ସାଧିଭୂତାଧିଦୈବଂ ମାଂ ସାଧିଯଜ୍ଞଂ ଚ ଯେ ବିଦୁଃ ।
ପ୍ରୟାଣକାଳେଽପି ଚ ମାଂ ତେ ବିଦୁର୍ଯୁକ୍ତଚେତସଃ ।।୩୦।।
ସ-ଅଧିଭୂତ- ଭୌତିକ କ୍ଷେତ୍ରର ଶାସନ ବିଧି; ଅଧିଦୈବଂ - ଦେବତାମାନଙ୍କର ନିୟନ୍ତ୍ରଣକାରୀ; ମାଂ- ମୋତେ; ସ-ଅର୍ଧଯଜ୍ଞଂ - ଯଜ୍ଞର ରକ୍ଷକ; ଚ- ଏବଂ; ଯେ -ଯେଉଁମାନେ; ବିଦୁଃ - ଜାଣନ୍ତି; ପ୍ରୟାଣକାଳେ -ମୃତ୍ୟୁ ସମୟରେ; ଅପି -ମଧ୍ୟ; ଚ-ଏବଂ; ମାଂ - ମୋତେ; ତେ-ସେମାନେ; ବିଦୁଃ -ଜାଣନ୍ତି; ଯୁକ୍ତ-ଚେତସଃ -ଯାହାର ଚେତନା ମୋ ସହିତ ଯୁକ୍ତ ।
BG 7.30: ଯେଉଁମାନେ ମୋତେ ଅଧିଭୂତ (ଭୌତିକବସ୍ତୁ) ଅଧିଦୈବ (ସ୍ୱର୍ଗର ଦେବତାଗଣ) ଏବଂ ଅଧିଯଜ୍ଞ (ସମସ୍ତ ଯଜ୍ଞାଦିକ କର୍ମର ଅଧିଷ୍ଠାତା ଦେବ)ର ସଂଚାଳକ ଭାବରେ ଜାଣନ୍ତି, ସେହିପରି ଜ୍ଞାନଦୀପ୍ତ ଜୀବ ମୃତ୍ୟୁ ସମୟରେ ମଧ୍ୟ ମୋଠାରେ ପୂର୍ଣ୍ଣ ଚେତନା ଯୁକ୍ତ ରହିଥାନ୍ତି ।
ସାଧିଭୂତାଧିଦୈବଂ ମାଂ ସାଧିଯଜ୍ଞଂ ଚ ଯେ ବିଦୁଃ ।
ପ୍ରୟାଣକାଳେଽପି ଚ ମାଂ ତେ ବିଦୁର୍ଯୁକ୍ତଚେତସଃ ।।୩୦।।
ଯେଉଁମାନେ ମୋତେ ଅଧିଭୂତ (ଭୌତିକବସ୍ତୁ) ଅଧିଦୈବ (ସ୍ୱର୍ଗର ଦେବତାଗଣ) ଏବଂ ଅଧିଯଜ୍ଞ (ସମସ୍ତ ଯଜ୍ଞାଦିକ କର୍ମର ଅଧିଷ୍ଠାତା ଦେବ)ର ସଂଚାଳକ ଭାବରେ ଜାଣନ୍ତି, ସେହିପରି ଜ୍ଞାନଦୀପ୍ତ ଜୀବ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପରବର୍ତ୍ତୀ ଅଧ୍ୟାୟରେ, ଶ୍ରୀକୃଷ୍ଣ କହିବେ ଯେ, ଯେଉଁ ମହାତ୍ମାମାନେ ମୃତ୍ୟୁ ସମୟରେ ତାଙ୍କର ସ୍ମରଣ କରନ୍ତି, ସେମାନେ ତାଙ୍କ ଦିବ୍ୟଲୋକ ପ୍ରାପ୍ତ କରନ୍ତି । କିନ୍ତୁ ମୃତ୍ୟୁ ସମୟରେ ଭଗବାନଙ୍କୁ ସ୍ମରଣ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ଅଟେ । କାରଣ ମୃତ୍ୟୁ ଅତ୍ୟନ୍ତ କଷ୍ଟଦାୟକ ଅନୁଭବ ଅଟେ । ଏହାକୁ ୨୦୦୦ ବିଛା ଏକ ସଙ୍ଗେ ଦଂଶନ କରିବାର କଷ୍ଟ ସହିତ ତୁଳନା କରାଯାଇପାରେ । ଏହା ମନ-ବୁଦ୍ଧିର ସହନ ଶକ୍ତିଠାରୁ ଊର୍ଦ୍ଧ୍ୱରେ । ମୃତ୍ୟୁର କଷ୍ଟରେ ମନ ଓ ବୁଦ୍ଧି କାର୍ଯ୍ୟ କରିବା ବନ୍ଦ କରିଦିଅନ୍ତି ଏବଂ ବ୍ୟକ୍ତି ଚେତନା ଶୂନ୍ୟ ହୋଇଯାଏ । ତାହେଲେ ମୃତ୍ୟୁ ସମୟରେ ଜଣେ ଭଗବାନଙ୍କର ସ୍ମରଣ କରିବ କିପରି?
ଯେଉଁ ବ୍ୟକ୍ତି ଆନନ୍ଦ ଓ କଷ୍ଟ ଅନୁଭୂତିର ଊର୍ଦ୍ଧ୍ୱରେ ସ୍ଥିତ, କେବଳ ତାଙ୍କ ପକ୍ଷରେ ହିଁ ଏହା ସମ୍ଭବ ଅଟେ । ଏପରି ବ୍ୟକ୍ତି ସ୍ୱେଚ୍ଛାରେ ଶରୀର ତ୍ୟାଗ କରନ୍ତି । ଶ୍ରୀକୃଷ୍ଣ ଏହି ଶ୍ଲୋକରେ କହୁଛନ୍ତି ଯେ ଯିଏ ତାଙ୍କୁ ଅଧିଭୂତ, ଅଧିଦୈବ ଏବଂ ଅଧିଯଜ୍ଞର ସଂଚାଳକ ରୂପେ ଜାଣନ୍ତି, ସେମାନେ ମୃତ୍ୟୁ ସମୟରେ ମଧ୍ୟ ଭଗବାନଙ୍କ ସହିତ ପୂର୍ଣ୍ଣ ଚେତନାରେ ଯୁକ୍ତ ଥାଆନ୍ତି । ଏହାର କାରଣ ବାସ୍ତବିକ ଜ୍ଞାନ ଦ୍ୱାରା ଭକ୍ତି ପରିପୂର୍ଣ୍ଣତାକୁ ପ୍ରାପ୍ତ ହୋଇଥାଏ - ମନ ଭଗବାନଙ୍କ ଠାରେ ସମ୍ପୂର୍ଣ୍ଣ ଭାବରେ ଆସକ୍ତ ହୋଇଯାଏ । ପରିଣାମତଃ, ଏହା ମାୟିକ ସ୍ଥିିତିର ଲାଳସା ଏବଂ ପଶ୍ଚାତାପ ଆଦିରୁ ମୁକ୍ତ ହୋଇଯାଏ ଏବଂ ଜୀବ ଶାରୀରିକ ଚେତନାର ଉପରକୁ ଉଠିଯାଏ ।
ଅଧିଭୂତ, ଅଧିଦୈବ ଏବଂ ଅଧିଯଜ୍ଞ ଶବ୍ଦର ବିସ୍ତୃତ ବ୍ୟାଖ୍ୟା ପରବର୍ତ୍ତୀ ଅଧ୍ୟାୟରେ କରାଯିବ ।