Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 7, Verse 18

ଉଦାରାଃ ସର୍ବ ଏବୈତେ ଜ୍ଞାନୀ ତ୍ୱାତ୍ମୈବ ମେ ମତମ୍ ।
ଆସ୍ଥିତଃ ସ ହି ଯୁକ୍ତାତ୍ମା ମାମେବାନୁତ୍ତମାଂ ଗତିମ୍ ।।୧୮।।

ଉଦାରାଃ - ଉଦାର ପ୍ରକୃତିର; ସର୍ବେ -ସମସ୍ତେ; ଏବ- ନିଶ୍ଚିତଭାବେ; ଏତେ-ଏମାନେ; ଜ୍ଞାନୀ - ଜ୍ଞାନରେ ସ୍ଥିତ; ତୁ-କିନ୍ତୁ; ଆତ୍ମାଏବ- ମୋ ପରି; ମେ- ମୋର; ମତମ୍ - ଅଭିମତ; ଆସ୍ଥିତଃ - ଅବସ୍ଥିତ; ସ - ସେ; ହି - ନିଶ୍ଚିତଭାବେ; ଯୁକ୍ତ-ଆତ୍ମା - ମୋ ସହିତ ସଂଯୁକ୍ତ; ମାଂ - ମୋ ପ୍ରତି; ଏବ- ନିଶ୍ଚିତଭାବେ; ଅନୁତ୍ତମାଂ - ପରମ; ଗତିମ୍ - ଗତି ।

Translation

BG 7.18: ବାସ୍ତବରେ ମୋର ଭକ୍ତି କରୁଥିବା ସମସ୍ତ ବ୍ୟକ୍ତି ମହାନ୍ ଅଟନ୍ତି । କିନ୍ତୁ, ଯେଉଁମାନେ ଜ୍ଞାନରେ ସ୍ଥିତ, ଏକାଗ୍ର ଚିତ୍ତ, ଯାହାର ବୁଦ୍ଧି ମୋ ପ୍ରତି ସମର୍ପିତ ଏବଂ ଯେଉଁମାନେ ମୋତେ ହିଁ ନିଜର ଚରମ ଲକ୍ଷ୍ୟ ଭାବେ ଗ୍ରହଣ କରିଥାଆନ୍ତି, ମୁଁ ସେମାନଙ୍କୁ ନିଜ ସଦୃଶ ମନେ କରେ ।

Commentary

ଶ୍ଲୋକ ୭.୧୭ରେ ଜ୍ଞାନୀ ଭକ୍ତମାନଙ୍କୁ ସର୍ବଶ୍ରେଷ୍ଠ ଘୋଷିତ କରିବା ପରେ, ଶ୍ରୀକୃଷ୍ଣ ସ୍ପଷ୍ଟ କରିଦେଉଛନ୍ତି ଯେ ଅନ୍ୟ ତିନି ପ୍ରକାର ଭକ୍ତ ମାନେ ମଧ୍ୟ ଭାଗ୍ୟଶାଳୀ ଅଟନ୍ତି । ଯେ କୌଣସି କାରଣରୁ ବ୍ୟକ୍ତି ଭକ୍ତି କରୁ, ସେ ନିଶ୍ଚିତ ଭାବରେ ସୌଭାଗ୍ୟଶାଳୀ ଅଟେ । ତଥାପି, ଜ୍ଞାନରେ ସ୍ଥିତ ଭକ୍ତମାନେ ଯେହେତୁ କୌଣସି ଭୌତିକ କାରଣରୁ ଭଗବାନଙ୍କର ଭକ୍ତି କରନ୍ତି ନାହିଁ, ସେପରି ଭକ୍ତଙ୍କର ନିଷ୍କାମ ଏବଂ ନିଃସ୍ୱାର୍ଥ ପ୍ରେମରେ ଭଗବାନ ବାନ୍ଧି ହୋଇଯାଆନ୍ତି ।

