ବୀଜଂ ମାଂ ସର୍ବଭୂତାନାଂ ବିଦ୍ଧି ପାର୍ଥ ସନାତନମ୍ ।
ବୁଦ୍ଧିର୍ବୁଦ୍ଧିମତାମସ୍ମି ତେଜସ୍ତେଜସ୍ୱିନାମହମ୍ ।।୧୦।।
ବୀଜଂ -ବୀଜ; ମାଂ - ମୋତେ; ସର୍ବଭୂତାନାଂ - ସମସ୍ତଜୀବଙ୍କର; ବିଦ୍ଧି -ଜାଣ; ପାର୍ଥ - ହେ ପୃଥାପୁତ୍ର; ସନାତନମ୍ - ଶାଶ୍ୱତ; ବୁଦ୍ଧିଃ - ବୁଦ୍ଧି; ବୁଦ୍ଧି-ମତାଂ - ବୁଦ୍ଧିମାନ ବ୍ୟକ୍ତିଙ୍କର; ଅସ୍ମି - ମୁଁ ଅଟେ; ତେଜଃ - ତେଜ ବା ଶକ୍ତି; ତେଜସ୍ୱିନାମ୍ - ତେଜସ୍ୱୀ ବା ଶକ୍ତିଶାଳୀମାନଙ୍କର; ଅହମ୍ -ମୁଁ ।
BG 7.10: ହେ ଅର୍ଜୁନ! ମୋତେ ସମସ୍ତ ପ୍ରାଣୀଙ୍କର ଅନାଦି ବୀଜ ରୂପରେ ଜାଣ । ମୁଁ ବୁଦ୍ଧିମାନ ବ୍ୟକ୍ତିଙ୍କର ବୁଦ୍ଧି ଅଟେ, ଏବଂ ଗୌରବଶାଳୀ ବ୍ୟକ୍ତିଙ୍କର ଗରିମା ଅଟେ ।
ବୀଜଂ ମାଂ ସର୍ବଭୂତାନାଂ ବିଦ୍ଧି ପାର୍ଥ ସନାତନମ୍ ।
ବୁଦ୍ଧିର୍ବୁଦ୍ଧିମତାମସ୍ମି ତେଜସ୍ତେଜସ୍ୱିନାମହମ୍ ।।୧୦।।
ହେ ଅର୍ଜୁନ! ମୋତେ ସମସ୍ତ ପ୍ରାଣୀଙ୍କର ଅନାଦି ବୀଜ ରୂପରେ ଜାଣ । ମୁଁ ବୁଦ୍ଧିମାନ ବ୍ୟକ୍ତିଙ୍କର ବୁଦ୍ଧି ଅଟେ, ଏବଂ ଗୌରବଶାଳୀ ବ୍ୟକ୍ତିଙ୍କର ଗରିମା ଅଟେ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
କାର୍ଯ୍ୟର କାରଣକୁ ତାହାର ବୀଜ କୁହାଯାଏ । ସୁତରାଂ, ସମୁଦ୍ରକୁ ମେଘର ବୀଜ ଏବଂ ମେଘକୁ ବୃଷ୍ଟିର ବୀଜ କୁହାଯାଇପାରେ । ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ସେହି ବୀଜ ଅଟନ୍ତି, ଯାହାଠାରୁ ସମସ୍ତ ପ୍ରାଣୀ ସୃଷ୍ଟି ହୋଇଥାଆନ୍ତି ।
ଯେହେତୁ ସମସ୍ତ ବସ୍ତୁ ଭଗବାନଙ୍କ ଶକ୍ତିର ପ୍ରକାଶ ଅଟନ୍ତି, ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କ ଠାରେ ଯେଉଁସବୁ ଅଦ୍ଭୁତ ଗୁଣ ଦୃଷ୍ଟିଗୋଚର ହୋଇଥାଏ, ତାହା ଭଗବାନଙ୍କ ଶକ୍ତିର ପ୍ରାକଟ୍ୟ ଅଟେ । ବୁ୍ଦ୍ଧିମାନ ବ୍ୟକ୍ତିମାନଙ୍କର ଚିନ୍ତାଧାରାରେ ଅନେକ ପାରଦର୍ଶିତା ପରିଲକ୍ଷିତ ହୋଇଥାଏ । ଭଗବାନ କହୁଛନ୍ତି, ସେମାନଙ୍କର ଚିନ୍ତାଧାରାକୁ ଅଭୁତପୂର୍ବ ଏବଂ ବିଶ୍ଲେଷଣାତ୍ମକ କରିବାର ସୂକ୍ଷ୍ମ ଶକ୍ତି ସେ ଅଟନ୍ତି ।
