Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 6, Verse 27

ପ୍ରଶାନ୍ତମନସଂ ହ୍ୟେନଂ ଯୋଗିନଂ ସୁଖମୁତ୍ତମମ୍ ।
ଉପୈତି ଶାନ୍ତରଜସଂ ବ୍ରହ୍ମଭୂତମକଳ୍ମଷମ୍ ।।୨୭।।

ପ୍ରଶାନ୍ତ- ଶାନ୍ତ; ମନସଂ - ମନ; ହି - ନିଶ୍ଚିତଭାବେ; ଏନଂ- ଏହାକୁ; ଯୋଗିନଂ - ଯୋଗୀ; ସୁଖଂ ଉତ୍ତମମ୍ - ସର୍ବୋଚ୍ଚ ସୁଖ; ଉପୈତି - ପ୍ରାପ୍ତ ହୁଏ; ଶାନ୍ତ-ରଜସଂ - ଯେଉଁମାନଙ୍କର କାମନା ଅବଦମିତ ; ବ୍ରହ୍ମଭୂତମ୍ - ଭଗବତ୍‌-ପ୍ରାପ୍ତ; ଅକଳ୍ମଷମ୍ - ସମସ୍ତ ପାପକର୍ମର ପ୍ରତିକ୍ରିୟାରୁ ମୁକ୍ତ ।

Translation

BG 6.27: “ଯେଉଁ ଯୋଗୀଙ୍କର ମନ ଶାନ୍ତ, ଯାହାର କାମନା ବଶୀଭୂତ, ଯିଏ ପାପ ମୁକ୍ତ ଏବଂ ଯିଏ ସବୁ କିଛିକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖନ୍ତି, ତାଙ୍କୁ ଅନନ୍ତ ଈଶ୍ୱରୀୟ ଆନନ୍ଦ ମିଳିଥାଏ ।”

Commentary

ଯେତେବେଳେ ଜଣେ ଯୋଗୀ ମନକୁ ଭୋଗ୍ୟବସ୍ତୁଠାରୁ ହଟାଇ ଭଗବାନଙ୍କଠାରେ କେନ୍ଦ୍ରିତ କରିବାରେ ପୂର୍ଣ୍ଣତଃ ସଫଳ ହୋଇଯାଆନ୍ତି, ସେତେବେଳେ ତାଙ୍କର ସମସ୍ତ ବାସନା ପ୍ରଶମିତ ହୋଇଯାଏ ଏବଂ ମନ ଶାନ୍ତ ହୋଇଯାଏ । ପ୍ରଥମେ ମନକୁ ଭଗବାନଙ୍କଠାରେ କେନ୍ଦ୍ରିତ କରିବାକୁ ଉଦ୍ୟମ କରାଯାଇ ଥାଏ, ବର୍ତ୍ତମାନ ତାହା ସ୍ୱତଃ ହେବାରେ ଲାଗେ । ଦେବର୍ଷି ନାରଦ କହୁଛନ୍ତି:

ତତ୍ ପ୍ରାପ୍ୟ ତଦ୍ ଏବାବଲୋକୟତି ତଦ୍ ଏବ ଶୃଣୋତି
ତଦ୍ ଏବ ଭାଷୟତି ତଦ୍ ଏବ ଚିନ୍ତୟତି ।  (ନାରଦ ଭକ୍ତି ଦର୍ଶନ, ସୂତ୍ର-୫୫)

“ଯେଉଁ ଯୋଗୀଙ୍କର ମନ ପ୍ରେମ ଯୁକ୍ତ ହୋଇ ଭଗବାନଙ୍କ ସହିତ ଏକ ହୋଇଯାଏ, ତାଙ୍କର ଚିତ୍ତ ସର୍ବଦା ଭଗବାନଙ୍କଠାରେ ନିମଜ୍ଜିତ ରହେ । ଏହିପରି ଜଣେ ଭକ୍ତ ସର୍ବଦା ତାଙ୍କୁ ହିଁ ଦେଖେ, ତାଙ୍କୁ ହିଁ ଶୁଣେ, ତାଙ୍କ ବିଷୟରେ ହିଁ କହେ ଏବଂ ତାଙ୍କ ବିଷୟରେ ହିଁ ଚିନ୍ତା କରୁଥାଏ ।” ଏହିପରି ଭାବରେ ମନ ଯେତେବେଳେ ଭଗବାନଙ୍କଠାରେ ନିମଗ୍ନ ରହେ, ସେତେବେଳ ଆତ୍ମା, ଆମ ହୃଦୟରେ ନିବାସ କରିଥିବା ପରମାତ୍ମାଙ୍କର ଅନନ୍ତ ଆନନ୍ଦର ଆଭାସ ଅନୁଭବ କରିବାରେ ଲାଗେ ।

ସାଧକମାନେ ଅନେକ ସମୟରେ ପ୍ରଶ୍ନ କରନ୍ତି, ସେମାନେ ଅଗ୍ରଗତି କରୁଛନ୍ତି କି ନାହିଁ ତାହା ସେମାନେ କିପରି ଜାଣିବେ? ତାର ଉତ୍ତର ଏହି ଶ୍ଲୋକରେ ରହିଛି । ଯେତେବେଳେ ଆମେ ଅନୁଭବ କରିବା ଯେ ଆମ ଅଭ୍ୟନ୍ତରର ଅତୀନ୍ଦ୍ରିୟ ସୁଖ ବୃଦ୍ଧି ପାଉଛି, ସେତେବେଳେ ଆମେ ତାହାକୁ ନିୟନ୍ତ୍ରିତ ମନ ତଥା ଆଧ୍ୟାତ୍ମିକ ଉନ୍ନତିର ଲକ୍ଷଣ ଭାବରେ ବିଚାର କରିପାରିବା । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି, ଶାନ୍ତ-ରଜସମ୍ (ଆସକ୍ତି ମୁକ୍ତ) ଏବଂ ଅକଳ୍ପଷମ୍ (ପାପମୁକ୍ତ) ହୋଇ ଆମେ ବ୍ରହ୍ମ-ଭୂତମ୍ (ଈଶ୍ୱରପ୍ରାପ୍ତ) ହୋଇଯବା ଏବଂ ସୁଖମ୍ ଉତ୍ତମମ୍ (ସର୍ବୋଚ୍ଚ ଆନନ୍ଦ) ଅନୁଭବ କରିବା ।

Bookmark this Verse

Sign in to save your favorite verses.

Add a Note
Swami Mukundananda
6. ଧ୍ୟାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!