ଶ୍ରୀ ଭଗବାନ ଉବାଚ
ମୟାସକ୍ତମନାଃ ପାର୍ଥ ଯୋଗଂ ଯୁଞ୍ଜନ୍ମଦାଶ୍ରୟଃ ।
ଅସଂଶୟଂ ସମଗ୍ରଂ ମାଂ ଯଥା ଜ୍ଞାସ୍ୟସି ତଚ୍ଛୃଣୁ ।।୧।।
ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; ମୟି -ମୋ’ଠାରେ; ଆସକ୍ତ-ମନାଃ -ମନକୁ ଆସକ୍ତ କରି; ପାର୍ଥ - ହେ ପୃଥା ପୁତ୍ର; ଯୋଗଂ - ଭକ୍ତିଯୋଗ; ଯୁଞ୍ଜନ୍ -ଅଭ୍ୟାସ କରି; ମତ୍-ଆଶ୍ରୟଃ - ମୋ’ର ଶରଣାଗତି କରି; ଅସଂଶୟଂ - ନିଃସନ୍ଦେହରେ; ସମଗ୍ରଂ - ସମ୍ପୂର୍ଣ୍ଣରୂପେ; ମାଂ - ମୋତେ; ଯଥା - ଯେପରି; ଜ୍ଞାସ୍ୟସି -ଜାଣିପାରିବ; ତତ୍ - ତାହା; ଶୃଣୁ -ଶୁଣ ।
BG 7.1: ଭଗବାନ କହିଲେ, ହେ ଅର୍ଜୁନ! ବର୍ତ୍ତମାନ ଶୁଣ, କେବଳ ମୋଠାରେ ହିଁ ମନକୁ କେନ୍ଦ୍ରିତ କରି, ଭକ୍ତି ଯୋଗର ସାଧନା ଦ୍ୱାରା ମୋର ଶରଣାଗତ ହେଲେ, ଏହା ନିଃସନ୍ଦେହ ଯେ ତୁମେ ମୋତେ ସମ୍ପୂର୍ଣ୍ଣ ଭାବେ ଜାଣିପାରିବ ।
ଶ୍ରୀ ଭଗବାନ ଉବାଚ
ମୟାସକ୍ତମନାଃ ପାର୍ଥ ଯୋଗଂ ଯୁଞ୍ଜନ୍ମଦାଶ୍ରୟଃ ।
ଅସଂଶୟଂ ସମଗ୍ରଂ ମାଂ ଯଥା ଜ୍ଞାସ୍ୟସି ତଚ୍ଛୃଣୁ ।।୧।।
ଭଗବାନ କହିଲେ, ହେ ଅର୍ଜୁନ! ବର୍ତ୍ତମାନ ଶୁଣ, କେବଳ ମୋଠାରେ ହିଁ ମନକୁ କେନ୍ଦ୍ରିତ କରି, ଭକ୍ତି ଯୋଗର ସାଧନା ଦ୍ୱାରା ମୋର ଶରଣାଗତ ହେଲେ, ଏହା …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
୬ଷ୍ଠ ଅଧ୍ୟାୟରେ ଶେଷରେ ଶ୍ରୀକୃଷ୍ଣ ଘୋଷଣା କରିଥିଲେ ଯେ, ଯେଉଁ ବ୍ୟକ୍ତି ମନକୁ କେବଳ ତାଙ୍କଠାରେ କେନ୍ଦ୍ରିତ କରି, ଭକ୍ତି ଭାବପୂର୍ଣ୍ଣ ହୋଇ ତାଙ୍କର ସେବା କରନ୍ତି, ଯୋଗୀମାନଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ଅଟନ୍ତି । ଭଗବାନଙ୍କର ଏହି ଉକ୍ତି ସ୍ୱତଃ କିଛି ଜିଜ୍ଞାସା ଉତ୍ପନ୍ନ କରିଥାଏ, ଯଥା: ପରମାତ୍ମାଙ୍କୁ ଜାଣିବାର ଉପାୟ କ’ଣ? ଜଣେ ତାଙ୍କର ଧ୍ୟାନ କିପରି କରିବ? ଜଣେ ସାଧକ ଭଗବାନଙ୍କୁ କେମିତି ପୂଜା କରିବ? ଯଦିଓ ଅର୍ଜୁନ ଏସବୁ ପ୍ରଶ୍ନ ପଚାରିନାହାନ୍ତି, ତଥାପି ଭଗବାନ ଦୟାପୂର୍ବକ, ତାହାର ଉତ୍ତର ଦେବାକୁ ଯାଉଛନ୍ତି । ସେ ‘ଶୃଣୁ’ ଶବ୍ଦ ପ୍ରୟୋଗ କରିଛନ୍ତି ଯାହାର ଅର୍ଥ ‘ଶୁଣ’ ଏବଂ ତା’ ସହିତ ବିଶେଷଣ ଲଗାଇଛନ୍ତି ‘ମଦ୍ ଆଶ୍ରୟ’ ଅର୍ଥାତ୍ ‘ମନକୁ ମୋ ଠାରେ କେନ୍ଦ୍ରିତ କରି’ ।