Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 7, Verse 29

ଜରାମରଣମୋକ୍ଷାୟ ମାମାଶ୍ରିତ୍ୟ ଯତନ୍ତି ଯେ ।
ତେ ବ୍ରହ୍ମ ତଦ୍‌ବିଦୁଃ କୃତ୍ସ୍ନମଧ୍ୟାତ୍ମଂ କର୍ମ ଚାଖିଳମ୍ ।।୨୯।।

ଜରା-ବୃଦ୍ଧାବସ୍ଥା; ମରଣ-ମୃତ୍ୟୁ; ମୋକ୍ଷାୟ - ମୋକ୍ଷ ଉଦ୍ଦେଶ୍ୟରେ; ମାଂ - ମୋତେ; ଆଶ୍ରିତ୍ୟ -ଆଶ୍ରୟ କରି; ଯତନ୍ତି -ଚେଷ୍ଟା କରନ୍ତି; ଯେ - ଯେଉଁମାନେ; ତେ -ସେମାନେ; ବ୍ରହ୍ମ -ବ୍ରହ୍ମ; ତତ୍ -ତାହା; ବିଦୁଃ -ଜାଣନ୍ତି; କୃତ୍ସ୍ନମ୍ - ସବୁକିଛି; ଆଧ୍ୟାତ୍ମଂ -ଜୀବ; କର୍ମ -କର୍ମଫଳ; ଚ-ଏବଂ; ଅଖିଳମ୍ - ସମଗ୍ର ।

Translation

BG 7.29: ଯେଉଁମାନେ ବାର୍ଦ୍ଧକ୍ୟ ଏବଂ ମୃତ୍ୟୁର କଷ୍ଟରୁ ମୁକ୍ତି ପାଇବାର ଅଭିଳାଷ ରଖି ମୋର ଆଶ୍ରିତ ହୁଅନ୍ତି, ସେମାନେ ବ୍ରହ୍ମ, ଜୀବ, କର୍ମ ପ୍ରତିକ୍ରିୟାର ସମଗ୍ର କ୍ଷେତ୍ର ବିଷୟରେ ଅବଗତ ହୁଅନ୍ତି ।

Commentary

ଶ୍ଲୋକ ୭/୨୬ରେ କୁହାଯାଇଛି ଯେ କୌଣସି ବ୍ୟକ୍ତି ନିଜ ବୁଦ୍ଧି ଦ୍ୱାରା ଭଗବାନଙ୍କୁ ଜାଣିପାରନ୍ତି ନାହିଁ । କିନ୍ତୁ ଯେଉଁମାନେ ତାଙ୍କର ଶରଣାଗତ ହୋଇ ତାଙ୍କ କୃପା ପ୍ରାପ୍ତ କରନ୍ତି, ସେହି କୃପା ବଳରେ ସେମାନେ ସହଜରେ ତାଙ୍କୁ ଜାଣି ପାରନ୍ତି । କଠୋପନିଷଦ କହେ:

ନାୟମାତ୍ମା ପ୍ରବଚନେନ ଲଭ୍ୟୋ
ନ ମେଧୟା ନ ବହୁନା ଶ୍ରୁତେନ
ଯମେବୈଷ ବୃଣୁତେ ତେନ ଲଭ୍ୟ-
ସ୍ତସ୍ୟୈଷ ଆତ୍ମା ବିବୃଣୁତେ ତନୂଙ୍‌ସ୍ୱାମ୍ । (୧.୨.୨୩)

“ଆଧ୍ୟାତ୍ମିକ ପ୍ରବଚନ ଶୁଣିବା ଦ୍ୱାରା, କିମ୍ବା ବୁଦ୍ଧିଦ୍ୱାରା, କିମ୍ବା ବିଭିନ୍ନ ପ୍ରକାରର ଉପଦେଶ ଶୁଣିବା ଦ୍ୱାରା ଭଗବାନଙ୍କୁ ଜାଣି ହେବ ନାହିଁ । କେବଳ ସେ ଯଦି ତାଙ୍କର କୃପା କୌଣସି ବ୍ୟକ୍ତିକୁ ପ୍ରଦାନ କରନ୍ତି, ତେବେ ସେହି ଭାଗ୍ୟଶାଳୀ ଜୀବ ତାଙ୍କୁ ଜାଣିପାରେ ।” ଭଗବାନଙ୍କୁ ଜାଣି ନେବା ପରେ, ତାଙ୍କ ସହିତ ସଂଯୁକ୍ତ କରି ଅନ୍ୟ ସବୁକିଛିର ଜ୍ଞାନ ସ୍ୱତଃ ହୋଇଯାଏ । ବେଦ କହେ: ଏକସ୍ମିନ୍ ବିଜ୍ଞାତେ ସର୍ବମିଦଂ୍ ବିଜ୍ଞାତଂ ଭବତି । “ଭଗବାନଙ୍କୁ ଜାଣି, ତୁମେ ସବୁକିଛି ଜାଣିନେବ ।”

ଅନେକ ସାଧକ ଆତ୍ମ-ଜ୍ଞାନକୁ ନିଜର ଅନ୍ତିମ ଲକ୍ଷ୍ୟ ଧାର୍ଯ୍ୟ କରିଥାନ୍ତି । କିନ୍ତୁ ଯେପରି, ଜଳର ଗୋଟିଏ ବିନ୍ଦୁ ସାଗରର ଏକ କ୍ଷୁଦ୍ର ଅଂଶ ଅଟେ, ଆତ୍ମଜ୍ଞାନ ବ୍ରହ୍ମଜ୍ଞାନର ଏକ କ୍ଷୁଦ୍ର ଅଂଶ ଅଟେ । ଯାହାର ବିନ୍ଦୁ ବିଷୟରେ ଜ୍ଞାନ ଥାଏ, ସେ ସାଗରର ଗଭୀରତା, ବ୍ୟାପ୍ତି ଏବଂ ଶକ୍ତିକୁ  ମଧ୍ୟ ଜାଣନ୍ତି, ଏପରି ଭାବିବା ଠିକ୍ ନୁହେଁ । ସେହିପରି ଯିଏ ଆତ୍ମାକୁ ଜାଣନ୍ତି, ସେ ଭଗବାନଙ୍କୁ ଜାଣିଥିବେ, ଏପରି ଭାବିବା ଭୁଲ୍ ଅଟେ । କିନ୍ତୁ ଯେଉଁମାନେ ବ୍ରହ୍ମଜ୍ଞାନ ପ୍ରାପ୍ତ କରନ୍ତି, ସେମାନେ ସ୍ୱତଃ ଅନୁଭବ କରନ୍ତି ଯେ ସବୁକିଛି ଭଗବାନଙ୍କର ଅଂଶ ଅଟେ । ତେଣୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯେଉଁମାନେ ତାଙ୍କର ଆଶ୍ରିତ ହୁଅନ୍ତି, ଭଗବାନଙ୍କ କୃପାରୁ ସେମାନେ ବ୍ରହ୍ମ, ଜୀବ ଓ କାର୍ଯ୍ୟ-କାରଣ ସମ୍ବନ୍ଧକୁ ଜାଣିପାରନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
7. ଜ୍ଞାନ ବିଜ୍ଞାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!