ତପସ୍ୱିଭ୍ୟୋଽଧିକୋ ଯୋଗୀ ଜ୍ଞାନିଭ୍ୟୋଽପି ମତୋଽଧିକଃ ।
କର୍ମିଭ୍ୟଶ୍ଚାଧିକୋ ଯୋଗୀ ତସ୍ମାଦ୍ୟୋଗୀ ଭବାର୍ଜୁନ ।।୪୬।।
ତପସ୍ୱିଭ୍ୟଃ - ତପସ୍ୱୀ ଅପେକ୍ଷା; ଅଧିକୋ- ଅଧିକ; ଯୋଗୀ -ଯୋଗୀ; ଜ୍ଞାନିଭ୍ୟଃ - ଜ୍ଞାନୀ ଅପେକ୍ଷା; ଅପି - ମଧ୍ୟ; ମତଃ - ବିଚାର କରାଯାଏ; ଅଧିକଃ - ଅଧିକ; କର୍ମିଭ୍ୟଃ - କର୍ମୀ ଅପେକ୍ଷା; ଚ -ମଧ୍ୟ; ଅଧିକୋ - ଅଧିକ; ଯୋଗୀ -ଯୋଗୀ; ଭବ- ହୁଅ; ଅର୍ଜୁନ- ହେ ଅର୍ଜୁନ ।
BG 6.46: ଜଣେ ଯୋଗୀ ଜଣେ ତପସ୍ୱୀଙ୍କ ଠାରୁ ଶ୍ରେଷ୍ଠ, ଜଣେ ଜ୍ଞାନୀଙ୍କ ଠାରୁ ଶ୍ରେଷ୍ଠ ଏବଂ ଏପରିକି ଜଣେ କର୍ମୀଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ଅଟନ୍ତି । ତେଣୁ ହେ ଅର୍ଜୁନ ! ଜଣେ ଯୋଗୀ ହେବା ପାଇଁ ଚେଷ୍ଟା କର ।
ତପସ୍ୱିଭ୍ୟୋଽଧିକୋ ଯୋଗୀ ଜ୍ଞାନିଭ୍ୟୋଽପି ମତୋଽଧିକଃ ।
କର୍ମିଭ୍ୟଶ୍ଚାଧିକୋ ଯୋଗୀ ତସ୍ମାଦ୍ୟୋଗୀ ଭବାର୍ଜୁନ ।।୪୬।।
ଜଣେ ଯୋଗୀ ଜଣେ ତପସ୍ୱୀଙ୍କ ଠାରୁ ଶ୍ରେଷ୍ଠ, ଜଣେ ଜ୍ଞାନୀଙ୍କ ଠାରୁ ଶ୍ରେଷ୍ଠ ଏବଂ ଏପରିକି ଜଣେ କର୍ମୀଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ଅଟନ୍ତି । ତେଣୁ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଜଣେ ତପସ୍ୱୀ ସେ ଅଟନ୍ତି, ଯିଏ ସ୍ୱେଚ୍ଛା ପୂର୍ବକ କଷ୍ଟ ଭୋଗ କରନ୍ତି ଏବଂ ଏକ ଅତ୍ୟନ୍ତ କଠୋର ଜୀବନଶୈଳୀ ଆପଣାଇଥାନ୍ତି । ସେମାନେ ଇନ୍ଦ୍ରିୟ ସୁଖଭୋଗ ତଥା ଭୌତିକ ସମ୍ପଦ ସଂଗ୍ରହ କରିବା ଠାରୁ କ୍ଷାନ୍ତ ରୁହନ୍ତି । ଏହା ତାଙ୍କ ନିର୍ବାଣ ପ୍ରାପ୍ତିର ପ୍ରୟାସରେ ସହାୟକ ହୋଇଥାଏ । ଜ୍ଞାନୀ ଜଣେ ବିଦ୍ୱାନ ବ୍ୟକ୍ତି, ଯିଏ ଜ୍ଞାନ ଅର୍ଜନ କରିବା ଦିଗରେ ଯତ୍ନଶୀଳ ରହିଥାନ୍ତି । ଜଣେ କର୍ମୀ ସାଂସାରିକ ବୈଭବ ପ୍ରାପ୍ତି ଏବଂ ସ୍ୱର୍ଗ ପ୍ରାପ୍ତି ଉଦ୍ଦେଶ୍ୟରେ ବୈଦିକ ରୀତିନୀତି ସବୁ ପାଳନ କରିଥାନ୍ତି । ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ, ଯୋଗୀ ସମସ୍ତଙ୍କଠାରୁ ଶ୍ରେଷ୍ଠ ଅଟନ୍ତି । କର୍ମୀ, ଜ୍ଞାନୀ ଏବଂ ତପସ୍ୱୀଙ୍କର ଲକ୍ଷ୍ୟ ସଂସାର ସମ୍ବନ୍ଧୀ ଅଟେ; ସେମାନଙ୍କର ସ୍ଥିତି ତଥାପି ବି ଶାରୀରିକ ସ୍ତରରେ ରହିଥାଏ । ଜଣେ ଯୋଗୀଙ୍କର ଲକ୍ଷ୍ୟ ସଂସାର ନୁହେଁ, ଭଗବାନ ଅଟନ୍ତି । ଅତଏବ, ଜଣେ ଯୋଗୀଙ୍କର ପ୍ରାପ୍ତି ଆଧ୍ୟାତ୍ମିକ ସ୍ତରର ଅଟେ, ତେଣୁ ସେ ସମସ୍ତଙ୍କ ଠାରୁ ଶ୍ରେଷ୍ଠ ଅଟନ୍ତି ।