ଆରୁରୁକ୍ଷୋର୍ମୁନେର୍ଯୋଗଂ କର୍ମ କାରଣମୁଚ୍ୟତେ ।
ଯୋଗାରୁଢ଼ସ୍ୟ ତସ୍ୟୈବ ଶମଃ କାରଣମୁଚ୍ୟତେ ।।୩।।
ଆରୁରୁକ୍ଷୋଃ- ଯୋଗସାଧନା ଆରମ୍ଭ କରିଥିବା; ମୁନେଃ - ମୁନିଙ୍କର; ଯୋଗଂ -ଯୋଗ; କର୍ମ-ଆସକ୍ତି ରହିତ କର୍ମ; କାରଣଂ -କାରଣ; ଉଚ୍ୟତେ - କୁହାଯାଏ; ଯୋଗ ଆରୁଢସ୍ୟ- ଯୋଗରେ ଉଚ୍ଚ ଅବସ୍ଥାକୁ ପ୍ରାପ୍ତ ହୋଇଥିବା ବ୍ୟକ୍ତି; ତସ୍ୟ - ତାହାର; ଏବ- ନିଶ୍ଚିତଭାବରେ; ଶମଃ -ଏକାଗ୍ରତା; କାରଣଂ -କାରଣ; ଉଚ୍ୟତେ - କୁହାଯାଏ ।
BG 6.3: ଯେଉଁ ଜୀବ (ସାଧକ) ଯୋଗ ମାର୍ଗରେ ପରିପୂର୍ଣ୍ଣତା ହାସଲ କରିବାକୁ ଇଚ୍ଛା କରୁଥାଆନ୍ତି, ତାଙ୍କ ପାଇଁ ‘ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ । ଯେଉଁ ତପସ୍ୱୀ (ସାଧକ) ଯୋଗାଋଢ଼ ଅବସ୍ଥା ପ୍ରାପ୍ତ କରିଥାଆନ୍ତି, ତାଙ୍କ ପାଇଁ ଶାନ୍ତ ଚିତ୍ତରେ ଧ୍ୟାନ କରିବା ହିଁ ସାଧନ ଅଟେ ।
ଆରୁରୁକ୍ଷୋର୍ମୁନେର୍ଯୋଗଂ କର୍ମ କାରଣମୁଚ୍ୟତେ ।
ଯୋଗାରୁଢ଼ସ୍ୟ ତସ୍ୟୈବ ଶମଃ କାରଣମୁଚ୍ୟତେ ।।୩।।
ଯେଉଁ ଜୀବ (ସାଧକ) ଯୋଗ ମାର୍ଗରେ ପରିପୂର୍ଣ୍ଣତା ହାସଲ କରିବାକୁ ଇଚ୍ଛା କରୁଥାଆନ୍ତି, ତାଙ୍କ ପାଇଁ ‘ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ । ଯେଉଁ ତପସ୍ୱୀ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଅଧ୍ୟାୟ ୩, ଶ୍ଲୋକ ୨, ରେ ଶ୍ରୀକୃଷ୍ଣ କଲ୍ୟାଣର ଦୁଇଟି ମାର୍ଗ ବିଷୟରେ କହିଛନ୍ତି - ଧ୍ୟାନର ମାର୍ଗ ଏବଂ କର୍ମର ମାର୍ଗ । ଏହି ଦୁଇଟି ମଧ୍ୟରୁ ସେ ଅର୍ଜୁନଙ୍କୁ କର୍ମ ମାର୍ଗ ଅନୁସରଣ କରିବାକୁ ଉପଦେଶ ଦେଇଛନ୍ତି । ପୁନଶ୍ଚ ଅଧ୍ୟାୟ ୫, ଶ୍ଲୋକ ୨,ରେ ସେ ଏହାକୁ ଉତ୍କୃଷ୍ଟ ମାର୍ଗ ରୂପେ ଅଭିହିତ କରିଛନ୍ତି । ତାହାହେଲେ କ’ଣ, ସାରା ଜୀବନ ଆମେ ଖାଲି କର୍ମ କରୁଥିବା? ଏହିପରି ଏକ ପ୍ରଶ୍ନର ଅନୁମାନ କରି, ଶ୍ରୀକୃଷ୍ଣ କର୍ମର ସୀମା ନିର୍ଦ୍ଧାରଣ କରିଛନ୍ତି । ଆମେ ଯେତେବେଳେ କର୍ମଯୋଗ କରିଥାଏ, ତାହା ଆମର ମନକୁ ଶୁଦ୍ଧ କରିଥାଏ ଏବଂ ଆଧ୍ୟାତ୍ମିକ ଜ୍ଞାନ ପରିପକ୍ୱ କରିଥାଏ । କିନ୍ତୁ, ମନ ଶୁଦ୍ଧ ହୋଇଯିବା ପରେ ଆମେ ଯେତେବେଳେ ଯୋଗ ମାର୍ଗରେ ଅଗ୍ରସର ହୋଇଥାଏ, ସେତେବେଳ ଆମେ କର୍ମଯୋଗ ତ୍ୟାଗ କରି କର୍ମ ସନ୍ୟାସ ଗ୍ରହଣ କରିଥାଏ । ତାପରେ ସାଂସାରିକ କର୍ମର କୌଣସି ଆବଶ୍ୟକତା ନ ଥାଏ; ଧ୍ୟାନ ହିଁ ସାଧନ ହୋଇଯାଏ ।
