀର ପ୍ରତିପୋଷଣ କରିବାର ନିୟମ ଭଙ୍ଗ କରନ୍ତି, ସେମାନେ ଯୋଗରେ କୃତକାର୍ଯ୍ୟ ହେବେ ନାହିଁ । ଅନେକ ସମୟରେ, ଏହି ମାର୍ଗ ପ୍ରତି ଆଗ୍ରହୀ ନୂତନ ସାଧକଗଣ, ସେମାନଙ୍କର ଅସମ୍ପୂର୍ଣ୍ଣ ଜ୍ଞାନ ଅନୁସାରେ କହନ୍ତି; “ତୁମେ ଶରୀର ନୁହେଁ, ଆତ୍ମା ଅଟ । ତେଣୁ ଶରୀର ପ୍ରତିପୋଷଣକୁ ଉପେକ୍ଷା କରି, କେବଳ ଆଧ୍ୟାତ୍ମିକ କାର୍ଯ୍ୟ କର ।”

କିନ୍ତୁ ଏପରି ଚିନ୍ତାଧାରା ବ୍ୟକ୍ତିକୁ ଅଧିକ ଆଗକୁ ନେଇ ପାରେନାହିଁ । ଏହା ସତ୍ୟ ଯେ ଆମେ ଶରୀର ନୁହେଁ, କିନ୍ତୁ ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ଏହି ଶରୀର ଆମର ବାହକ ଅଟେ । ତେଣୁ ତାର ଯତ୍ନନେବା ଆମର କର୍ତ୍ତବ୍ୟ ଅଟେ । ଆୟୁର୍ବେଦ ଅନୁସାରେ: ଶରୀର ମାଧ୍ୟଂ ଖଳୁ ଧର୍ମ ସାଧନମ୍‌, “ଧର୍ମ କରିବା ପାଇଁ ଶରୀର ବାହନ ଅଟେ ।” ଶରୀର ଅସୁସ୍ଥ ହେଲେ ଧର୍ମ-କର୍ମ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ରାମାୟଣ କହେ; ତନୁ ବିନୁ ଭଜନ ବେଦ ନହିଁ ବରନା “ବେଦ ଏକଥା କହି ନାହିଁ ଯେ ଆଧ୍ୟାତ୍ମିକ କର୍ମ କରିବାକୁ ଯାଇ ଆମେ ଶରୀରର ଅବହେଳା କରିବା ।” ବାସ୍ତବରେ, ଭୌତିକ ବିଜ୍ଞାନର ଉପଯୋଗ କରି ଶରୀରର ଉପଯୁକ୍ତ ଯତ୍ନ ନେବାକୁ, ସେମାନେ ଆମକୁ ଉପଦେଶ ଦେଇଥାଆନ୍ତି । ଈଶୋପନିଷଦ କହେ;

ଅନ୍ଧଂ ତମଃ ପ୍ରବିଶନ୍ତି ଯେଽବିଦ୍ୟାଂ ଉପାସତେ ।
ତତୋ ଭୂୟ ଇବ ତେ ତମୋ ଯ ଉ ବିଦ୍ୟାୟାଂ ରତାଃ ।(୯)

ଯେଉଁମାନେ କେବଳ ଭୌତିକ ଜ୍ଞାନ ଆହରଣ କରନ୍ତି, ସେମାନେ ନର୍କକୁ ଯାଆନ୍ତି । କିନ୍ତୁ ଯେଉଁମାନେ କେବଳ ଅଧ୍ୟାତ୍ମ୍ୟ ଜ୍ଞାନ ଆହରଣ କରନ୍ତି, ସେମାନେ ଅଧିକ ଭୟାନକ ନର୍କକୁ ଯାଆନ୍ତି ।” ଭୌତିକ ବିଜ୍ଞାନ ଆମ ଶରୀରର ପୁଷ୍ଟି ନିମନ୍ତେ ଆବଶ୍ୟକ ଅଟେ । ଆଧ୍ୟାତ୍ମ୍ୟ ବିଜ୍ଞାନ ଆମର ଅନ୍ତର୍ନିହିତ ଦିବ୍ୟତାର ପରିପ୍ରକାଶ ନିମନ୍ତେ ଆବଶ୍ୟକ । ଜୀବନର ବାସ୍ତବିକ ଲକ୍ଷ୍ୟକୁ ପ୍ରାପ୍ତ କରିବା ନିମନ୍ତେ ଆମେ ଉଭୟଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ । ଯୋଗାସନ, ପ୍ରାଣାୟାମ ଏବଂ ଆହାର ବିଜ୍ଞାନ ବୈଦିକ ଜ୍ଞାନର ଉପାଦେୟ ଅଂଶ ଅଟେ । ଭୌତିକ ଜ୍ଞାନ ପାଇଁ ପ୍ରତ୍ୟେକ ବେଦର ଗୋଟିଏ ଲେଖାଏଁ ଉପବେଦ ଅଛି । ଅଥର୍ବ ବେଦର ଉପବେଦ ହେଉଛି ଆୟୁର୍ବେଦ, ଯାହା ଔଷଧ ଓ ସ୍ୱାସ୍ଥ୍ୟ ବିଜ୍ଞାନର ସର୍ବପ୍ରାଚୀନ ଗ୍ରନ୍ଥ ଅଟେ । ଏହା ପ୍ରମାଣିତ କରେ ଯେ ଶାରୀରିକ ସ୍ୱାସ୍ଥ୍ୟର ଯତ୍ନ ଉପରେ, ବେଦ ଗୁରୁତ୍ୱାରୋପଣ କରିଥାଏ । ସେଥିପାଇଁ ଶ୍ରୀକୃଷ୍ଣ କହୁଛନ୍ତି ଯେ ଅଧିକ ଖାଇବା ବା ଆଦୌ ନ ଖାଇବା, ଅତ୍ୟଧିକ ପରିଶ୍ରମ କରିବା ବା ଆଦୌ ପରିଶ୍ରମ ନକରିବା ଇତ୍ୟାଦି ଯୋଗ ପାଇଁ ବାଧକ ଅଟନ୍ତି । ଆଧ୍ୟାତ୍ମିକ ସାଧକମାନେ, ସତେଜ ପୁଷ୍ଟିକର ଖାଦ୍ୟ, ଦୈନିକ ବ୍ୟାୟାମ ଏବଂ ପ୍ରତ୍ୟେକ ରାତ୍ରିରେ ଉଚିତ ପରିମାଣର ନିଦ୍ରା ଦ୍ୱାରା ନିଜ ଶରୀରର ଉତ୍ତମ ଯତ୍ନ ନେବା ଆବଶ୍ୟକ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
6. ଧ୍ୟାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!