ତେଷାଂ ଜ୍ଞାନୀ ନିତ୍ୟଯୁକ୍ତ ଏକଭକ୍ତିର୍ବିଶିଷ୍ୟତେ ।
ପ୍ରିୟୋ ହି ଜ୍ଞାନିନୋଽତ୍ୟର୍ଥମହଂ ସ ଚ ମମ ପ୍ରିୟଃ ।।୧୭।।
ତେଷାଂ -ସେମାନଙ୍କ ମଧ୍ୟରୁ; ଜ୍ଞାନୀ - ଯିଏ ପୂର୍ଣ୍ଣଜ୍ଞାନ ପ୍ରାପ୍ତ ହୋଇଛି; ନିତ୍ୟ ଯୁକ୍ତଃ -ସର୍ବଦା ମୋଠାରେ ଯୁକ୍ତ; ଏକ - ଅନନ୍ୟ ଭାବରେ; ଭକ୍ତିଃ- ଭକ୍ତି; ବିଶିଷ୍ୟତେ - ପ୍ରଧାନ ଅଟେ; ପ୍ରିୟଃ - ଅତ୍ୟନ୍ତ ପ୍ରିୟ; ହି - ନିଶ୍ଚିତଭାବେ; ଜ୍ଞାନିନଃ - ଜ୍ଞାନୀମାନଙ୍କର; ଅତ୍ୟର୍ଥଂ - ଅତ୍ୟନ୍ତ; ଅହଂ-ମୁଁ; ସଃ -ସେ; ଚ - ଏବଂ; ମମ- ମୋର; ପ୍ରିୟଃ -ପ୍ରିୟ ।
BG 7.17: ଏମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ, ନିରନ୍ତର ଓ ଅନନ୍ୟ ଭାବରେ ମୋର ଭକ୍ତି କରନ୍ତି, ମୁଁ ତାଙ୍କୁ ସର୍ବଶ୍ରେଷ୍ଠ ବିଚାର କରିଥାଏ । ମୁଁ ତାଙ୍କର ଅତିପ୍ରିୟ ଏବଂ ସେମାନେ ମଧ୍ୟ ମୋର ଅତିପ୍ରିୟ ଅଟନ୍ତି ।
ତେଷାଂ ଜ୍ଞାନୀ ନିତ୍ୟଯୁକ୍ତ ଏକଭକ୍ତିର୍ବିଶିଷ୍ୟତେ ।
ପ୍ରିୟୋ ହି ଜ୍ଞାନିନୋଽତ୍ୟର୍ଥମହଂ ସ ଚ ମମ ପ୍ରିୟଃ ।।୧୭।।
ଏମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ, ନିରନ୍ତର ଓ ଅନନ୍ୟ ଭାବରେ ମୋର ଭକ୍ତି କରନ୍ତି, ମୁଁ ତାଙ୍କୁ ସର୍ବଶ୍ରେଷ୍ଠ ବିଚାର କରିଥାଏ । ମୁଁ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଯେଉଁମାନେ ଦୁଃଖରେ ସଂତପ୍ତ ହୋଇ, ସାଂସାରିକ ବସ୍ତୁ ପାଇଁ କିମ୍ବା ଉତ୍ସୁକତା ବଶତଃ ଭଗବାନଙ୍କର ଶରଣାଗତ ହୋଇଥାନ୍ତି, ସେମାନେ ସେ ପର୍ଯ୍ୟନ୍ତ ନିଷ୍କାମ ଭକ୍ତି କରି ନ ଥାନ୍ତି । କ୍ରମଶଃ, ଭକ୍ତି ଆଚରଣ ଦ୍ୱାରା, ତାଙ୍କର ଅନ୍ତଃକରଣ ଶୁଦ୍ଧ ହୁଏ ଏବଂ ଭଗବାନଙ୍କ ସହିତ ତାଙ୍କର ନିତ୍ୟ ସମ୍ପର୍କ ବିଷୟରେ ଜ୍ଞାନ ବୃଦ୍ଧି ଲାଭ କରେ । ତାପରେ ଭଗବାନଙ୍କ ପ୍ରତି ତାଙ୍କର ଭକ୍ତି ଏକାଗ୍ର, ଅନନ୍ୟ ଏବଂ ଅବିରଳ ହୋଇଯାଏ । ଯେହେତୁ ସେମାନଙ୍କର ଏହି ଜ୍ଞାନ ହୋଇ ଯାଇଥାଏ ଯେ ସଂସାର ତାଙ୍କର ନୁହେଁ ଏବଂ ସୁଖର ସ୍ରୋତ ମଧ୍ୟ ନୁହେଁ, ସେମାନେ ଅନୁକୁଳ ପରିସ୍ଥିତି ପାଇଁ ଲାଳାୟିତ ହୁଅନ୍ତି ନାହିଁ କିମ୍ବା ପ୍ରତିକୂଳ ପରିସ୍ଥିତିରେ ପଶ୍ଚାତାପ କରନ୍ତି ନାହିଁ । ଏହିପରି ଭାବରେ ସେମାନେ ନିଷ୍କାମ ଭକ୍ତିରେ ସ୍ଥିତ ହୋଇଯାଆନ୍ତି । ଆତ୍ମ ସମର୍ପଣର ଭାବ ନେଇ ସେମାନେ ତାଙ୍କର ଦିବ୍ୟ ପ୍ରିୟତମଙ୍କ ପ୍ରତି ପ୍ରେମର ଅଗ୍ନିରେ ନିଜକୁ ଅର୍ଘ୍ୟରୂପରେ ଅର୍ପଣ କରନ୍ତି । ସେଥିପାଇଁ ଶ୍ରୀକୃଷ୍ଣ କହୁଛନ୍ତି ଯେ ଜ୍ଞାନରେ ସ୍ଥିତ ଏପରି ଭକ୍ତମାନେ ତାଙ୍କର ଅତିପ୍ରିୟ ଅଟନ୍ତି ।