ଆମେ ଯେଉଁ ମାର୍ଗ ଅନୁସରଣ କରିବା, ତାର ଅଧିକାରୀତ୍ୱ ସମ୍ବନ୍ଧରେ ଜାଣିବାର ଆବଶ୍ୟକତା ରହିଛି । ଶ୍ରୀକୃଷ୍ଣ ଏହି ଶ୍ଲୋକରେ ଅଧିକାରୀତ୍ୱର ମାନଦଣ୍ଡ ନିରୂପଣ କରିଛନ୍ତି । ସେ କହୁଛନ୍ତି ଯେ ଯେଉଁମାନେ ଯୋଗର ଲକ୍ଷ୍ୟ ରଖନ୍ତି ସେମାନଙ୍କ ପାଇଁ କର୍ମଯୋଗ ଅଧିକ ଉପଯୁକ୍ତ ଅଟେ, ଏବଂ ଯେଉଁମାନେ ଯୋଗର ଉଚ୍ଚ ଅବସ୍ଥାରେ ଉପନୀତ, ସେମାନଙ୍କ ପାଇଁ କର୍ମ ସନ୍ନ୍ୟାସର ପଥ ଅଧିକ ଉପାଦେୟ ଅଟେ ।
ଯୋଗ ଶବ୍ଦ ଉଭୟ ସାଧ୍ୟ ଏବଂ ଲକ୍ଷ୍ୟପ୍ରାପ୍ତିର ସାଧନକୁ ବୁଝାଇଥାଏ । ଆମେ ଯେତେବେଳେ ଏହାକୁ ସାଧ୍ୟ ଭାବରେ ଗ୍ରହଣ କରିଥାଏ, ସେତେବେଳେ ତାହାର ଅର୍ଥ “ଭଗବାନଙ୍କ ସହିତ ମିଳିତ ହେବା” ନିରୂପଣ କରେ । ଯେତେବେଳେ ଆମେ ଏହାକୁ ଲକ୍ଷ୍ୟପ୍ରାପ୍ତିର ଏକ ମାଧ୍ୟମ ବିବେଚନା କରିଥାଏ, ଆମେ ଯୋଗକୁ ଭଗବାନଙ୍କ ସହିତ ମିଳିତ ହେବା ପାଇଁ ଏକ ‘ମାର୍ଗ’ ସ୍ଥାନ ପ୍ରଦାନ କରିଥାଏ ।
ଦ୍ୱିତୀୟ ଅର୍ଥରେ, ଯୋଗ ଭଗବାନଙ୍କ ପାଖରେ ପହଂଚିବା ପାଇଁ ଏକ ଶିଡ଼ି ସଦୃଶ ଅଟେ । ସର୍ବନିମ୍ନ ସୋପାନରେ, ଜୀବର ଚେତନା ଜାଗତିକ ବିଷୟରେ ବୁଡି ରହିଥିବା କାରଣରୁ ଜୀବ ସାଂସାରିକ ବନ୍ଧନରେ ଛନ୍ଦି ହୋଇ ଯାଇଥାଏ । ଯୋଗର ଶିଡ଼ି, ଜୀବକୁ ସେହି ସ୍ତରରୁ କ୍ରମଶଃ ସର୍ବୋଚ୍ଚ ସୋପାନକୁ ଉନ୍ନୀତ କରିଥାଏ, ଯେଉଁ ସୋପାନରେ ବ୍ୟକ୍ତି ଚେତନା ଦିବ୍ୟ ଚେତନାରେ ନିମଗ୍ନ ହୋଇଯାଏ । ଶିଡ଼ିର ସୋପାନଗୁଡ଼ିକର ଭିନ୍ନ ଭିନ୍ନ ନାମ ରହିଛି, କିନ୍ତୁ ପ୍ରତ୍ୟେକ ନାମରେ ଯୋଗ ଶବ୍ଦ ଯୁକ୍ତ ରହିଥାଏ । ଯୋଗ-ଆରୁରୁକ୍ଷ ସେହି ସାଧକଗଣ ଅଟନ୍ତି ଯେଉଁମାନେ ଭଗବାନଙ୍କ ସହିତ ମିଳିତ ହେବାକୁ ଇଚ୍ଛାକରି ଶିଡ଼ି ଚଢ଼ିବାକୁ ଆରମ୍ଭ କରୁଥାଆନ୍ତି । ଯୋଗ ଆରୂଢ଼ ସେମାନେ ଅଟନ୍ତି, ଯେଉଁମାନେ ଶିଡ଼ିର ସର୍ବୋଚ୍ଚ ସୋପାନକୁ ଉତ୍ତୀର୍ଣ୍ଣ ହୋଇଥାଆନ୍ତି ।
ଅତଏବ, ଯୋଗରେ କେଉଁମାନେ ଉଚ୍ଚ ସ୍ତରକୁ ଉନ୍ନୀତ ହୋଇଛନ୍ତି, ତାହା ଆମେ କିପରି ଜାଣିବା? ଶ୍ରୀକୃଷ୍ଣ ଏହାର ବର୍ଣ୍ଣନା ପରବର୍ତ୍ତୀ ଶ୍ଲୋକରେ କରିଛନ୍ତି ।