Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 7, Verse 15

ନ ମାଂ ଦୁଷ୍କୃତିନୋ ମୂଢ଼ାଃ ପ୍ରପଦ୍ୟନ୍ତେ ନରାଧମାଃ ।
ମାୟୟାପହୃତଜ୍ଞାନା ଆସୁରଂ ଭାବମାଶ୍ରିତାଃ ।।୧୫।।

ନ - ନୁହେଁ; ମାଂ -ମୋତେ; ଦୁଷ୍କୃତିନଃ -ପାପାତ୍ମାମାନେ; ମୂଢ଼ାଃ - ମୂର୍ଖମାନେ; ପ୍ରପଦ୍ୟନ୍ତେ - ଶରଣରେ ଆସନ୍ତି; ନରାଧମାଃ -ଆଳସ୍ୟ ପରାୟଣ; ମାୟୟା -ମାୟାଶକ୍ତି ଦ୍ୱାରା; ଅପହୃତ -ଅପହୃତ; ଜ୍ଞାନାଃ -ଜ୍ଞାନ; ଆସୁରଂ -ଅସୁର; ଭାବଂ-ଭାବ; ଆଶ୍ରିତାଃ - ଯୁକ୍ତ ।

Translation

BG 7.15: ଚାରି ଶ୍ରେଣୀର ଲୋକ ମୋର ଶରଣାଗତ ହୁଅନ୍ତି ନାହିଁ - ଯେଉଁମାନେ ଅଜ୍ଞାନୀ, ଯେଉଁମାନେ ମୋତେ ଜାଣିବାର ସାମର୍ଥ୍ୟ ଥାଇ ସୁଦ୍ଧା ଆଳସ୍ୟ ପରାୟଣ ହୋଇ ନିଜର ନିମ୍ନ ପ୍ରକୃତି ଅନୁସାରେ ଆଚରଣ କରନ୍ତି, ଯାହାଙ୍କର ବୁଦ୍ଧି ଭ୍ରମିତ ହୋଇଥାଏ ଏବଂ ଯେଉଁମାନେ ଦାନବ ସ୍ୱଭାବର ହୋଇଥାନ୍ତି ।

Commentary

ଭଗବାନଙ୍କର ଶରଣାଗତ ହେଉ ନ ଥିବା ଚାରି ପ୍ରକାର ଲୋକଙ୍କ ବିଷୟରେ, ଶ୍ରୀକୃଷ୍ଣ ସୂଚନା ଦେଉଛନ୍ତି ।

୧. ଅଜ୍ଞାନୀ - ଆଧ୍ୟାତ୍ମିକ ଜ୍ଞାନ-ରହିତ ବ୍ୟକ୍ତି ଅଜ୍ଞାନୀ ଅଟନ୍ତି । ଶାଶ୍ୱତ ଆତ୍ମା-ରୂପୀ ନିଜର ବାସ୍ତବ ପରିଚୟ, ଭଗବତ୍ ପ୍ରାପ୍ତି-ରୂପୀ ନିଜ ଜୀବନର ବାସ୍ତବ ଲକ୍ଷ୍ୟ, ଏବଂ ସେହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ପ୍ରେମମୟୀ ଭକ୍ତି ଦ୍ୱାରା ଭଗବାନଙ୍କର ଶରଣାଗତି - ଏସବୁର ଜ୍ଞାନ ସେମାନଙ୍କର ନ ଥାଏ । ଏହି ଅଜ୍ଞାନତା ସେମାନଙ୍କୁ ଭଗବାନଙ୍କର ଶରଣାଗତ ହେବାକୁ ବାଧା ଦେଇଥାଏ ।

୨. ଯେଉଁମାନେ ଆଳସ୍ୟ ପରାୟଣ ହୋଇ ନିମ୍ନତର ପ୍ରବୃତ୍ତିର ଅନୁସରଣ କରନ୍ତି - ଏହି ଶ୍ରେଣୀର ବ୍ୟକ୍ତିମାନଙ୍କର ସାଧାରଣ ଆଧ୍ୟାତ୍ମିକ ଜ୍ଞାନ ଥାଏ ଏବଂ ସେମାନଙ୍କର କର୍ତ୍ତବ୍ୟ ବିଷୟରେ ସେମାନେ ଅବଗତ ଥାଆନ୍ତି । କିନ୍ତୁ ସେମାନଙ୍କ ନିମ୍ନ ପ୍ରକୃତିର ଜଡତା ଯୋଗୁଁ, ସେମାନେ ଶରଣାଗତି ପାଇଁ କୌଣସି ଉଦ୍ୟମ କରନ୍ତି ନାହିଁ । ଧାର୍ମିକ ନୀତି ଅନୁସାରେ କର୍ମ କରିବାରେ ଆଳସ୍ୟ ପ୍ରଦର୍ଶନ କରିବା, ଆଧ୍ୟାତ୍ମିକ ପଥର ଏକ ବିରାଟ ପ୍ରତିବନ୍ଧକ ଅଟେ । ସଂସ୍କୃତରେ ଗୋଟିଏ ଉକ୍ତି ଅଛି:

