Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 7, Verse 24

ଅବ୍ୟକ୍ତଂ ବ୍ୟକ୍ତିମାପନ୍ନଂ ମନ୍ୟନ୍ତେ ମାମବୁଦ୍ଧୟଃ ।
ପରଂ ଭାବମଜାନନ୍ତୋ ମମାବ୍ୟୟମନୁତ୍ତମମ୍ ।।୨୪।।

ଅବ୍ୟକ୍ତଂ - ନିରାକାର; ବ୍ୟକ୍ତିଂ - ବ୍ୟକ୍ତିତ୍ୱ; ଆପନ୍ନଂ - ପ୍ରାପ୍ତ କରି; ମନ୍ୟନ୍ତେ -ମନେ କରନ୍ତି; ମାମ୍ - ମୋତେ; ଅବୁଦ୍ଧୟଃ - ଅଳ୍ପଜ୍ଞ; ପରଂ -ପରମ; ଭାବଂ- ଭାବ; ଅଜାନନ୍ତଃ - ନ ଜାଣି; ମମ- ମୋର; ଅବ୍ୟୟଂ - ଅବ୍ୟୟ; ଅନୁତ୍ତମମ୍ - ଅତି ଉତ୍ତମ ।

Translation

BG 7.24: ସ୍ୱଳ୍ପବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ଏପରି ଭାବିଥାନ୍ତି ଯେ ମୁଁ, ପରଂବ୍ରହ୍ମ ଶ୍ରୀକୃଷ୍ଣ, ପୂର୍ବରୁ ନିରାକାର ଥିଲି, ଏବଂ ବର୍ତ୍ତମାନ ଏହି ସାକାର ସ୍ୱରୂପ ଧାରଣ କରିଛି । ମୋ ସାକାର ସ୍ୱରୂପର “ଅବିନଶ୍ୱର ଓ ଅତ୍ୟୁତ୍ତମ” ଗୁଣ ବିଷୟରେ ସେମାନେ ଜାଣନ୍ତି ନାହିଁ ।

Commentary

କେତେଜଣ ବ୍ୟକ୍ତି ଦୃଢ଼ତାର ସହ ଦାବି କରନ୍ତି ଯେ ଭଗବାନ କେବଳ ନିରାକାର ଅଟନ୍ତି । ପୁଣି ଅନ୍ୟ କେତେ ଜଣ ସେତିକି ଦୃଢ଼ତାର ସହ ବ୍ରହ୍ମ କେବଳ ସାକାର ବୋଲି କହିଥାନ୍ତି । ଉଭୟ ମନ୍ତବ୍ୟ ସୀମିତ ଓ ଅସମ୍ପୂର୍ଣ୍ଣ ଅଟେ । ଭଗବାନ ପରିପୂର୍ଣ୍ଣ ଏବଂ ଦୋଷରହିତ ଅଟନ୍ତି । ସୁତରାଂ, ସେ ଉଭୟ ନିରାକାର ଓ ସାକାର ଅଟନ୍ତି । ଏହା ଶ୍ଲୋକ ୪.୫ ଓ ୪.୬ର ଭାଷ୍ୟରେ ବର୍ଣ୍ଣନା କରାଯାଇଛି ।

ଯେଉଁମାନେ ଭଗବାନଙ୍କ ବ୍ୟକ୍ତିତ୍ୱର ଉଭୟ ଦିଗକୁ ସ୍ୱୀକାର କରନ୍ତି, ସେମାନେ ମଧ୍ୟ ଅନେକ ସମୟରେ ତାଙ୍କର ମୂଳ ସ୍ୱରୂପକୁ ନେଇ ତର୍କ କରିଥଆନ୍ତି । କେଉଁଟି ମୂଳ? ଭଗବାନ ସାକାରରୁ ନିରାକାର ହୋଇଥାଆନ୍ତି ନା ନିରାକାରରୁ ସାକାର? ଶ୍ରୀକୃଷ୍ଣ ଏଠାରେ ଏହି ତର୍କର ସମାଧାନ କରି କହୁଛନ୍ତି ଯେ ଦିବ୍ୟରୂପ ଅନାଦି ଅଟେ - ଏହା ନିରାକାର ବ୍ରହ୍ମଙ୍କ ଠାରୁ ପ୍ରକଟ ହୋଇନାହିଁ । ଭଗବାନ ଅନାଦି କାଳରୁ ତାଙ୍କର ଦିବ୍ୟ ସ୍ୱରୂପରେ ରହିଛନ୍ତି । ନିରାକାର ବ୍ରହ୍ମ ତାଙ୍କ ଦିବ୍ୟ ଶରୀରରୁ ନିର୍ଗତ ହେଉଥିବା ତେଜ ଅଟେ ।

ପଦ୍ମ ପୁରାଣ କହେ:

ଯନ୍ନଖେନ୍ଦୁରୁଚିର୍ ବ୍ରହ୍ମ ଧ୍ୟେୟଂ ବ୍ରହ୍ମାଦିଭିଃ ସୁରୈଃ
ଗୁଣତ୍ରୟମତୀତଂ ତଂ ବନ୍ଦେ ବୃନ୍ଦାବନେଶ୍ୱରମ୍ । (ପାତାଳ ଖଣ୍ଡ ୭୭.୬୦)

“ଭଗବାନଙ୍କ ପାଦର ବୃଦ୍ଧାଙ୍ଗୁଳିର ନଖରୁ ନିର୍ଗତ ତେଜକୁ ଜ୍ଞାନୀମାନେ ବ୍ରହ୍ମ ରୂପରେ ଉପାସନା କରନ୍ତି ।”

ବାସ୍ତବରେ ଭଗବାନଙ୍କର ନିରାକାର ଏବଂ ସାକାର ରୂପ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏ ବଡ଼ ଏବଂ ଅନ୍ୟଟି ଛୋଟ, ଏପରି ନୁହେଁ । ନିରାକାର ବ୍ରହ୍ମ ସ୍ୱରୂପରେ, ଭଗବାନଙ୍କର ସମସ୍ତ ଶକ୍ତି ନିହିତ ଥାଏ, କିନ୍ତୁ ତାହା ଅବ୍ୟକ୍ତ ଅବସ୍ଥାରେ ଥାଏ । ତାଙ୍କର ସାକାର ସ୍ୱରୂପରେ, ନାମ, ରୂପ, ଲୀଳା, ଗୁଣ, ଧାମ ଏବଂ ପରିକର ଇତ୍ୟାଦି ସହ ତାଙ୍କର ସମସ୍ତ ଦିବ୍ୟଶକ୍ତି ପ୍ରକଟିତ ହୋଇଥାଏ । ତାହେଲେ, ଲୋକମାନେ ଭଗବାନଙ୍କୁ କାହିଁକି ଜଣେ ସାଧାରଣ ମନୁଷ୍ୟ ମନେ କରିଥାନ୍ତି? ଏହି ପ୍ରଶ୍ନର ଉତ୍ତର ପରବର୍ତ୍ତୀ ଶ୍ଳୋକରେ ଦିଆଯାଇଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
7. ଜ୍ଞାନ ବିଜ୍ଞାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!