ଅର୍ଜୁନ ଉବାଚ
କିଂ ତଦ୍ ବ୍ରହ୍ମ କିମଧ୍ୟାତ୍ମଂ କିଂ କର୍ମ ପୁରୁଷୋତ୍ତମ ।
ଅଧିଭୂତଂ ଚ କିଂ ପ୍ରୋକ୍ତମଧିଦୈବଂ କିମୁଚ୍ୟତେ ।।୧।।
ଅଧିଯଜ୍ଞଃ କଥଂ କୋଽତ୍ର ଦେହେଽସ୍ମିନ୍ ମଧୁସୂଦନ ।
ପ୍ରୟାଣକାଳେ ଚ କଥଂ ଜେ୍ଞୟୋଽସି ନିୟତାତ୍ମଭିଃ ।।୨।।
ଅର୍ଜୁନଃ ଉବାଚ - ଅର୍ଜୁନ କହିଲେ; କିଂ - କ’ଣ; ତତ୍ - ସେ; ବ୍ରହ୍ମ- ବ୍ରହ୍ମ; କିଂ-କ’ଣ; ଅଧ୍ୟାତ୍ମଂ - ଆତ୍ମା; କିଂ - କ’ଣ; କର୍ମ- ସକାମ କର୍ମ; ପୁରୁଷୋତ୍ତମ - ହେ ପରମ ପୁରୁଷ; ଅଧିଭୂତଂ - ଭୌତିକ ସୃଷ୍ଟି; ଚ - ଏବଂ; କିଂ - କ’ଣ; ପ୍ରୋକ୍ତଂ- କୁହାଯାଏ; ଅଧିଦୈବଂ - ଦେବତାମାନଙ୍କର ଇଷ୍ଟ; କିଂ - କ’ଣ; ଉଚ୍ୟତେ - କୁହାଯାଏ । ଅଧିଯଜ୍ଞଃ - ଯଜେ୍ଞଶ୍ୱର ; କଥଂ - କିପରି; କଃ - କିଏ; ଅତ୍ର - ଏଠାରେ; ଦେହେ - ଦେହରେ; ଅସ୍ମିନ୍ - ଏହି; ମଧୁସୂଦନ - ହେ ମଧୁସୂଦନ; ପ୍ରୟାଣ କାଳେ - ମୃତ୍ୟୁ ସମୟରେ; ଚ - ଏବଂ; କଥଂ - କିପରି; ଜେ୍ଞୟଃ- ଜାଣିହେବ; ଅସି - ଆପଣ; ନିୟତ ଆତ୍ମଭିଃ - ଆତ୍ମଜୟୀମାନଙ୍କ ଦ୍ୱାରା ।
BG 8.1-2: ଅର୍ଜୁନ କହିଲେ: ହେ ପୁରୁଷୋତ୍ତମ! ବ୍ରହ୍ମ କ’ଣ (ପରମ ସତ୍ୟ), ଆଧ୍ୟାତ୍ମ କ’ଣ ( ଜୀବାତ୍ମା) ଏବଂ କର୍ମ କ’ଣ? ଅଧିଭୂତ କାହାକୁ କୁହାଯାଏ ଏବଂ ଆଧିଦୈବ୍ୟ କିଏ? ଶରୀରରେ ଅଧିଯଜ୍ଞ କିଏ ଏବଂ ସେ ଅଧିଯଜ୍ଞ କିପରି ଅଟନ୍ତି? ହେ ଶ୍ରୀକୃଷ୍ଣ! ଏକାଗ୍ରଚିତ୍ତ ଯୋଗୀମାନେ ମୃତ୍ୟୁ ସମୟରେ କିପରି ଭାବରେ ଆପଣଙ୍କୁ ଜାଣନ୍ତି?
ଅର୍ଜୁନ ଉବାଚ
କିଂ ତଦ୍ ବ୍ରହ୍ମ କିମଧ୍ୟାତ୍ମଂ କିଂ କର୍ମ ପୁରୁଷୋତ୍ତମ ।
ଅଧିଭୂତଂ ଚ କିଂ ପ୍ରୋକ୍ତମଧିଦୈବଂ କିମୁଚ୍ୟତେ ।।୧।।
ଅଧିଯଜ୍ଞଃ କଥଂ କୋଽତ୍ର ଦେହେଽସ୍ମିନ୍ ମଧୁସୂଦନ ।
ପ୍ରୟାଣକାଳେ ଚ କଥଂ ଜେ୍ଞୟୋଽସି ନିୟତାତ୍ମଭିଃ ।।୨।।
ଅର୍ଜୁନ କହିଲେ: ହେ ପୁରୁଷୋତ୍ତମ! ବ୍ରହ୍ମ କ’ଣ (ପରମ ସତ୍ୟ), ଆଧ୍ୟାତ୍ମ କ’ଣ ( ଜୀବାତ୍ମା) ଏବଂ କର୍ମ କ’ଣ? ଅଧିଭୂତ କାହାକୁ କୁହାଯାଏ ଏବଂ ଆଧିଦୈବ୍ୟ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ସପ୍ତମ ଅଧ୍ୟାୟର ଶେଷ ଭାଗରେ ଶ୍ରୀକୃଷ୍ଣ ବ୍ରହ୍ମ, ଅଧିଭୂତ, ଅଧ୍ୟାତ୍ମା, ଅଧିଦୈବ୍ୟ, ଅଧିଯଜ୍ଞ ଇତ୍ୟାଦି ଶବ୍ଦର ଅବତାରଣା କରିଛନ୍ତି । ଅର୍ଜୁନ ସେହି ସବୁ ଶବ୍ଦ ସମ୍ପର୍କରେ ଅଧିକ ଜାଣିବାକୁ ଇଚ୍ଛା କରୁଛନ୍ତି । ତେଣୁ ଏହି ଦୁଇଟି ଶ୍ଲୋକରେ ସେ ସାତ ଗୋଟି ପ୍ରଶ୍ନ ପଚାରିଛନ୍ତି । ଛଅଟି ଶବ୍ଦ ଶ୍ରୀକୃଷ୍ଣ କହିଥିବା ଶବ୍ଦ ଅଟେ । ସପ୍ତମ ପ୍ରଶ୍ନଟି ମୃତ୍ୟୁକାଳ ସମ୍ପର୍କରେ ଅଟେ । ଶ୍ଳୋକ ୭.୩୦ରେ ଶ୍ରୀକୃଷ୍ଣ ନିଜେ ଏହି ସବୁ ବିଷୟ ଉପସ୍ଥାପନ କରିଥିଲେ । ବର୍ତ୍ତମାନ ଅର୍ଜୁନ ଜାଣିବାକୁ ଇଚ୍ଛା କରୁଛନ୍ତି, ମୃତ୍ୟୁ ସମୟରେ ଜଣେ ବ୍ୟକ୍ତି ଭଗବାନଙ୍କର ସ୍ମରଣ କରିବେ କିପରି ।