କଚ୍ଚିନ୍ନୋଭୟବିଭ୍ରଷ୍ଟଶ୍ଚିନ୍ନାଭ୍ରମିବ ନଶ୍ୟତି ।
ଅପ୍ରତିଷ୍ଠୋ ମହାବାହୋ ବିମୂଢ଼ୋ ବ୍ରହ୍ମଣଃ ପଥି ।।୩୮।।
କଚ୍ଚିତ୍ - କେହି; ନ - ନୁହେଁ, ଉଭୟ - ଉଭୟ; ବିଭ୍ରଷ୍ଟଃ- ଭ୍ରଷ୍ଟ; ଛିନ୍ନ -ବିଚ୍ଛିନ୍ନ; ଅଭ୍ରମ୍ - ମେଘ; ଇବ - ପରି; ନଶ୍ୟତି - ନଷ୍ଟହୁଏ; ଅପ୍ରତିଷ୍ଠଃ - କୌଣସି ପ୍ରକାର ଆଶ୍ରୟ ନ ଥାଇ; ମହାବାହୋ - ହେ ମହାବାହୁ ଶ୍ରୀକୃଷ୍ଣ; ବିମୂଢ଼ଃ -ବିଭ୍ରାନ୍ତ; ବ୍ରହ୍ମଣଃ -ଭଗବତ୍ ପ୍ରାପ୍ତିର; ପଥି- ପଥରେ ।
BG 6.38: ହେ ମହାବାହୁ ଶ୍ରୀକୃଷ୍ଣ! ଯେଉଁ ବ୍ୟକ୍ତି ଯୋଗ ମାର୍ଗରୁ ବିଚ୍ୟୁତ ହୋଇଯାଏ, ଏକ ଖଣ୍ଡିତ ମେଘ କୌଣସି ଲୋକରେ ସ୍ଥାନ ନ ପାଇ ଲୋପ ପାଇଗଲା ପରି, ଉଭୟ ଭୌତିକ ଓ ଆଧ୍ୟାତ୍ମିକ ସଫଳତାରୁ ବଞ୍ôଚତ ହୁଏ ନାହିଁ କି?
କଚ୍ଚିନ୍ନୋଭୟବିଭ୍ରଷ୍ଟଶ୍ଚିନ୍ନାଭ୍ରମିବ ନଶ୍ୟତି ।
ଅପ୍ରତିଷ୍ଠୋ ମହାବାହୋ ବିମୂଢ଼ୋ ବ୍ରହ୍ମଣଃ ପଥି ।।୩୮।।
ହେ ମହାବାହୁ ଶ୍ରୀକୃଷ୍ଣ! ଯେଉଁ ବ୍ୟକ୍ତି ଯୋଗ ମାର୍ଗରୁ ବିଚ୍ୟୁତ ହୋଇଯାଏ, ଏକ ଖଣ୍ଡିତ ମେଘ କୌଣସି ଲୋକରେ ସ୍ଥାନ ନ ପାଇ ଲୋପ ପାଇଗଲା ପରି, …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଜୀବର ସଫଳତା ପ୍ରାପ୍ତ କରିବାର ଅଭିଳାଷ ସହଜାତ ଅଟେ । ଏହି ଅଭିଳାଷର କାରଣ ଏହା ଯେ ସେ ଭଗବାନଙ୍କର ଅଂଶ ଅଟେ, ଯିଏ କି ପରିପୂର୍ଣ୍ଣ ଅଟନ୍ତି । ତେଣୁ ଜୀବ ମଧ୍ୟ ତା’ର ଉତ୍ସ ଭଗବାନଙ୍କ ପରି ପରିପୂର୍ଣ୍ଣ ଓ ସଫଳ ହେବାକୁ ଇଚ୍ଛା କରିଥାଏ । ସଫଳତା ଉଭୟ ମାୟିକ ଓ ଆଧ୍ୟାତ୍ମିକ ଜଗତରେ ଲାଭ କରାଯାଇପାରେ । ଯେଉଁ ବ୍ୟକ୍ତି ସଂସାରକୁ ସୁଖର ଉତ୍ସ ଭାବିଥାଏ, ସେ ଭୌତିକତାରେ ଅଗ୍ରସର ହେବାକୁ ଆଗ୍ରହୀ ହୋଇଥାଏ । ଯେଉଁ ବ୍ୟକ୍ତି ଆଧ୍ୟାତ୍ମିକ ସମ୍ପତ୍ତିକୁ ବାସ୍ତବ ସମ୍ପତ୍ତି ମନେ କରିଥାଆନ୍ତି, ସେମାନେ ଭୌତିକ ସମ୍ପଦ ତ୍ୟାଗ କରି, ଆଧ୍ୟାତ୍ମିକତା ଦିଗରେ ଉଦ୍ୟମ କରନ୍ତି । କିନ୍ତୁ ଏହି ଆଧ୍ୟାତ୍ମବାଦୀ ମାନେ ଯଦି ସେମାନଙ୍କର ଉଦ୍ୟମେରେ ବିଫଳ ହୁଅନ୍ତି, ତାହେଲେ ସେମାନେ ଉଭୟ ଆଧ୍ୟାତ୍ମିକ ଏବଂ ଭୌତିକ ଲାଭରୁ ବଞ୍ôଚତ ହୁଅନ୍ତି । ଏହିପରି ଚିନ୍ତାକରି ଅର୍ଜୁନ ପଚାରୁଛନ୍ତି, ସେମାନଙ୍କର ଅବସ୍ଥା ଖଣ୍ଡିତ ମେଘ ସଦୃଶ ହୋଇଥାଏ କି? ଯେଉଁ ମେଘ, ମେଘମାଳାରୁ ବିଚ୍ଛିନ୍ନ ହୋଇଯାଏ, ତାହାର କୌଣସି ମୂଲ୍ୟ ନ ଥାଏ । ଏହା ଯଥେଷ୍ଟ ଛାୟା ପ୍ରଦାନ କରିପାରେ ନାହିଁ କିମ୍ବା ନିଜର ଓଜନ ବଢ଼ାଇ ବୃଷ୍ଟି କରିପାରେ ନାହିଁ । ବାୟୁର ପ୍ରବାହରେ ଏହା ଅସ୍ତିତ୍ୱହୀନ ହୋଇଯାଏ । ଅର୍ଜୁନ ପଚାରୁଛନ୍ତି, ଅସଫଳ ଯେଗୀମାନଙ୍କର ଦଶା ସେହିପରି ହୋଇଥାଏ କି?