ପରାଭକ୍ତି ବା ଦିବ୍ୟପ୍ରେମ, ସାଂସାରିକ ପ୍ରେମଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଦିବ୍ୟ ପ୍ରେମ, ଦିବ୍ୟ ପ୍ରିୟତମଙ୍କ ସୁଖର କାମନାରେ ଅନୁପ୍ରାଣିତ ହୋଇଥାଏ; ସାଂସାରିକ ପ୍ରେମ, ନିଜ ସୁଖ ପାଇଁ ଉଦ୍ଦିଷ୍ଟ ହୋଇଥାଏ । ଦିବ୍ୟପ୍ରେମ, ଦେବା ଭାବନା ଏବଂ ପ୍ରିୟତମଙ୍କ ସେବାରେ ତ୍ୟାଗ କରିବାର ଇଚ୍ଛା ଦ୍ୱାରା ଅନୁପ୍ରାଣୀତ ହୋଇଥାଏ; ସାଂସାରିକ ପ୍ରେମରେ ପାଇବାର ଇଚ୍ଛା ରହିଥାଏ ଏବଂ ପ୍ରିୟତମଙ୍କ ଠାରୁ କିଛି ପ୍ରାପ୍ତ କରିବା ଏହାର ଅନ୍ତିମ ଲକ୍ଷ୍ୟ ଅଟେ । ଚୈତନ୍ୟ ମହାପ୍ରଭୁ ବର୍ଣ୍ଣନା କରିଛନ୍ତି:

କାମେର ତାତ୍ପର୍ଯ୍ୟ ନିଜ-ସମ୍ଭୋଗ କେବଳ,
କୃଷ୍ଣ-ସୁଖ-ତାତ୍ପର୍ଯ୍ୟ-ମାତ୍ର ପ୍ରେମ ତା’ ପ୍ରବଳ ।
ଅତଏବ କାମ-ପ୍ରେମେ ବହୁତ ଅନ୍ତର,
କାମ ଅନ୍ଧ-ତମଃ, ପ୍ରେମ ନିର୍ମଲ ଭାସ୍କର । । (ଚୈତନ୍ୟ ଚରିତାମୃତ, ଆଦିଲୀଳା, ୪.୧୬୬ ଏବଂ୧୭୧)

“କାମନା (ସାଂସାରିକ ପ୍ରେମ) ନିଜ ସୁଖ ପାଇଁ ଉଦ୍ଦିଷ୍ଟ, ଦିବ୍ୟପ୍ରେମ ଶ୍ରୀକୃଷ୍ଣଙ୍କ ସୁଖର ଇଚ୍ଛାରେ ପ୍ରତିପାଳିତ । ଏହି ଦୁଇଟି ମଧ୍ୟରେ ବହୁତ ଅଧିକ ପାର୍ଥକ୍ୟ ରହିଛି- କାମନା ଅନ୍ଧକାର ଓ ଅଜ୍ଞାନ ପରି ଅଟେ, ଯେତେବେଳେ କି ଦିବ୍ୟ ପ୍ରେମ ଶୁଦ୍ଧ ଓ ଉଜ୍ଜ୍ୱଳ ଅଟେ ।” ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଅତି ସୁନ୍ଦର ଭାବରେ ଏହାର ଚିତ୍ରଣ କରିଛନ୍ତି:

ବ୍ରହ୍ମଲୋକ ପର୍ଯ୍ୟନ୍ତ ସୁଖ, ଅରୁ ମୁକ୍ତିହୁଁ ସୁଖ ତ୍ୟାଗ ।
ତବୈ ଧରହୁଁ ପଗ ପ୍ରେମ ପଥ, ନହିଁ ଲଗି ଜୈହେଁ ଦାଗ ।ା (ଭକ୍ତିଶତକ, ପଦ ୪୫)

