ଯେ ଚୈବ ସାତ୍ତ୍ୱିକା ଭାବା ରାଜସାସ୍ତାମସାଶ୍ଚ ଯେ ।
ମତ୍ତଏବେତି ତାନ୍ବିଦ୍ଧି ନ ତ୍ୱହଂ ତେଷୁ ତେ ମୟି ।।୧୨।।
ଯେ -ଯାହାକିଛି; ଚ - ଏବଂ; ଏବ - ନିଶ୍ଚିତଭାବେ; ସାତ୍ତ୍ୱିକାଃ - ସତ୍ତ୍ୱଗୁଣୀ; ଭାବାଃ - ଭାବରେ; ରାଜସାଃ - ରଜଗୁଣୀ; ତାମସାଃ -ତମଗୁଣୀ; ଚ - ଏବଂ; ଯେ -ଯାହାକିଛି; ମତ୍ତଃ- ମୋ’ଠାରୁ; ଏବ- ନିଶ୍ଚିତଭାବେ; ଇତି - ଏହିପରି; ତାନ୍ - ସେମାନଙ୍କୁ; ବିଦ୍ଧି -ଜାଣ; ନ - ନୁହେଁ; ତୁ - କିନ୍ତୁ; ଅହଂ -ମୁଁ; ତେଷୁ - ସେମାନଙ୍କଠାରେ; ତେ-ସେମାନେ; ମୟି - ମୋ’ଠାରେ ।
BG 7.12: ସଂସାରରେ ଥିବା ତିନିଗୋଟି ଗୁଣ- ସତ୍ତ୍ୱ, ରଜ ଓ ତମ - ମୋ ଶକ୍ତିର ପ୍ରାକଟ୍ୟ ଅଟନ୍ତି । ସେମାନେ ମୋ ଭିତରେ ଅଛନ୍ତି, କିନ୍ତୁ ମୁଁ ତାଙ୍କଠାରୁ ଊର୍ଦ୍ଧ୍ୱରେ ରହିଥାଏ ।
ଯେ ଚୈବ ସାତ୍ତ୍ୱିକା ଭାବା ରାଜସାସ୍ତାମସାଶ୍ଚ ଯେ ।
ମତ୍ତଏବେତି ତାନ୍ବିଦ୍ଧି ନ ତ୍ୱହଂ ତେଷୁ ତେ ମୟି ।।୧୨।।
ସଂସାରରେ ଥିବା ତିନିଗୋଟି ଗୁଣ- ସତ୍ତ୍ୱ, ରଜ ଓ ତମ - ମୋ ଶକ୍ତିର ପ୍ରାକଟ୍ୟ ଅଟନ୍ତି । ସେମାନେ ମୋ ଭିତରେ ଅଛନ୍ତି, କିନ୍ତୁ ମୁଁ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପୂର୍ବବର୍ତ୍ତୀ ଚାରିଗୋଟି ଶ୍ଲୋକରେ ଶ୍ରୀକୃଷ୍ଣ ତାଙ୍କର ଐଶ୍ୱର୍ଯ୍ୟ ବର୍ଣ୍ଣନା ସାରିବା ପରେ, ଏହି ଶ୍ଲୋକରେ ସେ ତାର ସାରାଂଶ କହିଛନ୍ତି । ସେ ଦୃଢ଼ତାର ସହ କହୁଛନ୍ତି ଯେ, “ହେ ଅର୍ଜୁନ! ମୁଁ କିପରି ସମସ୍ତ ବସ୍ତୁର ସାର ଅଟେ, ତାହା ବର୍ଣ୍ଣନା କଲି । ତାହାର ବିଶଦ ବର୍ଣ୍ଣନା କରିବାର କୌଣସି ଆବଶ୍ୟକତା ନାହିଁ । ସମସ୍ତ ଭଲ, ମନ୍ଦ ଓ କୁରୁପ ବସ୍ତୁ ଏବଂ ସେମାନଙ୍କର ସ୍ଥିତି ମୋର ଶକ୍ତି ଦ୍ୱାରା ହିଁ ସମ୍ଭବ ହୁଏ ।”
ଯଦିଓ ସମସ୍ତ ବସ୍ତୁ ତାଙ୍କଠାରୁ ଉତ୍ପନ୍ନ ହୋଇଥାଆନ୍ତି, ତଥାପି ସେ ସ୍ୱତନ୍ତ୍ର ଏବଂ ସବୁର ଊର୍ଦ୍ଧ୍ୱରେ । “ଇନ୍ ମେମୋରିଅମ୍” (ଓଦ୍ଭ ଗରଜ୍ଞକ୍ଟକ୍ସସଙ୍କଜ୍ଞ) ପଦ୍ୟରେ ପ୍ରସିଦ୍ଧ କବି ଆଲ୍ଫ୍ରେଡ୍ ଟେନିସନ୍ (ଇକ୍ଷଲକ୍ସରୟ ଞରଦ୍ଭଦ୍ଭଚ୍ଚଗ୍ଦକ୍ଟଦ୍ଭ) ପ୍ରକାଶ କରିଛନ୍ତି:
ଆମ ଛୋଟ ମଣ୍ଡଳ ମାନଙ୍କର ଦିନ ଅଛି;
ସେମାନଙ୍କର ଦିନ ଥାଏ ଏବଂ ସମାପ୍ତ ମଧ୍ୟ ହୋଇଯାଏ ।
ସେମାନେ କେବଳ ଆପଣଙ୍କର ବିଚ୍ଛିନ୍ନ ଆଲୋକ,
ଏବଂ ହେ ପ୍ରଭୁ ଆପଣ ସେମାନଙ୍କଠାରୁ ଅଧିକ ଅଟନ୍ତି ।