Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 6, Verse 24-25

ସଂକଳ୍ପପ୍ରଭବାନ୍‌କାମାଂସ୍ତ୍ୟକ୍ତ୍ୱା ସର୍ବାନଶେଷତଃ ।
ମନସୈବେନ୍ଦ୍ରିୟଗ୍ରାମଂ ବିନିୟମ୍ୟ ସମନ୍ତତଃ ।ା୨୪।।
ଶନୈଃ ଶନୈରୁପରମେଦ୍‌ବୁଦ୍ଧ୍ୟା ଧୃତିଗୃହୀତୟା ।
ଆତ୍ମସଂସ୍ଥଂ ମନଃ କୃତ୍ୱା ନ କିଞ୍ଚିଦପି ଚିନ୍ତୟେତ୍ ।।୨୫।।

ସଂକଳ୍ପ- ପ୍ରତିଜ୍ଞା; ପ୍ରଭବାନ୍ - ଜାତ; କାମାନ୍ - କାମନା; ତ୍ୟକ୍ତ୍ୱା- ତ୍ୟାଗକରି; ସର୍ବାନ୍ - ସମସ୍ତ ପ୍ରକାର; ଅଶେଷତଃ - ସମ୍ପୂର୍ଣ୍ଣରୂପେ; ମନସା -ମନରେ; ଏବ -ନିଶ୍ଚିତଭାବେ; ଇନ୍ଦ୍ରିୟଗ୍ରାମଂ -ସମସ୍ତ ଇନ୍ଦ୍ରିୟଙ୍କୁ; ବିନିୟମ୍ୟ -ସଂଯତ କରି; ସମନ୍ତତଃ -ସବୁଦିଗରୁ । ଶନୈଃ ଶନୈଃ - କ୍ରମଶଃ; ଉପରମେତ୍ - ଶାନ୍ତହେବା; ବୃଦ୍ଧ୍ୟା- ବୁଦ୍ଧିବଳରେ; ଧୃତି-ଗୃହୀତୟା - ଦୃଢ଼ ନିଶ୍ଚୟ ଦ୍ୱାରା ପ୍ରାପ୍ତ; ଆତ୍ମ-ସଂସ୍ଥଂ -ପରମାତ୍ମାଙ୍କ ଠାରେ ସ୍ଥିର; ମନଃ -ମନ; କୃତ୍ୱା -କରି; ନ-ନୁହେଁ; କିଞ୍ଚିତ୍ -ଅନ୍ୟ କିଛି; ଅପି -ମଧ୍ୟ; ଚିନ୍ତୟେତ୍ - ଚିନ୍ତାକରି ।

Translation

BG 6.24-25: ସଂସାରର ଚିନ୍ତନରେ ଜାତ ସମସ୍ତ କାମନାକୁ ସମ୍ପୂର୍ଣ୍ଣରୂପେ ତ୍ୟାଗ କରି, ବ୍ୟକ୍ତି ମନ ଦ୍ୱାରା ନିଜର ସମସ୍ତ ଇନ୍ଦ୍ରିୟକୁ ସର୍ବତୋ ଭାବରେ ନିୟନ୍ତ୍ରିତ କରିବା ଉଚିତ । ଧୀର ଓ ଅବିଚଳିତ ଭାବେ, ବୁଦ୍ଧିର ଦୃଢ଼ ନିଶ୍ଚୟ ଦ୍ୱାରା, ମନ କେବଳ ଭଗବାନଙ୍କଠାରେ ସ୍ଥିର ରହିବ ଏବଂ ଅନ୍ୟ କୌଣସି ଚିନ୍ତନ କରିବ ନାହିଁ ।

Commentary

ଧ୍ୟାନ ପାଇଁ ଦୁଇଟି ପ୍ରକ୍ରିୟା ଆବଶ୍ୟକ: ସଂସାରରୁ ମନକୁ ହଟାଇବା ଏବଂ ଭଗବାନଙ୍କଠାରେ ସ୍ଥିର ରଖିବା । ସର୍ବପ୍ରଥମେ ଶ୍ରୀକୃଷ୍ଣ ପ୍ରଥମ ପ୍ରକ୍ରିୟାର ବର୍ଣ୍ଣନା କରୁଛନ୍ତି - ସଂସାରରୁ ମନକୁ ହଟାଇବା ।

