Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 6, Verse 40

ଶ୍ରୀ ଭଗବାନୁବାଚ
ପାର୍ଥ ନୈବେହ ନାମୁତ୍ର ବିନାଶସ୍ତସ୍ୟ ବିଦ୍ୟତେ ।
ନ ହି କଲ୍ୟାଣକୃତ୍‌କଶ୍ଚିଦ୍‌ଦୁର୍ଗତିଂ ତାତ ଗଚ୍ଛତି ।।୪୦।।

ଶ୍ରୀ ଭଗବାନ ଉବାଚ - ପରମପୁରୁଷ ଭଗବାନ କହିଲେ; ପାର୍ଥ - ହେ ପୃଥାପୁତ୍ର; ନ ଏବ -କେବେ ନୁହେଁ; ଇହ- ଏହି ଭୌତିକ ଜଗତରେ; ନ -ନୁହେଁ; ଅମୁତ୍ର -ପରଲୋକରେ; ବିନାଶଃ - ବିନାଶ; ତସ୍ୟ - ତାହାର; ବିଦ୍ୟତେ - ଅଛି; ନ -ନାହିଁ; ହି - ନିଶ୍ଚିତ; କଲ୍ୟାଣକୃତ୍ - ଯେଉଁମାନେ ଭଗବତ୍ ପ୍ରାପ୍ତି ନିମନ୍ତେ ପ୍ରୟାସ କରନ୍ତି; କଶ୍ଚିତ୍ - କାହାର; ଦୁର୍ଗତିଂ - ଦୁର୍ଗତି ; ତାତ- ହେ ସଖେ; ଗଚ୍ଛତି -ଯାଏ ।

Translation

BG 6.40: ଭଗବାନ କହିଲେ: ହେ ପାର୍ଥ ! ଯେଉଁମାନେ ଆଧ୍ୟାତ୍ମିକ ପଥରେ ଯାଆନ୍ତି, ସେମାନଙ୍କର ଇହଲୋକ ଏବଂ ପରଲୋକ ନଷ୍ଟ ହୁଏ ନାହିଁ । ହେ ମୋର ପ୍ରିୟ ସଖା ! ଯେଉଁ ବ୍ୟକ୍ତି ଈଶ୍ୱରପ୍ରାପ୍ତି ପାଇଁ ଚେଷ୍ଟାରତ, ଦୁର୍ଭାଗ୍ୟ ତାଙ୍କୁ ଗ୍ରାସ କରିପାରେ ନାହିଁ ।

Commentary

‘ତାତ’ ଏକ ସ୍ନେହପୂର୍ଣ୍ଣ ସମ୍ଭାଷଣ, ଯାହାର ଶାବ୍ଦିକ ଅର୍ଥ “ପୁତ୍ର” ଅଟେ । ଅର୍ଜୁନଙ୍କୁ ତାତ ରୂପରେ ସମ୍ବୋଧନ କରି ଶ୍ରୀକୃଷ୍ଣ ଅର୍ଜୁନଙ୍କ ପ୍ରତି ତାଙ୍କର ସ୍ନେହ ପ୍ରକାଶ କରିଛନ୍ତି । ପୁତ୍ରକୁ ଆଦର ସହିତ ତାତ କୁହାଯାଇଥାଏ । ଗୁରୁ ତାଙ୍କ ଶିଷ୍ୟଙ୍କର ପିତା ସଦୃଶ ଅଟନ୍ତି, ତେଣୁ ଅନେକ ସମୟରେ ଗୁରୁ ମଧ୍ୟ ତାଙ୍କ ଶିଷ୍ୟଙ୍କୁ ତାତ ବୋଲି ସମ୍ବୋଧନ କରିଥାନ୍ତି । ଏଠାରେ ଅର୍ଜୁନଙ୍କ ପ୍ରତି ତାଙ୍କର ମମତା ଏବଂ କୃପା ପ୍ରଦର୍ଶନ କରି, ଶ୍ରୀକୃଷ୍ଣ ସୂଚିତ କରିବାକୁ ଚାହୁଁଛନ୍ତି ଯେ ଯେଉଁମାନେ ତାଙ୍କ ପଥରେ ଯାତ୍ରା କରନ୍ତି, ଭଗବାନ ତାଙ୍କର ଯତ୍ନ ନିଅନ୍ତି । ସେମାନେ ଭଗବାନଙ୍କର ପ୍ରିୟ ଅଟନ୍ତି, କାରଣ ସେମାନେ ସର୍ବୋପରି ପବିତ୍ର କାର୍ଯ୍ୟରେ ନିୟୋଜିତ ଥାଆନ୍ତି, ଏବଂ “ଉତ୍ତମ କର୍ମ କରୁଥିବା ବ୍ୟକ୍ତି କଦାପି ଦୁଃଖ ପାଏନାହିଁ ।” ଏହି ଶ୍ଲୋକ ଦୃଢ଼ତାପୂର୍ବକ ଏହା କହିଥାଏ ଯେ ଭଗବାନ ତାଙ୍କ ଭକ୍ତର ରକ୍ଷା ଉଭୟ ଇହଲୋକ ଓ ପରଲୋକରେ କରିଥାଆନ୍ତି । ଆଧ୍ୟାତ୍ମିକ ପଥର ସମସ୍ତ ପଥିକଙ୍କ ପାଇଁ ଏହି ଘୋଷଣା ଏକ ବୃହତ୍ ଆଶ୍ୱାସନା ଅଟେ । ଯେଉଁ ଯୋଗୀ ଏହି ଜନ୍ମରେ ନିଜର ଯାତ୍ରା ପୂର୍ଣ୍ଣ କରିପାରନ୍ତି ନାହିଁ, ସେମାନଙ୍କ ପ୍ରୟାସର ରକ୍ଷା ଭଗବାନ କିପରି କରନ୍ତି, ଶ୍ରୀକୃଷ୍ଣ ବର୍ତ୍ତମାନ ତାହା ବର୍ଣ୍ଣନା କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
6. ଧ୍ୟାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!