“ତୁମେ ଯଦି ଭକ୍ତିର ମାର୍ଗରେ ଚାଲିବାକୁ ଇଚ୍ଛା କରୁଥାଅ, ତେବେ ଉଭୟ ଭୌତିକ ସୁଖ ଏବଂ ମୁକ୍ତି କାମନାକୁ ତ୍ୟାଗ କର । ଅନ୍ୟଥା ଦିବ୍ୟ ପ୍ରେମର ନିର୍ମଳ ଜଳ, ସ୍ୱାର୍ଥପରତାର ମିଶ୍ରଣରେ, ଦୂଷିତ ହୋଇଯିବ ।” ଦେବର୍ଷି ନାରଦ ବିଶୁଦ୍ଧ ଭକ୍ତିର ବର୍ଣ୍ଣନା ଏହିପରି କରିଛନ୍ତି:

ତତ୍ ସୁଖ ସୁôଖିତ୍ୱମ୍ (ନାରଦ ଭକ୍ତି ଦର୍ଶନ, ସୂତ୍ର ୨୪)

“ବିଶୁଦ୍ଧ ପ୍ରେମ ପ୍ରିୟତମଙ୍କର ସୁଖ ନିମନ୍ତେ ଉଦ୍ଦିଷ୍ଟ ।” ଭୌତିକ ମନୋଭାବ ଦ୍ୱାରା ପ୍ରେରିତ ଭକ୍ତମାନେ ଏପରି ପ୍ରେମ କରିପାରିବେ ନାହିଁ, କିନ୍ତୁ ଯେଉଁ ଭକ୍ତମାନେ ଜ୍ଞାନରେ ସ୍ଥିତ, ସେମାନେ ନିଷ୍କାମତାର ଏହି ସ୍ତରକୁ ଉନ୍ନୀତ ହୋଇପାରନ୍ତି । ଯେଉଁ ଭକ୍ତ ଭଗବାନଙ୍କର ଏପରି ନିଷ୍କାମ ଭକ୍ତି କରିଥାଆନ୍ତି, ଭଗବାନ ସେହି ଭକ୍ତଙ୍କର କ୍ରୀତଦାସ ହୋଇଯାନ୍ତି । ଭଗବାନଙ୍କର ସର୍ବଶ୍ରେଷ୍ଠ ଗୁଣ ଭକ୍ତ ବତ୍ସଳତା (ଭକ୍ତମାନଙ୍କ ପ୍ରତି ତାଙ୍କର ପ୍ରେମ) ଅଟେ । ପୁରାଣ କହେ:

ଗୀତ୍ୱା ଚ ମମ ନାମାନି ବିଚରେନ୍‌ମମ ସନ୍ନିଧୌ ।
ଇତି ବ୍ରବୀମି ତେ ସତ୍ୟଂ କୃତୋହଂ ତସ୍ୟ ଚାର୍ଜୁନ । । (ଆଦି ପୁରାଣ ୧.୨.୨୩୧)

ଶ୍ରୀକୃଷ୍ଣ କହୁଛନ୍ତି: “ମୁଁ, ମୋର ସେହି ଭକ୍ତମାନଙ୍କର, କ୍ରୀତଦାସ ହୋଇଯାଏ, ଯିଏ ମୋର ନାମ ଜପ କରନ୍ତି ଏବଂ ସ୍ମରଣ ଦ୍ୱାରା ସର୍ବଦା ମୋତେ ନିଜ ସହିତ ରଖନ୍ତି । ହେ ଅର୍ଜୁନ, ଏହା ସତ୍ୟ ଅଟେ ।” ଭଗବାନ ତାଙ୍କର ନିଷ୍କାମ ଭକ୍ତ ମାନଙ୍କ ପ୍ରତି ନିଜକୁ ଏତେ ଋଣୀ ଅନୁଭବ କରନ୍ତି ଯେ ଏହି ଶ୍ଳୋକରେ ସେ ଏପରି କହୁଛନ୍ତି ସେମାନଙ୍କୁ ସେ ନିଜ ସଦୃଶ ମନେ କରନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
7. ଜ୍ଞାନ ବିଜ୍ଞାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!