ଇଚ୍ଛାଦ୍ୱେଷସମୁତ୍ଥେନ ଦ୍ୱନ୍ଦ୍ୱମୋହେନଭାରତ ।
ସର୍ବଭୂତାନି ସଂମୋହଂ ସର୍ଗେ ଯାନ୍ତି ପରନ୍ତପ ।।୨୭।।
ଇଚ୍ଛା -କାମନା; ଦ୍ୱେଷ- ଘୃଣା; ସମୁତ୍ଥେନ - ଜାତ; ଦ୍ୱନ୍ଦ୍ୱ - ଦ୍ୱନ୍ଦ୍ୱ (ଦ୍ୱୈତ ଭାବ); ମୋହେନ -ଭ୍ରମବଶତଃ; ଭାରତ-ହେ ଭରତବଂଶଜ; ସର୍ବ-ସମସ୍ତ; ଭୂତାନି -ଜୀବଗଣ; ସଂମୋହଂ - ଅଜ୍ଞାନକୁ; ସର୍ଗେ -ଜନ୍ମରୁ; ଯାନ୍ତି - ଗତି କରନ୍ତି; ପରନ୍ତପ - ହେ ଶତ୍ରୁବିଜେତା ।
BG 7.27: ହେ ଭରତ ବଂଶଜ! ଭ୍ରମରୁ ଆସକ୍ତି ଓ ବିରକ୍ତିର ଦ୍ୱୈତଭାବ ଜାତ ହୁଏ । ହେ ଶତ୍ରୁଜୟୀ! ମାୟିକ ଜଗତର ସମସ୍ତ ପ୍ରାଣୀ ଜନ୍ମରୁ ଏମାନଙ୍କ ଦ୍ୱାରା ମୋହିତ ହୋଇଥାଆନ୍ତି ।
ଇଚ୍ଛାଦ୍ୱେଷସମୁତ୍ଥେନ ଦ୍ୱନ୍ଦ୍ୱମୋହେନଭାରତ ।
ସର୍ବଭୂତାନି ସଂମୋହଂ ସର୍ଗେ ଯାନ୍ତି ପରନ୍ତପ ।।୨୭।।
ହେ ଭରତ ବଂଶଜ! ଭ୍ରମରୁ ଆସକ୍ତି ଓ ବିରକ୍ତିର ଦ୍ୱୈତଭାବ ଜାତ ହୁଏ । ହେ ଶତ୍ରୁଜୟୀ! ମାୟିକ ଜଗତର ସମସ୍ତ ପ୍ରାଣୀ ଜନ୍ମରୁ ଏମାନଙ୍କ ଦ୍ୱାରା …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ସଂସାର ଅନେକ ଦ୍ୱିବିଧତାରେ ପରିପୂର୍ଣ୍ଣ ଯଥା, ରାତି-ଦିନ, ଶୀତ-ଗ୍ରୀଷ୍ମ, ସୁଖ-ଦୁଃଖ, ଆନନ୍ଦ-କଷ୍ଟ ଇତ୍ୟାଦି । ସବୁଠାରୁ ବଡ଼ ଦ୍ୱୈତ ହେଉଛି ଜନ୍ମ ଓ ମୃତ୍ୟୁ - ଜନ୍ମ ହେବା ମାତ୍ରେ ମୃତ୍ୟୁ ସୁନିଶ୍ଚିତ; ମୃତ୍ୟୁ ପରେ ପୁଣି ପରବର୍ତ୍ତୀ ଜନ୍ମ ଆସିଥାଏ । ଜୀବନର ରଙ୍ଗଭୂମି ଜନ୍ମ-ମୃତ୍ୟୁର ଏହି ଦୁଇ ସୀମା ମଧ୍ୟରେ ଆବଦ୍ଧ । ଏହି ଦ୍ୱିବିଧତା ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଅନୁଭୂତିର ଏକ ଅବିଭାଜ୍ୟ ଅଂଶ ଅଟେ ।
ଭୌତିକ ଚେତନାରେ, ଆମେ କାହାକୁ ଆଦର କରିବା ବେଳେ ଅନ୍ୟ କାହାର ଅନାଦର କରିଥାଉ । ଏହି ଆସକ୍ତି ଏବଂ ବିରକ୍ତି, ଅନ୍ୟ ସବୁ ଦ୍ୱୈତ ପରି ଏକ ସ୍ୱାଭାବିକ ଦ୍ୱୈତ ନୁହେଁ, ବରଂ ଏହା ଆମ ଅଜ୍ଞାନତାରୁ ଜାତ ହୋଇଥାଏ । ଆମର ଅଜ୍ଞାନଯୁକ୍ତ ବୁଦ୍ଧି, ଏହା ମାନି ନେଇଥାଏ ଯେ ଭୌତିକ ସୁଖ ଆମର ସ୍ୱାର୍ଥ ପୂରଣ କରିବ । ଆମେ ଏଥିରେ ମଧ୍ୟ ସମ୍ମତ ହୋଇଥାଉ ଯେ କଷ୍ଟ ଆମ ପାଇଁ କ୍ଷତିକାରକ ଅଟେ । ଆମେ ଏହା ହୃଦୟଙ୍ଗମ କରିପାରେ ନାହିଁ ଯେ ସାଂସାରିକ ସୁଖଦାୟକ ସ୍ଥିତି ଆମ ଆତ୍ମା ଉପରେ ମାୟିକ ଭ୍ରମର ଆସ୍ତରଣକୁ ମୋଟା କରିଦିଏ । ଅନ୍ୟପକ୍ଷରେ, ପ୍ରତିକୂଳ ପରିସ୍ଥିତି ସେହି ଭ୍ରମକୁ ଦୂର କରି ମନର ଉତ୍ଥାନ କରିଥାଏ । ଭ୍ରମର ମୂଳ କାରଣ ହେଉଛି ଅଜ୍ଞାନ । ଆଧ୍ୟାତ୍ମିକ ବିଜ୍ଞତା ତାହା ହିଁ ଅଟେ, ଯେତେବେଳେ ବ୍ୟକ୍ତି ଆସକ୍ତି-ବିରକ୍ତି, ଆଦର-ଅନାଦର ଆଦି ଦ୍ୱନ୍ଦ୍ୱର ଉପରକୁ ଉଠି ତାହାକୁ ଭଗବାନଙ୍କ ସୃଷ୍ଟିର ଅବିଚ୍ଛେଦ୍ୟ ଅଂଗ ଭାବରେ ସ୍ୱୀକାର କରିନିଏ ।