Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 7, Verse 21

ଯୋ ଯୋ ଯାଂ ଯାଂ ତନୁଂ ଭକ୍ତଃ ଶ୍ରଦ୍ଧୟାର୍ଚିତୁମିଚ୍ଛତି ।
ତସ୍ୟ ତସ୍ୟାଚଳାଂ ଶ୍ରଦ୍ଧାଂ ତାମେବ ବିଦଧାମ୍ୟହମ୍ ।।୨୧।।

ଯଃ ଯଃ - ଯିଏ ଯିଏ; ଯାଂ ଯାଂ- ଯାହାକୁ ଯାହାକୁ; ତନୁଂ - ରୂପ, ଭକ୍ତଃ - ଭକ୍ତ; ଶ୍ରଦ୍ଧୟା - ଶ୍ରଦ୍ଧା ଓ ବିଶ୍ୱାସର ସହିତ; ଅର୍ଚିତୁଂ - ପୂଜା କରିବାକୁ; ଇଚ୍ଛତି - ଇଚ୍ଛାକରେ; ତସ୍ୟ ତସ୍ୟ - ତାଙ୍କୁ ସେହି ପ୍ରକାର; ଅଚଳାଂ - ସ୍ଥିର; ଶ୍ରଦ୍ଧାଂ - ବିଶ୍ୱାସ; ତାଂ- ତାଙ୍କୁ; ଏବ - ନିଶ୍ଚିତରୂପେ; ବିଦଧାମି - ଦିଏ; ଅହଂ -ମୁଁ ।

Translation

BG 7.21: ଜଣେ ଭକ୍ତ, ବିଶ୍ୱାସର ସହିତ ଯେଉଁ ଦେବତାଙ୍କର ଭକ୍ତି କରିବାକୁ ଇଚ୍ଛା କରିଥାଆନ୍ତି, ମୁଁ ସେହି ଭକ୍ତଙ୍କର ବିଶ୍ୱାସ ସେହି ଦେବତାଙ୍କଠାରେ ସୁଦୃଢ଼ କରିଥାଏ ।

Commentary

ପରମେଶ୍ୱରଙ୍କର ଉପାସନାରେ ବିଶ୍ୱାସ ସର୍ବାଧିକ ଲାଭଦାୟକ ବିଶ୍ୱାସ ଅଟେ, ଯାହା ବାସ୍ତବ ଜ୍ଞାନ ଦ୍ୱାରା ଜାତ ହୋଇଥାଏ । କିନ୍ତୁ ସଂସାରରେ ସର୍ବତ୍ର ଆମେ ସ୍ୱର୍ଗର ଦେବତା ମାନଙ୍କର ଅସଂଖ୍ୟ ଭକ୍ତ ଦେଖିବାକୁ ପାଇବା, ଯେଉଁମାନେ ଅବିଚଳ ଶ୍ରଦ୍ଧାର ସହିତ ସେମାନଙ୍କର ଭକ୍ତି କରନ୍ତି । ଆମେ ଆଶ୍ଚର୍ଯ୍ୟ ହୋଇପାରେ ଯେ ଏପରି ନିମ୍ନ ଶ୍ରେଣୀର ପୂଜା ପ୍ରତି ଲୋକମାନଙ୍କର ଏତେ ଉଚ୍ଚ କୋଟୀର ଶ୍ରଦ୍ଧା ଜାତ ହୁଏ କିପରି ।

