Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 7, Verse 8

ରସୋଽହମପ୍‌ସୁ କୌନ୍ତେୟ ପ୍ରଭାସ୍ମି ଶଶିସୂର୍ଯ୍ୟୟୋଃ ।
ପ୍ରଣବଃ ସର୍ବବେଦେଷୁ ଶବ୍ଦଃ ଖେ ପୌରୁଷଂ ନୃଷୁ ।।୮।।

ରସ -ସ୍ୱାଦ; ଅହମ୍ -ମୁଁ; ଅପ୍‌ସୁ -ଜଳରେ; କୌନ୍ତେୟ - ହେ କୁନ୍ତିପୁତ୍ର; ପ୍ରଭା ଅସ୍ମି - ମୁଁ ପ୍ରଭା ବା ଆଲୋକ; ଶଶି-ସୂର୍ଯ୍ୟୟୋଃ- ଚନ୍ଦ୍ର ଏବଂ ସୂର୍ଯ୍ୟରେ; ପ୍ରଣବଃ - ପବିତ୍ର ଓଁକାର; ସର୍ବ -ସମସ୍ତ; ବେଦେଷୁ - ବେଦରେ; ଶବ୍ଦଃ - ଧ୍ୱନି ତରଙ୍ଗ; ଖେ- ଅନ୍ତରୀକ୍ଷରେ; ପୌରୁଷଂ - ସାମର୍ଥ୍ୟ; ନୃଷୁ - ମାନବଠାରେ ।

Translation

BG 7.8: ହେ କୁନ୍ତି ପୁତ୍ର! ମୁଁ ଜଳର ସ୍ୱାଦ ଅଟେ; ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ପ୍ରକାଶ ଅଟେ । ମୁଁ ବେଦ ମନ୍ତ୍ରର ପବିତ୍ର ଅକ୍ଷର ଓଁ ଅଟେ; ମୁଁ ବ୍ରହ୍ମାଣ୍ଡୀୟ ନାଦ ଏବଂ ମନୁଷ୍ୟଙ୍କର ସାମର୍ଥ୍ୟ ଅଟେ ।

Commentary

ନିଜକୁ ସୃଷ୍ଟିର ଉତ୍ପତ୍ତି କାରଣ ଏବଂ ଆଶ୍ରୟ କହିବା ପରେ, ଶ୍ରୀକୃଷ୍ଣ ତାଙ୍କ ଉକ୍ତିର ସତ୍ୟତା ପ୍ରତିପାଦନ ପରବର୍ତ୍ତୀ ଚାରିଗୋଟି ଶ୍ଲୋକରେ କରିଛନ୍ତି । ଆମେ ଯେତେବେଳେ ଫଳଟିଏ ଖାଉ, ତା’ର ସୁମିଷ୍ଟ ସ୍ୱାଦ ସୂଚିତ କରିଥାଏ ଯେ ସେଥିରେ ଶର୍କରା ଅଛି । ସେହିପରି ଶ୍ରୀକୃଷ୍ଣ, ତାଙ୍କ ଶକ୍ତିର ସମସ୍ତ ପରିପ୍ରକାଶରେ, ତାଙ୍କ ଉପସ୍ଥିତିର ସୂଚନା ଦେଇଛନ୍ତି । ସେ କହୁଛନ୍ତି ଯେ ସେ ଜଳର ସ୍ୱାଦ ଅଟନ୍ତି, ଯାହା ତା’ର ମୌଳିକ ଅନ୍ତର୍ନିହିତ ଗୁଣ ଅଟେ । କେହି ମଧ୍ୟ ଜଳର ସ୍ୱାଦକୁ ଜଳଠାରୁ ପୃଥକ୍ କରିପାରିବେ ନାହିଁ । ଭୌତିକ ଶକ୍ତିର ସମସ୍ତ ରୂପ - ଗ୍ୟାସ, ଅଗ୍ନି, କଠିନ ପଦାର୍ଥ - ସମସ୍ତେ ତାଙ୍କର ସ୍ୱାଦ ବହନ କରିବା ପାଇଁ ତରଳ ପଦାର୍ଥ ଆବଶ୍ୟକ କରିଥାନ୍ତି । ଶୁଷ୍କ ଜିହ୍ୱାରେ ଗୋଟିଏ କଠିନ ପଦାର୍ଥ ରଖିଲେ, ଆମେ ତାର କୌଣସି ସ୍ୱାଦ ଅନୁଭବ କରିପାରିବା ନାହିଁ । କିନ୍ତୁ ଯେତେବେଳେ ପାଟିର ଲାଳଦ୍ୱାରା ସେହି ପଦାର୍ଥଟି ମିଳାଇଯାଏ, ସେତେବେଳେ ତାର ସ୍ୱାଦକୁ ଜିଭର ସ୍ୱାଦ ଗ୍ରନ୍ଥି ଅନୁଭବ କରିପାରନ୍ତି ।

ସେହିପରି ଆକାଶ ଧ୍ୱନିର ବାହକ ରୂପରେ କାର୍ଯ୍ୟ କରିଥାଏ । ଧ୍ୱନି ବିଭିନ୍ନ ଭାଷାରେ ରୂପାନ୍ତରିତ ହୁଏ ଏବଂ ଶ୍ରୀକୃଷ୍ଣ କହୁଛନ୍ତି ଯେ ସବୁର ଆଧାର ସେ ଅଟନ୍ତି, କାରଣ ଆକାଶର ଧ୍ୱନି ତାଙ୍କର ଶକ୍ତି ଅଟେ । ପୁଣି ସେ କହୁଛନ୍ତି ଯେ ସେ ‘ଓଁ’ ଅକ୍ଷର ଅଟନ୍ତି, ଯାହା ବେଦ ମନ୍ତ୍ରର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ମନୁଷ୍ୟ ମାନଙ୍କ ଠାରେ ପ୍ରକଟିତ ସମସ୍ତ ସାମର୍ଥ୍ୟର ମୂଳ ଶକ୍ତି ମଧ୍ୟ ସେ ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
7. ଜ୍ଞାନ ବିଜ୍ଞାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!