Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 6, Verse 47

ଯୋଗିନାମପି ସର୍ବେଷାଂ ମଦ୍‌ଗତେନାନ୍ତରାତ୍ମନା ।
ଶ୍ରଦ୍ଧାବାନ୍ ଭଜତେ ଯୋ ମାଂ ସ ମେ ଯୁକ୍ତତମୋ ମତଃ ।।୪୭।।

ଯୋଗିନାଂ- ଯୋଗୀମାନଙ୍କ ମଧ୍ୟରେ; ଅପି -ମଧ୍ୟ; ସର୍ବେଷାଂ - ସବୁ ପ୍ରକାରେ; ମତ୍ ଗତେନ - ମୋ’ଠାରେ ସଂଲଗ୍ନ ରହି; ଅନ୍ତଃ-ଆତ୍ମନା- ସର୍ବଦା ହୃଦୟରେ ମୋତେ ଚିନ୍ତା କରି; ଶ୍ରଦ୍ଧାବାନ୍ - ପୂର୍ଣ୍ଣ ବିଶ୍ୱାସ ସହକାରେ; ଭଜତେ - ପ୍ରେମପୂର୍ଣ୍ଣ ସେବାକରେ; ଯଃ! - ଯିଏ; ମାଂ - ମୋତେ, (ଭଗବାନ); ସ - ସେ; ମେ- ମୋର; ଯୁକ୍ତତମଃ - ସର୍ବୋତ୍ତମ ଯୋଗୀ; ମତଃ - ବିଚାର କରାଯାଏ ।

Translation

BG 6.47: ସମସ୍ତ ଯୋଗୀମାନଙ୍କ ମଧ୍ୟରୁ, ଯେଉଁମାନଙ୍କର ମନ ସର୍ବଦା ମୋଠାରେ ସନ୍ନିବିଷ୍ଟ ଥାଏ, ଏବଂ ଯିଏ ଅତ୍ୟନ୍ତ ଶ୍ରଦ୍ଧାଯୁକ୍ତ ହୋଇ ମୋ ଭକ୍ତିରେ ନିମଗ୍ନ ରହେ, ମୁଁ ସେମାନଙ୍କୁ ସର୍ବଶ୍ରେଷ୍ଠ ମନେକରି ଥାଏ ।

Commentary

ଯୋଗୀମାନଙ୍କ ମଧ୍ୟରେ କର୍ମଯୋଗୀ, ଭକ୍ତିଯୋଗୀ, ଜ୍ଞାନଯୋଗୀ, ଅଷ୍ଟାଙ୍ଗ ଯୋଗୀ ଇତ୍ୟାଦି ଅଛନ୍ତି । ସେମାନଙ୍କ ମଧ୍ୟରୁ କିଏ ସର୍ବୋତ୍ତମ ଅଟନ୍ତି, ସେ ସମ୍ବନ୍ଧୀୟ ସମସ୍ତ ଯୁକ୍ତିତର୍କକୁ ଏହି ଶ୍ଲୋକ ବିରାମ ଦେଇଥାଏ । ଶ୍ରୀକୃଷ୍ଣ ଭକ୍ତିଯୋଗୀକୁ ସର୍ବଶ୍ରେଷ୍ଠ ଭାବେ ଘୋଷଣା କରିଛନ୍ତି, ଏପରିକି ତାଙ୍କୁ ଅଷ୍ଟାଙ୍ଗ ଯୋଗୀ ଓ ହଟ ଯୋଗୀଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ବିବେଚନା କରିଛନ୍ତି । ଏହାର କାରଣ, ଭକ୍ତି ଭଗବାନଙ୍କର ସର୍ବଶ୍ରେଷ୍ଠ ଶକ୍ତି ଅଟେ । ଏହା ଏପରି ଏକ ଶକ୍ତି, ଯାହା ଭଗବାନଙ୍କୁ ମଧ୍ୟ ବାନ୍ଧିଦିଏ ଏବଂ ତାଙ୍କୁ ତାଙ୍କ ଭକ୍ତର କ୍ରୀତଦାସ କରିଦିଏ । ଭଗବାନ ନିଜେ ଭାଗବତ ମହାପୁରାଣରେ କହିଛନ୍ତି:

ଅହଂ ଭକ୍ତ-ପରାଧୀନୋ ହ୍ୟସ୍ୱତନ୍ତ୍ର ଇବ ଦ୍ୱିଜ ।
ସାଧୁଭିର୍ ଗ୍ରସ୍ତ-ହୃଦୟୋ ଭକ୍ତୈର୍ ଭକ୍ତ-ଜନ-ପ୍ରିୟଃ । । (୯.୪.୬୩)

