ତ୍ରିଭିର୍ଗୁଣମୟୈର୍ଭାବୈରେଭିଃ ସର୍ବମିଦଂ ଜଗତ୍ ।
ମୋହିତଂ ନାଭିଜାନାତି ମାମଭ୍ୟଃ ପରମବ୍ୟୟମ୍ ।।୧୩।।
ତ୍ରିଭିଃ -ତିନୋଟି; ଗୁଣ ମୟୈଃ - ମାୟିକ ଗୁଣ ଦ୍ୱାରା, ଭାବୈଃ -ଅବସ୍ଥା ଦ୍ୱାରା; ଏଭିଃ - ଏସବୁ; ସର୍ବଂ - ସମ୍ପୂର୍ଣ୍ଣ; ଇଦଂ -ଏହି; ଜଗତ୍ -ବ୍ରହ୍ମାଣ୍ଡ; ମୋହିତଂ - ମୋହିତ; ନ ଅଭିଜାନାତି - ଜାଣନ୍ତି ନାହିଁ; ମାଂ - ମୋତେ; ଏଭ୍ୟଃ - ଏମାନଙ୍କଠାରୁ; ପରଂ-ପରମ; ଅବ୍ୟୟମ୍ -ଅବ୍ୟୟ ।
BG 7.13: ମାୟାର ତିନିଗୁଣ ଦ୍ୱାରା ଭ୍ରମିତ ହୋଇ, ସଂସାରର ମନୁଷ୍ୟମାନେ, ଚିରନ୍ତନ ଓ ଅବିନଶ୍ୱର ତତ୍ତ୍ୱ ଭାବେ ମୋତେ ଜାଣିପାରନ୍ତି ନାହିଁ ।
ତ୍ରିଭିର୍ଗୁଣମୟୈର୍ଭାବୈରେଭିଃ ସର୍ବମିଦଂ ଜଗତ୍ ।
ମୋହିତଂ ନାଭିଜାନାତି ମାମଭ୍ୟଃ ପରମବ୍ୟୟମ୍ ।।୧୩।।
ମାୟାର ତିନିଗୁଣ ଦ୍ୱାରା ଭ୍ରମିତ ହୋଇ, ସଂସାରର ମନୁଷ୍ୟମାନେ, ଚିରନ୍ତନ ଓ ଅବିନଶ୍ୱର ତତ୍ତ୍ୱ ଭାବେ ମୋତେ ଜାଣିପାରନ୍ତି ନାହିଁ ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପୂର୍ବ ଶ୍ଲୋକ ଗୁଡିକ ଶୁଣି, ଅର୍ଜୁନ ଭାବି ପାରନ୍ତି, “ହେ ପ୍ରଭୁ! ଯଦି ଆପଣଙ୍କର ଏପରି ସବୁ ବିଭୂତି ରହିଛି, ତେବେ ସଂସାରର କୋଟି କୋଟି ମନୁଷ୍ୟ କାହିଁକି ଜାଣି ପାରୁନାହାନ୍ତି ଯେ, ଆପଣ, ଶ୍ରୀକୃଷ୍ଣ ସର୍ବ ନିୟନ୍ତା ଓ ସୃଷ୍ଟିର କାରଣ ଅଟନ୍ତି? ଏହାର ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ କହୁଛନ୍ତି ଯେ, ମନୁଷ୍ୟ ସତ୍ତ୍ୱ, ରଜ ଓ ତମ ତିନୋଟି ମାୟିକ ଗୁଣଦ୍ୱାରା ଭ୍ରମିତ ହୋଇଥାଏ । ଏହି ତିନି ଗୁଣ ତା’ର ଚେତନାକୁ ଆବୃତ୍ତ କରିଦିଏ ଏବଂ ଫଳତଃ, ସେମାନେ ଶାରୀରିକ ସୁଖର କ୍ଷଣସ୍ଥାୟୀ ପ୍ରଲୋଭନରେ ମୋହିତ ହୋଇଯାଆନ୍ତି ।
“ମାୟା” ଶବ୍ଦର ଅନ୍ୟ ଏକ ଅର୍ଥ ମୂଳ ଶବ୍ଦ ମା (ନାହିଁ) ଏବଂ ୟା (ଯାହାକି) ରୁ ଆସିଅଛି । ଏଣୁ ମାୟାର ଅର୍ଥ “ଯାହା ପ୍ରତୀୟମାନ ହେଉଛି, ତାହା ନୁହେଁ” ଅଟେ । ଭଗବାନଙ୍କର ଏକ ଶକ୍ତି ହୋଇଥିବା ଦୃଷ୍ଟିରୁ, ମାୟା ମଧ୍ୟ ତାଙ୍କ ସେବାରେ ନିଯୁକ୍ତ ଥାଏ । ତା’ର ସେବା ହେଉଛି, ଭଗବତ୍ ପ୍ରାପ୍ତିର ଯୋଗ୍ୟତା ହାସଲ କରି ନ ଥିବା ଜୀବମାନଙ୍କ ଠାରୁ ଭଗବାନଙ୍କ ବାସ୍ତବିକ ସ୍ୱରୂପକୁ ଆବୃତ୍ତ ରଖିବା । ଏତଦ୍ ବ୍ୟତିତ, ମାୟା ଭଗବାନଙ୍କ ପ୍ରତି ବିମୁଖ ଜୀବମାନଙ୍କୁ, ତିନି ଗୁଣରୁ ଉତ୍ପନ୍ନ ହେଉଥିବା ଭୌତିକ କଷ୍ଟ ଦ୍ୱାରା ପୀଡ଼ିତ କରିଥାଏ । ଏହାଦ୍ୱାରା ସେ ଜୀବର ହୃଦ୍ବୋଧ କରାଇବାକୁ ଚେଷ୍ଟା କରିଥାଏ ଯେ, ଭଗବାନଙ୍କର ସନ୍ମୁଖ ନ ହେବା ପର୍ଯ୍ୟନ୍ତ ସେମାନେ କଦାପି ସୁଖୀ ହୋଇପାରିବେ ନାହିଁ ।