ଯେଷାଂ ତ୍ୱନ୍ତଗତଂ ପାପଂ ଜନାନାଂ ପୁଣ୍ୟକର୍ମଣାମ୍ ।
ତେ ଦ୍ୱନ୍ଦ୍ୱମୋହନିର୍ମୁକ୍ତା ଭଜନ୍ତେ ମାଂ ଦୃଢ଼ବ୍ରତାଃ ।।୨୮।।
ଯେଷାଂ - ଯେଉଁମାନଙ୍କର; ତୁ-କିନ୍ତୁ; ଅନ୍ତଗତଂ - ସମ୍ପୂର୍ଣ୍ଣରୂପେ ନଷ୍ଟ ହୋଇଅଛି; ପାପଂ -ପାପ; ଜନାନାଂ -ଲୋକମାନଙ୍କର; ପୁଣ୍ୟ -ପୁଣ୍ୟ; କର୍ମଣାମ୍- କର୍ମଗୁଡିକ; ତେ-ସେମାନେ; ଦ୍ୱନ୍ଦ୍ୱ - ଦ୍ୱନ୍ଦ୍ୱ (ଦ୍ୱୈତଭାବ), ମୋହ-ମୋହ; ନିର୍ମୁକ୍ତାଃ -ମୁକ୍ତ ହୋଇ; ଭଜନ୍ତେ - ଉପାସନା କରନ୍ତି; ମାଂ - ମୋତେ; ଦୃଢ଼ବ୍ରତାଃ -ନିଷ୍ଠାର ସହିତ ।
BG 7.28: କିନ୍ତୁ ପୁଣ୍ୟ କର୍ମଦ୍ୱାରା ଯାହାର ପାପସବୁ ନଷ୍ଟ ହୋଇଯାଇ ଥାଏ, ସେମାନେ ଦ୍ୱୈତର ଭ୍ରମରୁ ମୁକ୍ତ ହୋଇ ଯାଆନ୍ତି । ସେପରି ବ୍ୟକ୍ତିମାନେ ଦୃଢ଼ ନିଷ୍ଠାର ସହିତ ମୋର ଉପାସନା କରନ୍ତି ।
ଯେଷାଂ ତ୍ୱନ୍ତଗତଂ ପାପଂ ଜନାନାଂ ପୁଣ୍ୟକର୍ମଣାମ୍ ।
ତେ ଦ୍ୱନ୍ଦ୍ୱମୋହନିର୍ମୁକ୍ତା ଭଜନ୍ତେ ମାଂ ଦୃଢ଼ବ୍ରତାଃ ।।୨୮।।
କିନ୍ତୁ ପୁଣ୍ୟ କର୍ମଦ୍ୱାରା ଯାହାର ପାପସବୁ ନଷ୍ଟ ହୋଇଯାଇ ଥାଏ, ସେମାନେ ଦ୍ୱୈତର ଭ୍ରମରୁ ମୁକ୍ତ ହୋଇ ଯାଆନ୍ତି । ସେପରି ବ୍ୟକ୍ତିମାନେ ଦୃଢ଼ ନିଷ୍ଠାର ସହିତ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ଲୋକ ୨.୬୯ରେ ଶ୍ରୀକୃଷ୍ଣ କହିଥିଲେ ଯେ, ଅଜ୍ଞାନୀ ଯାହାକୁ ରାତ୍ରୀ ମନେକରି ଥାଆନ୍ତି, ବିଜ୍ଞ ବ୍ୟକ୍ତିମାନେ ତାହାକୁ ଦିବସ ବିଚାର କରନ୍ତି । ଯେଉଁମାନଙ୍କର ଭଗବତ୍ ପ୍ରାପ୍ତିର ଅଭିଳାଷ ରହିଥାଏ, ସେମାନେ ଦୁଃଖକୁ ଆତ୍ମ-ତ୍ୟାଗ ଏବଂ ଆଧ୍ୟାତ୍ମିକ ପ୍ରଗତିର ସୁଯୋଗ ଭାବେ ସ୍ୱାଗତ କରିଥାନ୍ତି । ଆତ୍ମାକୁ ଆବୃତ କରି ଦେଉଥିବା ମାୟିକ ସୁଖ ପ୍ରତି ସେମାନେ ସାବଧାନ ରହିଥାନ୍ତି । ଏହିପରି ଭାବରେ ସେମାନେ ସୁଖ ପାଇଁ ବ୍ୟାକୁଳ କିମ୍ବା ଦୁଃଖ ପାଇଁ ବ୍ୟଥିତ ହୁଅନ୍ତି ନାହିଁ । ଆସକ୍ତି ଏବଂ ବିରକ୍ତିର ଦ୍ୱୈତରୁ ନିଜ ମନକୁ ମୁକ୍ତ କରିଥିବା ଏହି ଜୀବ ଅବିଚଳିତ ନିଷ୍ଠାରେ ମୋର ଉପାସନା କରିବାରେ ସଫଳ ହୁଅନ୍ତି ।