Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 7, Verse 11

ବଳଂ ବଳବତାଂ ଚାହଂ କାମରାଗବିବର୍ଜିତମ୍ ।
ଧର୍ମାବିରୁଦ୍ଧୋ ଭୂତେଷୁ କାମୋଽସ୍ମି ଭରତର୍ଷଭ ।।୧୧।।

ବଳଂ - ବଳ; ବଳବତାଂ - ବଳବାନମାନଙ୍କର; ଚ- ଏବଂ; ଅହଂ-ମୁଁ; କାମ- କାମ; ରାଗ-ଆସକ୍ତି (ରାଗ); ବିବର୍ଜିତମ୍ -ବର୍ଜିତ; ଧର୍ମ ଅବିରୁଦ୍ଧ- ଧର୍ମନୀତିର ବିରୁଦ୍ଧାଚରଣ କରୁ ନ ଥିବା; ଭୂତେଷୁ - ସମସ୍ତ ଜୀବଙ୍କଠାରେ; କାମଃ - ଯୌନ କ୍ରିୟା; ଅସ୍ମିି -ମୁଁ; ଭରତର୍ଷଭ- ହେ ଭରତଶ୍ରେଷ୍ଠ ।

Translation

BG 7.11: ହେ ଭାରତଶ୍ରେଷ୍ଠ! ବଳବାନ ବ୍ୟକ୍ତିଙ୍କର ମୁଁ କାମନା ଓ ଆସକ୍ତି ରହିତ ବଳ ଅଟେ । ମୁଁ ଧର୍ମ କିମ୍ବା ଶାସ୍ତ୍ର ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରୁ ନ ଥିବା ଯୌନ କ୍ରିୟା ଅଟେ ।

Commentary

ଅପ୍ରାପ୍ତ ବସ୍ତୁର ସକ୍ରିୟ କାମନାକୁ ବାସନା କୁହାଯାଏ । ଆସକ୍ତି ଏକ ନିଷ୍କ୍ରିୟ ମାନସିକ ଆବେଗ ଅଟେ, ଯାହା ଇପ୍‌ସିତ ବସ୍ତୁକୁ ପ୍ରାପ୍ତ କରିସାରିବା ପରେ, ତାହାକୁ ପୁନର୍ବାର ପ୍ରାପ୍ତ କରିବାର ତୃଷ୍ଣା ଜାଗ୍ରତ କରେ । ବଳର ବିଶେଷଣ ଭାବରେ କାମ-ରାଗ-ବିବର୍ଜିତମ୍‌, ଅର୍ଥାତ୍ “ବାସନା ଓ ଆସକ୍ତି ରହିତ”ଶବ୍ଦାବଳୀର ବ୍ୟବହାର କରି, ଶ୍ରୀକୃଷ୍ଣ ତାଙ୍କ ବଳର ସ୍ୱରୂପକୁ ସ୍ପଷ୍ଟ କରୁଛନ୍ତି । ସେ ସେହି ଶାନ୍ତ, ଉତ୍କୃଷ୍ଟ ଶକ୍ତି ଅଟନ୍ତି ଯାହା ମନୁଷ୍ୟକୁ ଅବିଚଳିତ ଭାବରେ ଅନବରତ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଶକ୍ତି ପ୍ରଦାନ କରିଥାଏ ।

ଅନିୟନ୍ତ୍ରିତ ଯୌନକ୍ରିୟା, ଯେତେବେଳେ କେବଳ ବିଷୟ ଭୋଗ ଉଦ୍ଦେଶ୍ୟରେ କରାଯାଇଥାଏ, ତାହାକୁ ପାଶବିକ ଆଚରଣ ରୂପେ ବିବେଚିତ କରାଯାଏ । କିନ୍ତୁ ଗୃହସ୍ଥ ଜୀବନର ଏକ ଆଚରଣ ଭାବରେ, ନୀତିର ଉଲ୍ଲଘଂନ ନ କରି, ଯେତେବେଳେ ଏହା କେବଳ ବଂଶବୃଦ୍ଧି ଉଦ୍ଦେଶ୍ୟରେ କରାଯାଏ, ଏହାକୁ ଶାସ୍ତ୍ର ସମ୍ମତ ବିଚାର କରାଯାଏ । ଶ୍ରୀକୃଷ୍ଣ କହୁଛନ୍ତି, ସେ ବୈବାହିକ ଜୀବନର ସେହି ଧର୍ମସମ୍ମତ, ନିୟନ୍ତ୍ରିତ ଏବଂ ମହତ୍ ଉଦ୍ଦେଶ୍ୟ-ଯୁକ୍ତ ଯୌନ କ୍ରିୟା ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
7. ଜ୍ଞାନ ବିଜ୍ଞାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!