ଅସଂଯତାତ୍ମନା ଯୋଗୋ ଦୁଷ୍ପ୍ରାପ୍ୟ ଇତି ମେ ମତିଃ ।
ବଶ୍ୟାତ୍ମନା ତୁ ଯତତା ଶକ୍ୟୋଽବାପ୍ତୁମୁପାୟତଃ ।।୩୬।।
ଅସଂଯତାତ୍ମନା- ଯାହାର ମନ ଅସଂଯତ; ଯୋଗଃ-ଯୋଗ ; ଦୁଷ୍ପ୍ରାପ୍ୟ - ଲାଭ କରିବା କଠିନ; ଇତି- ଏହିପରି; ମେ-ମୋର; ମତିଃ-ମତ; ବଶ୍ୟାତ୍ମନା -ସଂଯତ ମନରେ; ତୁ -କିନ୍ତୁ; ଯତତା -ପ୍ରଯତ୍ନ କରୁଥିବା ବ୍ୟକ୍ତି; ଶକ୍ୟଃ -ସମ୍ଭବ; ଅବାପ୍ତୁଂ -ପାଇବାକୁ; ଉପାୟତଃ-ଉପଯୁକ୍ତ ପନ୍ଥା ।
BG 6.36: ଯେଉଁମାନଙ୍କର ମନ ଅସଂଯତ, ସେମାନେ ଯୋଗରେ ସିଦ୍ଧି ଲାଭ କରିବା କଷ୍ଟକର ଅଟେ । କିନ୍ତୁ ଯେଉଁମାନେ ସଠିକ୍ ଉପାୟରେ ନିଷ୍ଠାପର ଉଦ୍ୟମ ଦ୍ୱାରା, ମନକୁ ସଂଯତ କରିପାରି ଥାଆନ୍ତି, ସେମାନେ ଯୋଗରେ ସିଦ୍ଧି ଲାଭ କରନ୍ତି । ଏହା ମୋର ମତ ଅଟେ ।
ଅସଂଯତାତ୍ମନା ଯୋଗୋ ଦୁଷ୍ପ୍ରାପ୍ୟ ଇତି ମେ ମତିଃ ।
ବଶ୍ୟାତ୍ମନା ତୁ ଯତତା ଶକ୍ୟୋଽବାପ୍ତୁମୁପାୟତଃ ।।୩୬।।
ଯେଉଁମାନଙ୍କର ମନ ଅସଂଯତ, ସେମାନେ ଯୋଗରେ ସିଦ୍ଧି ଲାଭ କରିବା କଷ୍ଟକର ଅଟେ । କିନ୍ତୁ ଯେଉଁମାନେ ସଠିକ୍ ଉପାୟରେ ନିଷ୍ଠାପର ଉଦ୍ୟମ ଦ୍ୱାରା, ମନକୁ ସଂଯତ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପରମ ପୁରୁଷ ଶ୍ରୀକୃଷ୍ଣ, ବତ୍ତର୍ମାନ ମନ ନିୟନ୍ତ୍ରଣ ଏବଂ ଯୋଗିକ ସଫଳତା ମଧ୍ୟରେ ଥିବା ସମ୍ପର୍କକୁ ସ୍ପଷ୍ଟ କରୁଛନ୍ତି । ସେ କହୁଛନ୍ତି ଯେ ଯେଉଁମାନେ ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ମନକୁ ସଂଯତ କରି ନ ଥାନ୍ତି, ସେମାନେ ଯୋଗ ସାଧନାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଯେଉଁମାନେ ନିରନ୍ତର ପ୍ରୟାସ ଦ୍ୱାରା ମନକୁ ବଶ କରିନେଇ ଥାଆନ୍ତି, ସେମାନେ ଉଚିତ୍ ଉପାୟର ଉପଯୋଗ କରି ସଫଳତା ହାସଲ କରିଥାଆନ୍ତି । ଏହି ଉପାୟସବୁ ସେ ଶ୍ଳୋକ ୬.୧୦ରୁ ୬.୩୨ପର୍ଯ୍ୟନ୍ତ ବର୍ଣ୍ଣନା କରିସାରିଛନ୍ତି । ସେହି ସବୁ ଉପାୟ ହେଉଛି, ମନକୁ ବଶ କରିବା, କାମନା ତ୍ୟାଗ କରିବା, କେବଳ ଭଗବାନଙ୍କଠାରେ ମନକୁ କେନ୍ଦ୍ରିତ କରିବା, ଅବିଚଳିତ ମନରେ ତାଙ୍କର ଧ୍ୟାନ କରିବା ଏବଂ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିବା ।
ଶ୍ରୀକୃଷ୍ଣଙ୍କର ଏହି ବକ୍ତବ୍ୟ ଅର୍ଜୁନଙ୍କ ମନରେ ଦ୍ୱିଧା ଉତ୍ପନ୍ନ କରୁଛି । ସେ ବର୍ତ୍ତମାନ ମନକୁ ବଶୀଭୂତ କରିପାରୁ ନ ଥିବା ସାଧକମାନଙ୍କ ବିଷୟରେ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ କରୁଛନ୍ତି ।