ଯେତେବେଳେ ଜଣେ ବ୍ୟକ୍ତି ଅତିଶୟ ପ୍ରତିଭା ପ୍ରଦର୍ଶନ କରିଥାଆନ୍ତି, ଯାହା ସଂସାରକୁ ସକାରାତ୍ମକ ଦିଗରେ ପ୍ରଭାବିତ କରେ, ତାଙ୍କ ମଧ୍ୟରେ ଭଗବାନଙ୍କର ଶକ୍ତି କାର୍ଯ୍ୟ କରିଥାଏ । ଉଇଲିୟମ୍ ସେକ୍ସପିୟର ସାହିତ୍ୟ କ୍ଷେତ୍ରରେ ଏପରି ଚମତ୍କାର ପ୍ରତିଭା ପ୍ରଦର୍ଶନ କରିଥିଲେ, ଯାହା ଆଧୁନିକ ଇତିହାସରେ ଅତୁଳନୀୟ ଅଟେ । ସମ୍ଭବତଃ, ଭଗବାନ ତାଙ୍କର ବୁଦ୍ଧିକୁ ସମୁନ୍ନତ କରିଦେଲେ, ଯଦ୍ୱାରା ତାଙ୍କର କାର୍ଯ୍ୟ ଇଂରାଜୀ ପରି ପୃଥିବୀର ମୁଖ୍ୟ ଭାଷାର ସାହିତ୍ୟକୁ ସମୃଦ୍ଧ କରିପାରିଲା । ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ ସମଗ୍ର ପୃଥିବୀକୁ ଗୋଟିଏ ଭାଷା ମାଧ୍ୟମରେ ଯୋଡି ରଖିବା ବ୍ରିଟିଶ୍ ସାମ୍ରାଜ୍ୟର କାର୍ଯ୍ୟଥିଲା । କମ୍ପ୍ୟୁଟର୍ ସଂଚାଳନ ପ୍ରଣାଳୀର ବିପଣନ କ୍ଷେତ୍ରରେ ବିଲ୍ ଗେଟ୍ସ ଏପରି ପାରଦର୍ଶିତା ପ୍ରଦର୍ଶନ କରିଥିଲେ ଯେ ମାଇକ୍ରୋସଫ୍ଟ ବଜାର ଅଂଶଧନର ନବେ ପ୍ରତିଶତ ଅଧିକାର କରିପାରିଥିଲା । ଯଦି ତାହା ହୋଇ ନ ଥାନ୍ତା, ତେବେ ପୃଥିବୀରେ କମ୍ପ୍ୟୁଟର୍ର ଏକାଧିକ ସଂଚାଳନ ପ୍ରଣାଳୀ ରହିଥାଆନ୍ତା, ଯାହା ଏକ ବଡ଼ ଧରଣର ବିଭ୍ରାଟ ସୃଷ୍ଟି କରନ୍ତା, ଯେପରି ଭିଡ଼ିଓ ସମ୍ପାଦନା କ୍ଷେତ୍ରରେ ଏକାଧିକ ଫର୍ମାଟ ଘଞଝଉ, ଚଇଖ, ଝଋଉଇଗ ଇତ୍ୟାଦି ରହିଥିବା କାରଣରୁ ହୋଇଥାଏ । ସମ୍ଭବତଃ, ଭଗବାନ ଚାହିଁଥିଲେ ଯେ ପୃଥିବୀରେ କମ୍ପ୍ୟୁଟର୍ର ଏକ ବଡ଼ ଅପରେଟିଙ୍ଗ ସିଷ୍ଟମ୍ ରହୁ, ଯଦ୍ୱାରା ଯୋଗାଯୋଗ ଠିକ୍ ଭାବରେ ହୋଇପାରିବ ଏବଂ ସେଥିପାଇଁ ସେ ବିଲ୍ ଗେଟ୍ସଙ୍କର ବୁଦ୍ଧିକୁ ସମୁନ୍ନତ କରିଥିଲେ ।
ଅବଶ୍ୟ ସନ୍ଥ ମହାପୁରୁଷ ମାନେ ସର୍ବଦା ସେମାନଙ୍କ କାର୍ଯ୍ୟର ସୌନ୍ଦର୍ଯ୍ୟ, ଉତ୍କର୍ଷତା ଏବଂ ଜ୍ଞାନକୁ ଭଗବାନଙ୍କର କୃପା ମନେକରି ଥାଆନ୍ତି । ସନ୍ଥ ତୁଳସୀଦାସ କହନ୍ତି:
ନ ମେିଁ କିୟା ନ କରି ସକଉଁ ସାହିବ କରତା ମୋର,
କରତ କରାବତ ଆପ ହେଁ÷, ତୁଳସୀ ତୁଳସୀ ଶୋର ।
“ନା ମୁଁ ରାମାୟଣ ଲେଖିଛି, ନା ଏହାକୁ ଲେଖିବାର ମୋର ସାମର୍ଥ୍ୟ ଅଛି । ଭଗବାନ ହିଁ ଏହାର କର୍ତ୍ତା ଅଟନ୍ତି । ସେ ନିଜେ କରିଛନ୍ତି ନଚେତ୍ ମୋ ଦ୍ୱାରା କରାଇଛନ୍ତି; କିନ୍ତୁ ସଂସାର ଭାବୁଛି ଏସବୁ ତୁଳସୀ ଦାସ କରିଛି ।” ଏଠାରେ ଶ୍ରୀକୃଷ୍ଣ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ସେ ପ୍ରତିଭାବାନ୍ ବ୍ୟକ୍ତିଙ୍କର ପ୍ରତିଭା ଏବଂ ବୁଦ୍ଧିମାନ ମାନଙ୍କର ବୁଦ୍ଧି ଅଟନ୍ତି ।