ଯତ୍ରୋପରମତେ ଚିତ୍ତଂ ନିରୁଦ୍ଧଂ ଯୋଗସେବୟା ।
ଯତ୍ର ଚୈବାତ୍ମନାତ୍ମାନଂ ପଶ୍ୟନ୍ନାତ୍ମନି ତୁଷ୍ୟତି ।।୨୦।।
ଯତ୍ର - ଯେଉଁ ଠାରେ; ଉପରମତେ - ଆନ୍ତରିକ ଦିବ୍ୟ ଆନନ୍ଦ ଅନୁଭବ କରେ; ଚିତ୍ତଂ -ମନ; ନିରୁଦ୍ଧଂ -ସଂଯମିତ; ଯୋଗସେବୟା - ଯୋଗ ଅଭ୍ୟାସଦ୍ୱାରା; ଯତ୍ର - ଯେଉଁଠାରେ; ଚ- ଏବଂ;ଏବ -ନିଶ୍ଚିତରୂପେ;ଆତ୍ମନା -ଶୁଦ୍ଧ ମନରେ;ଆତ୍ମାନଂ -ଜୀବ;ପଶ୍ୟନ୍ -ଦେଖି;ଆତ୍ମନି -ଆତ୍ମାରେ; ତୁଷ୍ୟନ୍ତି -ସନ୍ତୁଷ୍ଟ ହୁଏ ।
BG 6.20: ମାୟିକ କର୍ମରୁ ନିବୃତ୍ତ ମନ, ଯେତେବେଳେ ଯୋଗାଭ୍ୟାସ ଦ୍ୱାରା ସ୍ଥିର ହୋଇଯାଏ, ସେତେବେଳେ ଯୋଗୀ ତା’ର ବିଶୁଦ୍ଧ ଅନ୍ତଃକରଣରେ ଆତ୍ମାର ଦର୍ଶନ କରି ଆତ୍ମାନନ୍ଦରେ ବିଭୋର ହୋଇଯାଏ ।
ଯତ୍ରୋପରମତେ ଚିତ୍ତଂ ନିରୁଦ୍ଧଂ ଯୋଗସେବୟା ।
ଯତ୍ର ଚୈବାତ୍ମନାତ୍ମାନଂ ପଶ୍ୟନ୍ନାତ୍ମନି ତୁଷ୍ୟତି ।।୨୦।।
ମାୟିକ କର୍ମରୁ ନିବୃତ୍ତ ମନ, ଯେତେବେଳେ ଯୋଗାଭ୍ୟାସ ଦ୍ୱାରା ସ୍ଥିର ହୋଇଯାଏ, ସେତେବେଳେ ଯୋଗୀ ତା’ର ବିଶୁଦ୍ଧ ଅନ୍ତଃକରଣରେ ଆତ୍ମାର ଦର୍ଶନ କରି ଆତ୍ମାନନ୍ଦରେ ବିଭୋର ହୋଇଯାଏ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଧ୍ୟାନର ବିଧି ଏବଂ ତା’ର ଚରମ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତା’ର ଫଳ ବିଷୟରେ ଆଲୋଚନା କରୁଛନ୍ତି । ମନ ଶୁଦ୍ଧ ହୋଇଯିବା ପରେ ବ୍ୟକ୍ତି ନିଜକୁ ଶରୀର, ମନ ଓ ବୁଦ୍ଧିଠାରୁ ପୃଥକ ଉପଲବ୍ଧି କରିଥାଏ । ଉଦାହରଣ ସ୍ୱରୂପ, ଯଦି ଗୋଟିଏ ଗ୍ଲାସ୍ରେ ଗୋଳିଆ ପାଣି ଥାଏ, ଆମେ ତାହା ମଧ୍ୟଦେଇ କିଛି ଦେଖିପାରିବା ନାହିଁ । କିନ୍ତୁ ଯଦି ଆମେ ସେଥିରେ କିଛି ଫିିଟିକିରି ମିଶାଇ ଦେବା, ତେବେ କାଦୁଅ ତଳକୁ ବସିଯିବ ଏବଂ ପାଣି ସ୍ୱଚ୍ଛ ହୋଇଯିବ । ସେହିପରି, ମନ ଅସ୍ୱଚ୍ଛ ରହିଥିବା ଯାଏଁ ଆତ୍ମାର ଉପଲବ୍ଧି ଅସ୍ପଷ୍ଟ ରହିବ ଏବଂ ଆତ୍ମା ସମ୍ବନ୍ଧୀୟ ସମସ୍ତ ଶାସ୍ତ୍ରଜ୍ଞାନ କେବଳ ଶାବ୍ଦିକ ଜ୍ଞାନରେ ସୀମିତ ରହିବ । କିନ୍ତୁ ମନ ଯେତେବେଳେ ଶୁଦ୍ଧ ହୋଇଯାଏ, ଆତ୍ମାକୁ ଅନୁଭବ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ଉପଲବ୍ଧି କରିହୁଏ ।