ଏତଦ୍ୟୋନୀନି ଭୂତାନି ସର୍ବାଣୀତ୍ୟୁପଧାରୟ ।
ଅହଂ କୃତ୍ସ୍ନସ୍ୟ ଜଗତଃ ପ୍ରଭବଃ ପ୍ରଳୟସ୍ତଥା ।।୬।।
ଏତତ୍ - ଏହି ଦୁଇଟି ଶକ୍ତି; ଯୋନିନୀ - ଜନ୍ମର ମୂଳ; ଭୂତାନି -ପ୍ରାଣୀ; ସର୍ବାଣି - ସମସ୍ତ; ଇତି - ଏହିପରି; ଉପଧାରୟ -ଜାଣ; ଅହଂ -ମୁଁ; କୃତ୍ସ୍ନସ୍ୟ - ସମଗ୍ର; ଜଗତଃ - ଜଗତର; ପ୍ରଭବଃ - ମୂଳ; ପ୍ରଳୟଃ - ପ୍ରଳୟ ବା ଧ୍ୱଂସ; ତଥା -ତଥା ।
BG 7.6: ସମସ୍ତ ପ୍ରାଣୀ ମୋର ଏହି ଦୁଇ ଶକ୍ତି ଦ୍ୱାରା ପ୍ରକଟିତ ହୋଇଛନ୍ତି । ମୁଁ ସମଗ୍ର ସୃଷ୍ଟିର ଉତ୍ସ ଏବଂ ମୋଠାରେ ଏହାର ପୁନର୍ବାର ବିଲୟ ହୋଇଯିବ ।
ଏତଦ୍ୟୋନୀନି ଭୂତାନି ସର୍ବାଣୀତ୍ୟୁପଧାରୟ ।
ଅହଂ କୃତ୍ସ୍ନସ୍ୟ ଜଗତଃ ପ୍ରଭବଃ ପ୍ରଳୟସ୍ତଥା ।।୬।।
ସମସ୍ତ ପ୍ରାଣୀ ମୋର ଏହି ଦୁଇ ଶକ୍ତି ଦ୍ୱାରା ପ୍ରକଟିତ ହୋଇଛନ୍ତି । ମୁଁ ସମଗ୍ର ସୃଷ୍ଟିର ଉତ୍ସ ଏବଂ ମୋଠାରେ ଏହାର ପୁନର୍ବାର ବିଲୟ ହୋଇଯିବ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଭୌତିକ ଜଗତରେ ସମସ୍ତ ଜୀବଙ୍କର ସୃଷ୍ଟି ଆତ୍ମା ଓ ବସ୍ତୁର ସମ୍ମିଶ୍ରଣରେ ହୋଇଥାଏ । ବସ୍ତୁ ନିଜେ ଜଡ଼ ଅଟେ; ଆତ୍ମା ଶରୀର ରୂପରେ ଏକ ବାହନ ଆବଶ୍ୟକ କରେ । ଏହି ଦୁଇଟିର ସମ୍ମିଶ୍ରଣରେ ପ୍ରାଣୀଙ୍କର ଉତ୍ପତ୍ତି ହୋଇଥାଏ ।
ଭଗବାନ ଏହି ଦୁଇ ଶକ୍ତିର ଉତ୍ସ ଅଟନ୍ତି; ସମସ୍ତ ସୃଷ୍ଟି ତାଙ୍କଠାରୁ ପ୍ରକାଶିତ ହୁଏ । ବ୍ରହ୍ମାଙ୍କର ୧୦୦ବର୍ଷ ଆୟୁ ସମାପ୍ତ ହେଲେ ସୃଷ୍ଟିର ଚକ୍ର ପୂର୍ଣ୍ଣ ହୋଇଥାଏ, ସେତେବେଳେ ଭଗବାନ ସୃଷ୍ଟିର ବିଲୟ କରିଦିଅନ୍ତି । ପଞ୍ଚ ସ୍ତୁଳ ତତ୍ତ୍ୱ ପଞ୍ଚ ସୂକ୍ଷ୍ମ ତତ୍ତ୍ୱରେ ଲୀନ ହୋଇଯାନ୍ତି, ପଞ୍ଚ ସୂକ୍ଷ୍ମ ତତ୍ତ୍ୱ ଅହଂକାରରେ ମିଶିଯାନ୍ତି; ଅହଂକାର ମହାନ୍ରେ ଲୀନ ହୁଏ, ମହାନ ପ୍ରକୃତିରେ ଲୀନ ହୁଏ, ପ୍ରକୃତି ମହାବିଷ୍ଣୁଙ୍କ (ଭଗବାନଙ୍କର ଏକ ସ୍ୱରୂପ) ଶରୀରରେ ସମାହିତ ହୋଇଯାନ୍ତି । ଏହି ସୃଷ୍ଟିଚକ୍ରରେ ଯେଉଁ ଜୀବ ମୁକ୍ତ ହୋଇ ନ ଥାନ୍ତି, ସେମାନେ ମଧ୍ୟ ଅପ୍ରକଟିତ ରୂପରେ ଭଗବାନଙ୍କ ଶରୀରରେ ସମାହିତ ହୋଇ ପରବର୍ତ୍ତୀ ସୃଷ୍ଟି ଚକ୍ରକୁ ଅପେକ୍ଷା କରିଥାନ୍ତି । ପୁଣିଥରେ ଭଗବାନ ଯେତେବେଳେ ସୃଷ୍ଟି କରିବାକୁ ଇଚ୍ଛା ପ୍ରକାଶ କରନ୍ତି, ଏହି ଚକ୍ର ଆରମ୍ଭ ହୋଇଥାଏ (ଶ୍ଲୋକ ୭.୪ରେ ବର୍ଣ୍ଣିତ ହୋଇଥିବା ପରି) ଏବଂ ସଂସାର ସୃଷ୍ଟି ହୋଇଥାଏ । ଅତଏବ, ଭଗବାନ ସମଗ୍ର ସୃଷ୍ଟିର ଉତ୍ସ, ଆଶ୍ରୟ, ଶେଷ ଏବଂ ବିଶ୍ରାମ ସ୍ଥଳ ଅଟନ୍ତି ।