Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 6, Verse 7

ଜିତାତ୍ମନଃ ପ୍ରଶାନ୍ତସ୍ୟ ପରମାତ୍ମା ସମାହିତଃ ।
ଶୀତୋଷ୍ଣସୁଖଦୁଃଖେଷୁ ତଥା ମାନାପମାନୟୋଃ ।।୭।।

ଜିତ-ଆତ୍ମନଃ - ଯିଏ ମନକୁ ଜୟ କରିଛି ; ପ୍ରଶାନ୍ତସ୍ୟ - ସଂଯମ ଅଭ୍ୟାସକରି ଶାନ୍ତି ଲାଭକରିଛି ; ପରମାତ୍ମା - ପରମାତ୍ମା; ସମାହିତଃ - ସ୍ଥିର; ଶୀତ-ଶୀତ; ଉଷ୍ଣ - ଉତ୍ତାପ; ସୁଖ-ସୁଖ; ଦୁଃଖେଷୁ - ଦୁଃଖରେ; ତଥା - ମଧ୍ୟ; ମାନ-ସମ୍ମାନ; ଅପମାନୟୋଃ - ଅପମାନରେ ।

Translation

BG 6.7: ଯେଉଁ ଯୋଗୀମାନେ ମନକୁ ଜୟ କରିଛନ୍ତି, ସେମାନେ ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖ, ମାନ ଓ ଅପମାନ ଆଦି ଦ୍ୱୈତର ଊର୍ଦ୍ଧ୍ୱରେ ରହନ୍ତି । ଏହିପରି ଯୋଗୀମାନେ ସେମାନଙ୍କର ଈଶ୍ୱର ଭକ୍ତିରେ ଶାନ୍ତ ଏବଂ ଅବିଚଳିତ ରହନ୍ତି ।

Commentary

ଶ୍ରୀକୃଷ୍ଣ ଶ୍ଲୋକ ୨.୧୪ରେ ବୁଝାଇଥିଲେ ଯେ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁର ସଂସ୍ପର୍ଶରେ ଆସି ଇନ୍ଦ୍ରିୟମାନେ ମନକୁ ଶୀତ ଓ ଉଷ୍ଣ, ହର୍ଷ ଓ ଦୁଃଖ ଆଦିର ଅନୁଭୂତି ଦେଇଥାଆନ୍ତି । ଯେ ପର୍ଯ୍ୟନ୍ତ ମନ ବଶୀଭୂତ ନ ହୋଇଛି, ବ୍ୟକ୍ତି ଇନ୍ଦ୍ରିୟସୁଖ ପଛରେ ଧାଇଁବ ଏବଂ ଦୁଃଖ ଅନୁଭୂତି ଠାରୁ ଦୂରେଇ ଯିବାକୁ ଚେଷ୍ଟା କରିବ । ଯେଉଁ ଯୋଗୀ ମନକୁ ଜୟ କରିଥାଆନ୍ତି, ଏହିସବୁ କ୍ଷଣିକ ଅନୁଭବକୁ ସେମାନେ ନିତ୍ୟ ଆତ୍ମାଠାରୁ ପୃଥକ ଇନ୍ଦ୍ରିୟମାନଙ୍କର କାର୍ଯ୍ୟ ମନେକରି ଅବିଚଳିତ ରହନ୍ତି । ଏପରି ଜଣେ ଉଚ୍ଚ କକ୍ଷର ଯୋଗୀ ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖ ଇତ୍ୟାଦି ଦ୍ୱନ୍ଦ୍ୱରୁ ଊର୍ଦ୍ଧ୍ୱରେ ରହନ୍ତି ।

ମନ କେବଳ ଦୁଇଟି କ୍ଷେତ୍ରରେ ହିଁ ରହିପାରେ - ଗୋଟିଏ ମାୟିକ ଜଗତ ଏବଂ ଅନ୍ୟଟି ଈଶ୍ୱରୀୟ ଜଗତ । ମନ ଯଦି ଇନ୍ଦ୍ରିୟ ବିଷୟକ ଦ୍ୱନ୍ଦ୍ୱରୁ ମୁକ୍ତ ରହେ, ତେବେ ତାହା ଅତି ସହଜରେ ଭଗବାନଙ୍କ ଠାରେ ନିମଜ୍ଜିତ ହୋଇପାରିବ । ସେଥିପାଇଁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ଉଚ୍ଚ ସ୍ଥିତିସମ୍ପନ୍ନ ଯୋଗୀମାନଙ୍କର ମନ ଭଗବାନଙ୍କ ଠାରେ ସମାଧିସ୍ଥ ରହେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
6. ଧ୍ୟାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!