ଶ୍ରୀକୃଷ୍ଣ ଏହି ଶ୍ଲୋକରେ ତା’ର ଉତ୍ତର ଦେଇଛନ୍ତି । ସେ କହୁଛନ୍ତି ଯେ ସ୍ୱର୍ଗର ଦେବତାଙ୍କ ପ୍ରତି ବିଶ୍ୱାସ ମଧ୍ୟ ସେ ହିଁ ଉତ୍ପନ୍ନ କରନ୍ତି । ସେ ଯେତେବେଳେ ଦେଖନ୍ତି, ଲୋକମାନେ ସେମାନଙ୍କ ଭୌତିକ କାମନା ପୂରଣ କରିବା ପାଇଁ ସ୍ୱର୍ଗର ଦେବତାଙ୍କୁ ପୂଜା କରୁଛନ୍ତି, ସେ ତାଙ୍କ ବିଶ୍ୱାସକୁ ସେହି ଭକ୍ତିରେ ସ୍ଥିର କରିବାରେ ସାହାଯ୍ୟ କରନ୍ତି । ତାଙ୍କ ଭକ୍ତମାନଙ୍କ ଠାରେ ତାଙ୍କ ପ୍ରତି ଭକ୍ତି ଉତ୍ପନ୍ନ କରାଇବା ପାଇଁ ଦେବତାମାନଙ୍କର ନିଜସ୍ୱ ଶକ୍ତି ନ ଥାଏ । ସେହି ଭକ୍ତି ସେମାନଙ୍କ ହୃଦୟରେ ନିବାସ କରିଥିବା ପରମାତ୍ମା ଉତ୍ପନ୍ନ କରାଇଥାନ୍ତି । ଶ୍ଲୋକ ୧୫.୧୫ ରେ ଶ୍ରୀକୃଷ୍ଣ କହିଛନ୍ତି, “ମୁଁ ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରେ ଏବଂ ମୋଠାରୁ ହିଁ ଜୀବକୁ ସ୍ମୃତି, ଜ୍ଞାନ ଓ ମେଧା ପ୍ରାପ୍ତ ହୋଇଥାଏ ।

ଜଣେ ପଚାରି ପାରନ୍ତି, ଭଗବାନ କାହିଁକି ସ୍ୱର୍ଗର ଦେବତାମାନଙ୍କ ପ୍ରତି ଶ୍ରଦ୍ଧା ଉତ୍ପନ୍ନ କରାଇଥାନ୍ତି, ଯେତେବେଳେ କି ସେହି ଶ୍ରଦ୍ଧାର ପାତ୍ର  ଅନୁପଯୁକ୍ତ ଅଟନ୍ତି । ଏହା ସେହିପରି ଅଟେ, ଯେପରି ମାତା ପିତା ନିଜ ସନ୍ତାନକୁ ଗୋଟିଏ କଣ୍ଢେଇ ଦେଇ, ତାହାକୁ ବାସ୍ତବିକ ପିଲାଟିଏ ପରି ସ୍ନେହ କରିବାକୁ ଅନୁମତି ପ୍ରଦାନ କରିଥାନ୍ତି । ପିତାମାତା ଜାଣନ୍ତି ଯେ, ତାଙ୍କ ସନ୍ତାନର ଖେଳନାଟି ପ୍ରତି ସ୍ନେହ ତା’ର ଅଜ୍ଞାନତା ଅଟେ, ତଥାପି ସେମାନେ ତାକୁ ଖେଳଣାଟିକୁ ଭଲ ପାଇବାକୁ ଏବଂ ତା’ ସହିତ ଖେଳିବାକୁ ଉତ୍ସାହିତ କରିଥାନ୍ତି । ତାର କାରଣ ଏହା ଯେ, ପିତାମାତା ଜାଣନ୍ତି, ତଦ୍ୱାରା ତା ହୃଦୟରେ, ଶ୍ରଦ୍ଧା, ସ୍ନେହ ଓ ଯତ୍ନଶୀଳତା ଇତ୍ୟାଦି ଗୁଣ ବିକଶିତ ହେବ । ସେହିପରି ଭୌତିକ ଲାଭ ପାଇଁ ବ୍ୟକ୍ତି ସ୍ୱର୍ଗର ଦେବତାମାନଙ୍କୁ ପୂଜା କଲେ, ଭଗବାନ ତାଙ୍କର ଶ୍ରଦ୍ଧାକୁ ବଢ଼ାଇଥାନ୍ତି ଏହି ଉଦ୍ଦେଶ୍ୟରେ ଯେ ସେହି ଅଭିଜ୍ଞତା ଜୀବକୁ ଉନ୍ନତି କରିବାରେ ସାହାଯ୍ୟ କରିବ । ତାପରେ, ଦିନେ ଜୀବ ଭଗବାନଙ୍କୁ ଚରମ ଲକ୍ଷ୍ୟ ବୁଝିପାରି, ତାଙ୍କର ଶରଣାଗତ ହୋଇଯିବ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
7. ଜ୍ଞାନ ବିଜ୍ଞାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!