ଆଳସ୍ୟ ହୀ ମନୁଷ୍ୟାଣାଂ ଶରୀରସ୍ଥୋ ମହାନ୍ ରିପୁଃ ।
ନାସ୍ତ୍ୟୁଦ୍ୟମସମୋ ବନ୍ଧୁଃ କୃତ୍ୱା ଯଂ ନାବସୀଦତି । ।

୍ୱ “ମନୁଷ୍ୟ ଶରୀରର ସବୁଠାରୁ ବଡ ଶତ୍ରୁ ଆଳସ୍ୟ ହିଁ ଅଟେ । ଉଦ୍ୟମ ମନୁଷ୍ୟର ସବୁଠାରୁ ବଡ଼ ମିତ୍ର ଅଟେ, ଯାହା କେବେବି ତା’ର ପତନ କରାଏ ନାହିଁ ।”

୩. ଯେଉଁମାନଙ୍କର ବୁଦ୍ଧି ଭ୍ରମିତ - ଏପରି ବ୍ୟକ୍ତିମାନେ ନିଜର ବୁଦ୍ଧିକୁ ନେଇ ବହୁତ ଗର୍ବିତ । ଏମାନେ ସନ୍ଥ ବା ଶାସ୍ତ୍ରମାନଙ୍କର ଉପଦେଶ ଶୁଣି ତାହାକୁ ସହଜରେ ବିଶ୍ୱାସ କରି ପାରନ୍ତି ନାହିଁ । ସବୁ ଆଧ୍ୟାତ୍ମିକ ସତ୍ୟ ଅତିଶୀଘ୍ର ପ୍ରମାଣିତ ହୁଏ ନାହିଁ । ପ୍ରଥମେ ଆମକୁ ତାହା  ଉପରେ ବିଶ୍ୱାସ କରି ସାଧନା ଆରମ୍ଭ କରିବାକୁ ପଡିବ, ତେବେ ଯାଇଁ ଅନୁଭୂତି ଦ୍ୱାରା ସେହି ଜ୍ଞାନ ବୋଧଗମ୍ୟ ହେବ । ଯେଉଁମାନେ ବର୍ତ୍ତମାନ ସମୟରେ ପ୍ରମାଣିତ ହୋଇପାରୁ ନ ଥିବା ବିଷୟରେ ବିଶ୍ୱାସ କରନ୍ତି ନାହିଁ, ସେମାନେ ଇନ୍ଦ୍ରିୟାନୁଭୂତିର ଊର୍ଦ୍ଧ୍ୱରେ ଥିବା ଈଶ୍ୱରଙ୍କର ଶରଣାଗତ ହୁଅନ୍ତି ନାହିଁ । ଶ୍ରୀକୃଷ୍ଣ ଏମାନଙ୍କୁ ତୃତୀୟ ଶ୍ରେଣୀର ଅନ୍ତର୍ଭୁକ୍ତ କରିଛନ୍ତି ।

୪. ଯେଉଁମାନେ ଦାନବ ପ୍ରକୃତି ଯୁକ୍ତ - ଏହି ବ୍ୟକ୍ତିମାନେ ଜାଣିଥାନ୍ତି ଯେ ଜଣେ ଭଗବାନ ଅଛନ୍ତି, କିନ୍ତୁ ସେମାନେ ସଂସାରରେ ଈଶ୍ୱରଙ୍କର ଉଦ୍ଦେଶ୍ୟକୁ ବ୍ୟର୍ଥ କରିବାକୁ ସମ୍ପୂର୍ଣ୍ଣ ବିପରୀତ ଦିଗରେ କାର୍ଯ୍ୟ କରିଥାନ୍ତି । ଈଶ୍ୱରଙ୍କର ଗୁଣ କୀର୍ତ୍ତନ କରୁଥିବା କିମ୍ବା ତାଙ୍କର ଭକ୍ତି କରୁଥିବା କୌଣସି ବ୍ୟକ୍ତିଙ୍କୁ ସେମାନେ ସହ୍ୟ କରିପାରନ୍ତି ନାହିଁ । ତେଣୁ ଜାଣିବା କଥା ଯେ ସେମାନେ ଭଗବାନଙ୍କର ଶରଣାଗତି କରନ୍ତି ନାହିଁ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
7. ଜ୍ଞାନ ବିଜ୍ଞାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!