Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 6, Verse 9

ସୁହୃନ୍ମିତ୍ରାର‌୍ୟୁଦାସୀନମଧ୍ୟସ୍ଥଦ୍ୱେଷ୍ୟବନ୍ଧୁଷୁ ।
ସାଧୁଷ୍ୱପି ଚ ପାପେଷୁ ସମବୁଦ୍ଧିର୍ବିଶିଷ୍ୟତେ ।।୯।।

ସୁହୃଦ୍ - ହିତାକାଂକ୍ଷୀ; ମିତ୍ର-ବନ୍ଧୁ; ଅରି - ଶତ୍ରୁ; ଉଦାସୀନ - ନିରପେକ୍ଷ; ମଧ୍ୟସ୍ଥ - ସନ୍ଧିକାରୀ; ଦ୍ୱେଷ୍ୟ-ଈର୍ଷାଳୁ; ବନ୍ଧୁଷୁ - ବନ୍ଧୁବାନ୍ଧବଙ୍କ ମଧ୍ୟରେ; ସାଧୁଷୁ - ସାଧୁମାନଙ୍କ ମଧ୍ୟରେ; ଅପି - ମଧ୍ୟ; ଚ - ଏବଂ; ପାପେଷୁ - ପାପୀମାନଙ୍କ ମଧ୍ୟରେ; ସମବୁଦ୍ଧିଃ - ସମବୁଦ୍ଧିସମ୍ପନ୍ନ; ବିଶିଷ୍ୟତେ - ବିଶେଷ ଅଟନ୍ତି ।

Translation

BG 6.9: ଯୋଗୀମାନେ ହିତାକାଂକ୍ଷୀ, ବନ୍ଧୁ, ଶତ୍ରୁ, ଧାର୍ମିକ ତଥା ପାପାତ୍ମା ଆଦି ସମସ୍ତଙ୍କୁ ନିରପେକ୍ଷ ଦୃଷ୍ଟିରେ ଦେଖିଥାନ୍ତି । ଯେଉଁ ଯୋଗୀ, ବନ୍ଧୁ, ସାଥୀ ଓ ଶତ୍ରୁଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି, ଶତ୍ରୁ ଓ ସମ୍ବନ୍ଧିମାନଙ୍କ ପ୍ରତି ଉଦାସୀନ ରହନ୍ତି, ଧାର୍ମିକ ଓ ପାପୀମାନଙ୍କ ମଧ୍ୟରେ ପକ୍ଷପାତ କରନ୍ତି ନାହିଁ, ସେମାନେ ମନୁଷ୍ୟମାନଙ୍କ ମଧ୍ୟରେ ବିଶେଷ ଅଟନ୍ତି ।

Commentary

ମିତ୍ର ଓ ଶତ୍ରୁ ମାନଙ୍କ ପ୍ରତି ଭିନ୍ନ ପ୍ରତିକ୍ରିୟା ଦେଖାଇବା, ମନୁଷ୍ୟ ମନର ସ୍ୱଭାବ ଅଟେ । କିନ୍ତୁ ଜଣେ ଉନ୍ନତ ଯୋଗୀଙ୍କର ସ୍ୱଭାବ ଭିନ୍ନ ଅଟେ । ଭଗବାନଙ୍କର ଅନୁଭବାତ୍ମକ ଜ୍ଞାନରେ ସମୃଦ୍ଧ ହୋଇ, ସେହି ସମୁନ୍ନତ ଯୋଗୀ, ସମଗ୍ର ସୃଷ୍ଟିକୁ ଭଗବାନଙ୍କ ସହିତ ସମ୍ବନ୍ଧିତ ରୂପରେ ଦେଖିଥାଏ । ତେଣୁ ସେମାନେ ସମସ୍ତ ପ୍ରାଣୀଙ୍କୁ ସମ ଦୃଷ୍ଟିରେ ଦେଖି ଥାଆନ୍ତି । ସମଦୃଷ୍ଟି ମଧ୍ୟ ବିଭିନ୍ନ ସ୍ତରର ହୋଇଥାଏ:

୧. “ସମସ୍ତ ପ୍ରାଣୀ ଦିବ୍ୟ ଆତ୍ମା ଅଟନ୍ତି, ଏବଂ ଭଗବାନଙ୍କର ଅଂଶ ଅଟନ୍ତି ।” ତେଣୁ ସେମାନେ ସମାନ ଅଟନ୍ତି । ଆତ୍ମବତ୍ ସର୍ବ ଭୂତେଷୁ ଯଃ ପଶ୍ୟନ୍ତି ସ ପଣ୍ଡିତଃ “ଜଣେ ପ୍ରକୃତ ପଣ୍ଡିତ ସେ ଅଟନ୍ତି ଯିଏ ସମସ୍ତଙ୍କୁ ଆତ୍ମା ରୂପରେ ଦେଖନ୍ତି, ତେଣୁ ସମସ୍ତଙ୍କୁ ନିଜ ସହିତ ସମାନ  ମନେ କରନ୍ତି ।”

