ଅନ୍ତବତ୍ତୁ ଫଳଂ ତେଷାଂ ତଦ୍ଭବତ୍ୟଳ୍ପମେଧସାମ୍ ।
ଦେବାନ୍ଦେବୟଜୋ ଯାନ୍ତି ମଦ୍ଭକ୍ତା ଯାନ୍ତି ମାମପି ।।୨୩।।
ଅନ୍ତବତ୍ - ସୀମିତ ଏବଂ ଅସ୍ଥାୟୀ;ତୁ - କିନ୍ତୁ; ଫଳଂ -ଫଳ; ତେଷାଂ - ସେମାନଙ୍କର; ତତ୍- ତାହା; ଭବତି - ହୁଏ; ଅଳ୍ପମେଧସାମ୍ - ଯେଉଁମାନେ ଅଳ୍ପବୁଦ୍ଧିସମ୍ପନ୍ନ; ଦେବାନ୍-ଦେବଲୋକକୁ; ଦେବ ଯଜଃ - ଦେବତାମାନଙ୍କର ଉପାସକ; ଯାନ୍ତି -ପ୍ରାପ୍ତ ହୁଅନ୍ତି; ମତ୍-ମୋର; ଭକ୍ତାଃ-ଭକ୍ତଗଣ; ଯାନ୍ତି -ପ୍ରାପ୍ତ ହୁଅନ୍ତି; ମାମ୍- ମୋତେ; ଅପି-ନିଶ୍ଚିତଭାବେ ।
BG 7.23: କିନ୍ତୁ ଏହି ଅଳ୍ପଜ୍ଞ ମାନେ ଯେଉଁ ଫଳ ପ୍ରାପ୍ତ କରିଥାଆନ୍ତି, ତାହା ନଶ୍ୱର ଅଟେ । ସ୍ୱର୍ଗର ଦେବତାମାନଙ୍କୁ ପୂଜା କରୁଥିବା ବ୍ୟକ୍ତି, ସ୍ୱର୍ଗପ୍ରାପ୍ତି କରନ୍ତି, ଏବଂ ମୋର ଭକ୍ତମାନେ ମୋ ପାଖକୁ ଆସନ୍ତି ।
ଅନ୍ତବତ୍ତୁ ଫଳଂ ତେଷାଂ ତଦ୍ଭବତ୍ୟଳ୍ପମେଧସାମ୍ ।
ଦେବାନ୍ଦେବୟଜୋ ଯାନ୍ତି ମଦ୍ଭକ୍ତା ଯାନ୍ତି ମାମପି ।।୨୩।।
କିନ୍ତୁ ଏହି ଅଳ୍ପଜ୍ଞ ମାନେ ଯେଉଁ ଫଳ ପ୍ରାପ୍ତ କରିଥାଆନ୍ତି, ତାହା ନଶ୍ୱର ଅଟେ । ସ୍ୱର୍ଗର ଦେବତାମାନଙ୍କୁ ପୂଜା କରୁଥିବା ବ୍ୟକ୍ତି, ସ୍ୱର୍ଗପ୍ରାପ୍ତି କରନ୍ତି, ଏବଂ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଜଣେ ଛାତ୍ର ପାଇଁ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରିବାର ଆବଶ୍ୟକତା ରହିଥିଲେ ମଧ୍ୟ, ଏହା ଆଶା କରାଯାଇ ଥାଏ ଯେ, ଦିନେ ସେ ସେଠାରୁ ଉତ୍ତୀର୍ଣ୍ଣ ହୋଇ ଆଗକୁ ଯିବ । ଯଦି ସେ ସେଠାରେ ଆବଶ୍ୟକତା ଠାରୁ ଅଧିକ ସମୟ ରହିବାକୁ ଇଚ୍ଛାକରେ, ତା’ର ଶିକ୍ଷକ ତାକୁ ସେହି ଦିଗରେ ଉତ୍ସାହିତ ନ କରି ତାକୁ ଜୀବନରେ ଅଗ୍ରସର ହେବାକୁ ପ୍ରେରିତ କରିଥାଆନ୍ତି । ସେହିପରି ସ୍ୱର୍ଗର ଦେବତାମାନଙ୍କର ପୂଜା କରିବାକୁ ଇଚ୍ଛୁକ ନୂତନ ଭକ୍ତମାନଙ୍କର ଶ୍ରଦ୍ଧାକୁ ଶ୍ରୀକୃଷ୍ଣ ସେହି ଦେବତାଙ୍କ ଠାରେ ସ୍ଥିର କରାଇଦିଅନ୍ତି, ଯେପରି ଶ୍ଲୋକ ୭.୨୧ରେ ବର୍ଣ୍ଣନା କରାଯାଇଛି । କିନ୍ତୁ ଭଗବତ୍ ଗୀତା ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ଏବଂ ସେଥିପାଇଁ ସେ ଅର୍ଜୁନଙ୍କୁ ଆଧ୍ୟାତ୍ମିକ ତତ୍ତ୍ୱ ବୁଝିବାକୁ କହୁଛନ୍ତି: “ଜଣେ ଉପାସକ ତାଙ୍କର ଉପାସ୍ୟଙ୍କୁ ପ୍ରାପ୍ତ କରନ୍ତି । ଯେଉଁମାନେ ଦେବତାଙ୍କର ପୂଜା କରନ୍ତି, ମୃତ୍ୟୁପରେ ସେମାନେ ଦେବଲୋକକୁ ଯାଆନ୍ତି । ଯେଉଁମାନେ ମୋତେ ପୂଜା କରନ୍ତି, ସେମାନେ ମୋ ପାଖକୁ ଆସନ୍ତି ।” ଯେହେତୁ ଦେବତାମାନେ ନଶ୍ୱର ଅଟନ୍ତି, ତାଙ୍କ ପୂଜାର ଫଳ ମଧ୍ୟ ନଶ୍ୱର ଅଟେ । କିନ୍ତୁ ଭଗବାନ ଅବିନଶ୍ୱର, ତେଣୁ ତାଙ୍କ ଉପାସନାର ଫଳ ମଧ୍ୟ ଅବିନଶ୍ୱର ଅଟେ । ଭଗବାନଙ୍କର ଭକ୍ତମାନେ ତାଙ୍କର ନିତ୍ୟ ସେବା ଏବଂ ନିତ୍ୟ ଧାମ ପ୍ରାପ୍ତ କରନ୍ତି ।