ପ୍ରଯତ୍ନାଦ୍ୟତମାନସ୍ତୁ ଯୋଗୀ ସଂଶୁଦ୍ଧକିଳ୍ବିଷଃ ।
ଅନେକଜନ୍ମସଂସିଦ୍ଧସ୍ତତୋ ଯାତି ପରାଂ ଗତିମ୍ ।।୪୫।।
ପ୍ରଯତ୍ନାତ୍-କଠିନ ସାଧନା କରି; ଯତମାନଃ- ଯିଏ ଚେଷ୍ଟା କରେ; ତୁ- କିନ୍ତୁ; ଯୋଗୀ- ଯୋଗୀ; ସଂଶୁଦ୍ଧ-ଶୁଦ୍ଧ; କିଳ୍ବିଷଃ-ସମସ୍ତ ସାଂସାରିକ କାମନାରୁ; ଅନେକ -ଅନେକ; ଜନ୍ମ -ଜନ୍ମ; ସଂସିଦ୍ଧି-ଏହିପରି ଭାବରେ ପ୍ରାପ୍ତ ହୋଇଥିବା ସିଦ୍ଧି; ତତଃ-ତାପରେ; ଯାତ ି-ପ୍ରାପ୍ତ ହୁଏ; ପରାଂ -ପରମ; ଗତିମ ୍-ଗତି ।
BG 6.45: ଯେତେବେଳେ ଏହି ଯୋଗୀମାନେ, ତାଙ୍କର ଅନେକ ପୂର୍ବ ଜନ୍ମର ସଞ୍ôଚତ ପୁଣ୍ୟ ସହିତ, ଅଧିକ ଅଗ୍ରଗତି କରିବା ପାଇଁ ଆନ୍ତରିକ ଉଦ୍ୟମ କରନ୍ତି, ସେମାନେ ସାଂସାରିକ କାମନାରୁ ମୁକ୍ତ ହୋଇ ଶୁଦ୍ଧ ହୋଇଯାନ୍ତି ଏବଂ ଏହି ଜୀବନରେ ହିଁ ପରମ ଗତିକୁ ପ୍ରାପ୍ତକରନ୍ତି ।
ପ୍ରଯତ୍ନାଦ୍ୟତମାନସ୍ତୁ ଯୋଗୀ ସଂଶୁଦ୍ଧକିଳ୍ବିଷଃ ।
ଅନେକଜନ୍ମସଂସିଦ୍ଧସ୍ତତୋ ଯାତି ପରାଂ ଗତିମ୍ ।।୪୫।।
ଯେତେବେଳେ ଏହି ଯୋଗୀମାନେ, ତାଙ୍କର ଅନେକ ପୂର୍ବ ଜନ୍ମର ସଞ୍ôଚତ ପୁଣ୍ୟ ସହିତ, ଅଧିକ ଅଗ୍ରଗତି କରିବା ପାଇଁ ଆନ୍ତରିକ ଉଦ୍ୟମ କରନ୍ତି, ସେମାନେ ସାଂସାରିକ କାମନାରୁ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଅନେକ ପୂର୍ବଜନ୍ମର ସଞ୍ôଚତ ସାଧନା ସବୁ, ଆଧ୍ୟାତ୍ମିକ ପ୍ରଗତିରେ ସହାୟକ ମୃଦୁ ସମୀର ସଦୃଶ ଅଟନ୍ତି । ସେହି ସମୀରକୁ ଆଶ୍ରୟ କରି ନୌକା ବାହିନେବା ପରି, ଯୋଗୀମାନେ ତାଙ୍କର ପୂର୍ବ ଜନ୍ମରୁ ଜାରି ରହିଥିବା ପ୍ରୟାସକୁ ବର୍ତ୍ତମାନ ଜନ୍ମରେ ଅଧିକ ନିଷ୍ଠାପୂର୍ଣ୍ଣ କରିଥାଆନ୍ତି । ଶ୍ରୀକୃଷ୍ଣ ଏଠାରେ ପ୍ରଯତ୍ନାଦ୍ୟତମାନସ୍ତୁ ଶବ୍ଦ ବ୍ୟବହାର କରିଛନ୍ତି, ଯାହାର ଅର୍ଥ “ପୂର୍ବ ଅପେକ୍ଷା ଅଧିକ ପ୍ରଯତ୍ନ କରିବା” । ତୁ ଶବ୍ଦଟି ସୂଚିତ କରୁଛି ଯେ ତାଙ୍କର ବର୍ତ୍ତମାନର ପ୍ରୟାସ ପୂର୍ବ ଜନ୍ମର ପ୍ରୟାସ ଅପେକ୍ଷା ଅଧିକ ଗଭୀର, ଯେଉଁ ଜନ୍ମରେ ସେ ନିଜର ଯାତ୍ରା ସମ୍ପୂର୍ଣ୍ଣ କରିବାରେ ଅସଫଳ ହୋଇଥିଲେ ।
ଏହିପରି ଭାବରେ ସେମାନେ ପୂର୍ବ ପ୍ରଗତିରୁ ଲାଭ ଉଠାଇ ଥାଆନ୍ତି, ଏବଂ ସେହି ଅନୁକୁଳ ବାୟୁ ସହାୟତାରେ ନିଜ ଲକ୍ଷ୍ୟ ଅଭିମୁଖରେ ଆଗେଇ ଯାଆନ୍ତି । ଦେଖଣାହାରୀଙ୍କୁ ଏପରି ଲାଗିପାରେ ଯେ ସେମାନେ ତାଙ୍କର ପୂରା ଯାତ୍ରା ଏହି ଜନ୍ମରେ ହିଁ ପୂରଣ କରିଛନ୍ତି, କିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି: ଅନେକଜନ୍ମସଂସିଦ୍ଧ “ଯୋଗରେ ପରମଗତି ପ୍ରାପ୍ତ ହେବା ଅନେକ ପୂର୍ବଜନ୍ମର ସଞ୍ôଚତ ସାଧନାର ଫଳ ଅଟେ ।”