୨. ଉଚ୍ଚତର ଦୃଷ୍ଟିକୋଣ: “ଭଗବାନ ସମସ୍ତଙ୍କ ହୃଦୟରେ ନିବାସ କରନ୍ତି, ସେଥିପାଇଁ ସମସ୍ତେ ସମାନ ଭାବରେ ସମ୍ମାନୀୟ ।”

୩. ଉଚ୍ଚତମ ସ୍ତରରେ, ଯୋଗୀ ଏହ ଦୃଷ୍ଟିକୋଣ ପୋଷଣ କରନ୍ତି ଯେ: “ସମସ୍ତେ ଭଗବାନଙ୍କର ରୂପ ଅଟନ୍ତି ।” ବୈଦିକ ଶାସ୍ତ୍ର ସବୁ ବାରମ୍ବାର କହିଥାଆନ୍ତି ଯେ ସମଗ୍ର ସଂସାର ଭଗବାନଙ୍କର ହିଁ ସ୍ୱରୂପ ଅଟେ ।” ଈଶାବାସ୍ୟଂ ଇଦଂ ସର୍ବଂ ଯତ୍ କିଂଚ ଜଗତ୍ୟାଂ ଜଗତ୍ (ଇଶୋପନିଷଦ ୧) “ସମସ୍ତ ସଂସାର, ଏଥିରେ ଥିବା ସମସ୍ତ ପ୍ରାଣୀ ଏବଂ ଜଡ଼ବସ୍ତୁ, ପରଂବ୍ରହ୍ମଙ୍କର ପରିପ୍ରକାଶ ଅଟନ୍ତି, ଯିଏ ସମସ୍ତଙ୍କ ମଧ୍ୟରେ ନିବାସ କରିଥାଆନ୍ତି ।” ପୁରୁଷ ଏବେଦଂ ସର୍ବଂ (ପୁରୁଷ ସୂକ୍ତମ୍‌) “ଭଗବାନ ସଂସାରର ସର୍ବତ୍ର ବିଦ୍ୟମାନ ଏବଂ ସବୁକିଛି ତାଙ୍କର ଶକ୍ତି ଅଟେ ।” ତେଣୁ ସର୍ବୋଚ୍ଚ କକ୍ଷର ଯୋଗୀ ସମସ୍ତଙ୍କୁ ଭଗବାନଙ୍କର ପ୍ରାକଟ୍ୟ ଭାବରେ ଦେଖନ୍ତି । ଏହି କକ୍ଷର ଦୃଷ୍ଟି ପ୍ରାପ୍ତି କରି ହନୁମାନ କହନ୍ତି: ସୀୟା ରାମମୟ ସବ ଜଗ ଜାନୀ (ରାମାୟଣ) “ମୁଁ ସମସ୍ତଙ୍କ ଠାରେ ସୀତାରାମଙ୍କୁ ଦର୍ଶନ କରେ ।”

ଏହିସବୁ ସ୍ଥିତିର ବର୍ଣ୍ଣନା ଶ୍ଲୋକ ୬.୩୧ର ଭାଷ୍ୟରେ ଅଧିକ ବିସ୍ତାର ପୂର୍ବକ କରାଯାଇଛି । ଉପରୋକ୍ତ ତିନୋଟି କକ୍ଷର ବର୍ଣ୍ଣନା କରି, ଶ୍ରୀକୃଷ୍ଣ କହୁଛନ୍ତି ଯେ ଯେଉଁ ଯୋଗୀ ସମସ୍ତଙ୍କ ପ୍ରତି ସମଦୃଷ୍ଟି ରଖନ୍ତି, ସେ ପୂର୍ବ ଶ୍ଲୋକରେ ବର୍ଣ୍ଣିତ ଯୋଗୀଙ୍କ ଠାରୁ ଉନ୍ନତ ଅଟନ୍ତି । ଯୋଗର କକ୍ଷମାନଙ୍କ ବିଷୟରେ ବର୍ଣ୍ଣନା କରିବା ପରେ, ପରବର୍ତ୍ତୀ ଶ୍ଲୋକ ଠାରୁ ଶ୍ରୀକୃଷ୍ଣ ସେହି ସ୍ଥିତିରେ ଉପନୀତ ହେବାର ଉପାୟ ବର୍ଣ୍ଣନା କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
6. ଧ୍ୟାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!