ପୁଣ୍ୟୋ ଗନ୍ଧଃ ପୃଥିବ୍ୟାଂ ଚ ତେଜଶ୍ଚାସ୍ମି ବିଭାବସୌ ।
ଜୀବନଂ ସର୍ବଭୂତେଷୁ ତପଶ୍ଚାସ୍ମି ତପସ୍ୱିଷୁ ।।୯।।
ପୁଣ୍ୟଃ -ବିଶୁଦ୍ଧ; ଗନ୍ଧଃ -ଗନ୍ଧ; ପୃଥିବ୍ୟାଂ - ପୃଥିବୀର; ଚ -ଏବଂ; ତେଜଂ-ଦୀପ୍ତି; ଚ -ଏବଂ; ଅସ୍ମି -ମୁଁ; ବିଭାବସୌ - ଅଗ୍ନିରେ; ଜୀବନଂ -ଜୀବନ; ସର୍ବ- ସମସ୍ତ; ଭୁତେଷୁ -ଜୀବଙ୍କଠାରେ; ତପଃ -ତପସ୍ୟା; ଚ- ଏବଂ; ଅସ୍ମି-ମୁଁ; ତପସ୍ୱିଷୁ- ତପସ୍ୱୀ ମାନଙ୍କଠାରେ ।
BG 7.9: ମୁଁ ପୃଥିବୀର ବିଶୁଦ୍ଧ ସୁଗନ୍ଧ ଏବଂ ଅଗ୍ନିର ଉଜ୍ଜ୍ୱଳତା ଅଟେ । ମୁଁ ସମସ୍ତ ପ୍ରାଣୀଙ୍କର ଜୀବନ ଶକ୍ତି ଏବଂ ତପସ୍ୱୀଙ୍କର ସାଧନା ଅଟେ ।
ପୁଣ୍ୟୋ ଗନ୍ଧଃ ପୃଥିବ୍ୟାଂ ଚ ତେଜଶ୍ଚାସ୍ମି ବିଭାବସୌ ।
ଜୀବନଂ ସର୍ବଭୂତେଷୁ ତପଶ୍ଚାସ୍ମି ତପସ୍ୱିଷୁ ।।୯।।
ମୁଁ ପୃଥିବୀର ବିଶୁଦ୍ଧ ସୁଗନ୍ଧ ଏବଂ ଅଗ୍ନିର ଉଜ୍ଜ୍ୱଳତା ଅଟେ । ମୁଁ ସମସ୍ତ ପ୍ରାଣୀଙ୍କର ଜୀବନ ଶକ୍ତି ଏବଂ ତପସ୍ୱୀଙ୍କର ସାଧନା ଅଟେ ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ସେ କିପରି ସମସ୍ତ ବସ୍ତୁର ମୌଳିକ ଗୁଣ ଅଟନ୍ତି, ଶ୍ରୀକୃଷ୍ଣ ତାହାର ବର୍ଣ୍ଣନା ଅବ୍ୟାହତ ରଖିଛନ୍ତି । ତପସ୍ୱୀମାନେ ଆତ୍ମ-ଶୁଦ୍ଧି ନିମନ୍ତେ ସ୍ୱେଚ୍ଛାରେ ଶାରୀରିକ ସୁଖତ୍ୟାଗ କରି, ସଂଯମ ଆଚରଣ କରିଥାଆନ୍ତି । ଭଗବାନ କହୁଛନ୍ତି ଯେ ସେମାନଙ୍କ ସଂଯମର କ୍ଷମତା ସେ ଅଟନ୍ତି । ସେ ଧରଣୀର ବିଶେଷତ୍ୱ, ସୁଗନ୍ଧ ଅଟନ୍ତି ଏବଂ ଅଗ୍ନିଶିଖାର ଉଜ୍ଜ୍ୱଳତା ମଧ୍ୟ ସେ ଅଟନ୍ତି ।