ମନ ସଂସାରରେ ଆସକ୍ତ ରହିଥିବା କାରଣରୁ ସାଂସାରିକ ବସ୍ତୁ, ବ୍ୟକ୍ତି, ଘଟଣା ଇତ୍ୟାଦିର ଚିନ୍ତନ କରିଥାଏ । ପ୍ରାରମ୍ଭରେ ସେହିସବୁ ଚିନ୍ତନ ସ୍ଫୁରଣ(ଅନୁଭୂତି ଓ ବିଚାରର ଝଲକ) ରୂପରେ ଥାଏ । ସେହି ସ୍ଫୁରଣକୁ ଆମେ ଯେତେବେଳେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରେ, ତାହା ସଂକଳ୍ପ ହୋଇଯାଏ । ଏହିପରି ଭାବରେ ଆମ ଆସକ୍ତିର ସ୍ୱରୂପ (ସକାରାତ୍ମକ/ନକାରାତ୍ମକ)ଅନୁଯାୟୀ, ଆମର ଚିନ୍ତନ ସଂକଳ୍ପ (ବିଷୟ ପଛରେ ଧାଇଁବା) ଓ ବିକଳ୍ପ (ବିଷୟ ପ୍ରତି ବିତୃଷ୍ଣାଭାବ)ର ରୂପ ନେଇଥାଏ । ଆକର୍ଷଣ ଓ ବିକର୍ଷଣର ବୀଜ, କାମନାର ବୃକ୍ଷ ରୂପେ ବୃଦ୍ଧି ପାଏ, “ଏହା ହେବା ଉଚିତ”, “ଏହା ହେବା ଉଚିତ ନୁହେଁ ।” କ୍ୟାମେରାରେ ଦୃଶ୍ୟ ପ୍ରତିଫଳିତ ହେବା ପରି, ଉଭୟ ସଂକଳ୍ପ ଓ ବିକଳ୍ପ ମନରେ ଅତିଶୀଘ୍ର ଧାରଣା ସୃଷ୍ଟି କରିଥାଆନ୍ତି, ଯାହା ପ୍ରତ୍ୟକ୍ଷ ରୂପରେ ଭଗବାନଙ୍କ ଧ୍ୟାନରେ ବାଧା ଉତ୍ପନ୍ନ କରିଥାଏ । ସେମାନଙ୍କ ଠାରେ ଅଧିକ ପ୍ରଜ୍ଜ୍ୱଳିତ ହେବାର ସବୁ ସମ୍ଭାବନା ରହିଥାଏ, ଏବଂ ଯେଉଁ କାମନାର ଆକାର ଆଜି କ୍ଷୁଦ୍ର ବୀଜଟିଏ ପରି ଅଛି, ଆସନ୍ତାକାଲି ତାହା ଏକ ଭୟାବହ ଅଗ୍ନିକାଣ୍ଡର ରୂପ ନେଇପାରେ । ତେଣୁ ଯିଏ ଧ୍ୟାନରେ ସଫଳତା ହାସଲ କରିବାକୁ ଚାହାଁନ୍ତି, ସେ ଭୌତିକ ବସ୍ତୁ ସହିତ ସମ୍ବନ୍ଧ ତ୍ୟାଗ କରିବା ଉଚିତ ।

ଧ୍ୟାନ ପାଇଁ ଆବଶ୍ୟକ ପ୍ରଥମ ପ୍ରକ୍ରିୟା - ସଂସାରରୁ ମନକୁ ହଟାଇବାର ମହତ୍ତ୍ୱ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ଦ୍ୱିତୀୟ ପ୍ରକ୍ରିୟା ବିଷୟରେ କହୁଛନ୍ତି - ମନକୁ ଭଗବାନଙ୍କଠାରେ ସ୍ଥିର କରିବା । ସେ କହୁଛନ୍ତି, ଏହା ଆପେ ଆପେ ହୋଇଯାଏ ନାହିଁ, ନିଷ୍ଠାପର ଉଦ୍ୟମ ଦ୍ୱାରା ଧୀରେ ଧୀରେ ଏଥିରେ ସଫଳତା ମିଳିଥାଏ ।

ଶାସ୍ତ୍ର ସମ୍ମତ ଦୃଢ଼ ସଂକଳ୍ପକୁ ଧୃତି କୁହାଯାଏ । ସଂକଳ୍ପରେ ଏହି ଦୃଢ଼ତା ବୁଦ୍ଧିର ନିଶ୍ଚୟ ଫଳରେ ଆସିଥାଏ । ଶାସ୍ତ୍ରମାନଙ୍କରୁ ଅନେକ ବ୍ୟକ୍ତି  ଆତ୍ମାର ସ୍ୱରୂପ ଏବଂ ସାଂସାରିକ ଉଦ୍ୟମର ବ୍ୟର୍ଥତା ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିଥାନ୍ତି । କିନ୍ତୁ ସେମାନଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟା ସେହି ଜ୍ଞାନର ବିପରୀତ ହୋଇଥାଏ ଏବଂ ସେମାନେ ପାପ, ଯୌନାଚାର ଓ ନିଶା ଇତ୍ୟାଦିରେ ଲିପ୍ତ ରହିଥାନ୍ତି । ଏପରି ହେବାର କାରଣ, ସେମାନଙ୍କ ବୁଦ୍ଧିର ନିଶ୍ଚୟ ସେହି ଜ୍ଞାନ ଅନୁଯାୟୀ ହୋଇ ନ ଥାଏ । ସଂସାରର ନଶ୍ୱରତା ଏବଂ ଭଗବାନଙ୍କ ସହିତ ଆମର ନିତ୍ୟ ସମ୍ବନ୍ଧ ବିଷୟରେ ବିଚାର କରିବାର ଶକ୍ତି, ବୁଦ୍ଧିର ନିଶ୍ଚୟ ଦ୍ୱାରା ହାସଲ ହୋଇଥାଏ । ଅତଏବ, ବୁଦ୍ଧରି ଉପଯୋଗ କରି, ବ୍ୟକ୍ତି ଇନ୍ଦ୍ରିୟ ବିଷୟକ ଭୋଗ ବିଳାସରୁ କ୍ରମଶଃ ନିବୃତ ହେବା ଆବଶ୍ୟକ । ମନ ଓ ଇନ୍ଦ୍ରିୟକୁ ବିଷୟ ଠାରୁ ଦୂରେଇ ନେବାକୁ ପ୍ରତ୍ୟାହାର କୁହାଯାଏ । ପ୍ରତ୍ୟାହାରରେ ସଫଳତା ଅତିଶୀଘ୍ର ଆସିବ ନାହିଁ । ବାରମ୍ବାର ଉଦ୍ୟମ ଦ୍ୱାରା ଏହା କ୍ରମଶଃ ହାସଲ ହୋଇଥାଏ । ଏହାପରେ ଶ୍ରୀକୃଷ୍ଣ ସେହି ଉଦ୍ୟମ କିପରି କରାଯିବା ଉଚିତ୍‌, ତାହା ଆଲୋଚନା କରିଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
6. ଧ୍ୟାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!