“ଯଦିଓ ମୁଁ ପରମ ସ୍ୱତନ୍ତ୍ର ଅଟେ, ତଥାପି ମୁଁ ମୋ ଭକ୍ତଙ୍କର ଦାସ ପାଲଟି ଯାଏ । ସେମାନେ ମୋର ହୃଦୟକୁ ଜୟ କରି ନିଅନ୍ତି । ମୋ ଭକ୍ତଙ୍କ ବିଷୟରେ କ’ଣ କହିବି, ମୋ ଭକ୍ତଙ୍କର ଭକ୍ତମାନେ ମଧ୍ୟ ମୋର ଅତିପ୍ରିୟ ଅଟନ୍ତି ।” ଭକ୍ତି ଯୋଗୀ ଦିବ୍ୟପ୍ରେମ ଯୁକ୍ତ ଅଟନ୍ତି ଏବଂ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି, ତେଣୁ ଯୋଗୀମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ବିବେଚିତ ହୁଅନ୍ତି ।

ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଭଜତେ ଶବ୍ଦ ବ୍ୟବହାର କରିଛନ୍ତି, ଯାହାର ଉତ୍ପତ୍ତି ମୂଳ ଶବ୍ଦ ‘ଭଜ୍‌’ରୁ ହୋଇଥାଏ, ଅର୍ଥାତ୍ ‘ସେବା କରିବା’ । ‘ଭକ୍ତି’ ଶବ୍ଦଟି ‘ପୂଜା’ ଅପେକ୍ଷା ଅଧିକ ମହତ୍ୱପୂର୍ଣ୍ଣ, ଯାହାର ଅର୍ଥ ‘ସ୍ତୁତି କରିବା’ । ଏଠାରେ ଶ୍ରୀକୃଷ୍ଣ ସେମାନଙ୍କ ବିଷୟରେ କହୁଛନ୍ତି, ଯେଉଁମାନେ କେବଳ ତାଙ୍କର ସ୍ତୁତି କରନ୍ତି ନାହିଁ, ବରଂ ପ୍ରେମମୟ ଭକ୍ତି ସହକାରେ ତାଙ୍କର ସେବା କରନ୍ତି । ଏହିପରି ଭାବରେ ସେମାନେ ଆତ୍ମାର ସ୍ୱାଭାବିକ ସ୍ଥାନ ଭଗବାନଙ୍କର ଦାସ ଭାବରେ ସହଜରେ ସ୍ଥିତ ହୋଇଯାଆନ୍ତି, ଅଥଚ ଅନ୍ୟ ପ୍ରକାରର ଯୋଗୀମାନେ ସେହି ସ୍ଥିତିକୁ ପ୍ରାପ୍ତ କରି ନ ପାରି ଅସମ୍ପୂର୍ଣ୍ଣ ରହିଥାଆନ୍ତି । ସେମାନେ ଭଗବାନଙ୍କ ସହିତ ଯୋଗ ସ୍ଥାପନ କରିଥାନ୍ତି ସତ, କିନ୍ତୁ ନିଜକୁ ସେମାନେ ଜ୍ଞାନର ସେହି ସ୍ତରରେ ସ୍ଥାପିତ କରି ନ ଥାନ୍ତି ଯେ ‘ସେମାନେ ଭଗବାନଙ୍କର ନିତ୍ୟ ଦାସ ଅଟନ୍ତି ।”

 ମୁକ୍ତାନାଂ ଅପି ସିଦ୍ଧାନାଂ ନାରାୟଣ-ପରାୟଣଃ ।
ସୁଦୁର୍ଲଭଃ ପ୍ରଶାନ୍ତାତ୍ମା କେଟିଷ୍ୱ ଅପି ମହା-ମୁନେ । । (ଭାଗବତମ୍ ୬.୧୪.୫)

“କୋଟି କୋଟି ସିଦ୍ଧ ଓ ମୁକ୍ତ ମହାତ୍ମାମାନଙ୍କ ମଧ୍ୟରୁ, କେହି କେହି ପ୍ରଶାନ୍ତ ଚିତ୍ତ ବିରଳ ଜୀବ ପରମାତ୍ମା ନାରାୟଣଙ୍କର ଭକ୍ତି କରନ୍ତି ।” ଏହି ଶ୍ଲୋକକୁ ବୁଝିବାର ଅନ୍ୟ ଏକ ଦୃଷ୍ଟିକୋଣ ଏହା ଯେ, ଭକ୍ତିଯୋଗ ଦ୍ୱାରା ଭଗବତ୍ ପ୍ରାପ୍ତି ହୋଇଥାଏ, ତାହା ସର୍ବାଧିକ ଅନ୍ତରଙ୍ଗ ଏବଂ ପରିପୂର୍ଣ୍ଣ ଅଟେ । ଏହା ଶ୍ଲୋକ ୧୮.୫୫ରେ ବର୍ଣ୍ଣନା କରାଯାଇଛି, ଯେଉଁଠି ଶ୍ରୀକୃଷ୍ଣ କହିଛନ୍ତି ଯେ ଜଣେ ଭକ୍ତିଯୋଗୀ ହିଁ ଭଗବାନଙ୍କର ବାସ୍ତବ ସ୍ୱରୂପକୁ ଜାଣନ୍ତି ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
6. ଧ୍ୟାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!