ସର୍ବଦ୍ୱାରାଣି ସଂଯମ୍ୟ ମନୋ ହୃଦି ନିରୁଧ୍ୟ ଚ ।
ମୂଦ୍ର୍ଧ୍ନ୍ୟାଧାୟାତ୍ମନଃ ପ୍ରାଣମାସ୍ଥିତୋ ଯୋଗଧାରଣାମ୍ ।।୧୨।।
ସର୍ବଦ୍ୱାରାଣି - ଶରୀରର ସମସ୍ତ ଦ୍ୱାର; ସଂଯମ୍ୟ - ସଂଯତ କରି; ମନଃ -ମନକୁ; ହୃଦି - ହୃଦୟରେ; ନିରୁଧ୍ୟ - ନିରୋଧ କରି; ଚ - ମଧ୍ୟ; ମୂଦ୍ର୍ଧ୍ନି- ମସ୍ତିଷ୍କରେ; ଆଧାୟ - ସ୍ଥିର କରି; ଆତ୍ମାନଃ - ଆତ୍ମା; ପ୍ରାଣମ୍ - ପ୍ରାଣବାୟୁ; ଆସ୍ଥିତଃ - ଅବସ୍ଥିତ; ଯୋଗ ଧାରଣାମ୍- ଯୋଗାବସ୍ଥା ।
BG 8.12: ସମସ୍ତ ଇନ୍ଦ୍ରିୟ ଦ୍ୱାରକୁ ସଂଯମ କରି ଏବଂ ମନକୁ ହୃଦୟରେ ସ୍ଥିର କରି, ତତ୍ପଶ୍ଚାତ୍ ପ୍ରାଣବାୟୁକୁ ମସ୍ତିଷ୍କର ଉପରିଭାଗରେ ସ୍ଥିର କରି, ବ୍ୟକ୍ତି ସ୍ଥିର ଯୋଗିକ ଏକାଗ୍ରତାରେ ସ୍ଥିତ ରହିବା ଆବଶ୍ୟକ ।
ସର୍ବଦ୍ୱାରାଣି ସଂଯମ୍ୟ ମନୋ ହୃଦି ନିରୁଧ୍ୟ ଚ ।
ମୂଦ୍ର୍ଧ୍ନ୍ୟାଧାୟାତ୍ମନଃ ପ୍ରାଣମାସ୍ଥିତୋ ଯୋଗଧାରଣାମ୍ ।।୧୨।।
ସମସ୍ତ ଇନ୍ଦ୍ରିୟ ଦ୍ୱାରକୁ ସଂଯମ କରି ଏବଂ ମନକୁ ହୃଦୟରେ ସ୍ଥିର କରି, ତତ୍ପଶ୍ଚାତ୍ ପ୍ରାଣବାୟୁକୁ ମସ୍ତିଷ୍କର ଉପରିଭାଗରେ ସ୍ଥିର କରି, ବ୍ୟକ୍ତି ସ୍ଥିର ଯୋଗିକ ଏକାଗ୍ରତାରେ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଇନ୍ଦ୍ରିୟମାନଙ୍କ ମାଧ୍ୟମରେ ସଂସାର ମନ ମଧ୍ୟକୁ ପ୍ରବେଶ କରେ । ଆମେ ପ୍ରଥମେ କୌଣସି ବସ୍ତୁକୁ ଦେଖେ, ଶୁଣେ, ସ୍ପର୍ଶ କରେ, ଆସ୍ୱାଦନ କରେ ଓ ଆଘ୍ରାଣ କରେ । ତାପରେ ମନ ସେହିଁ ବସ୍ତୁର ଚିନ୍ତନ କରେ । ବାରମ୍ବାର ଚିନ୍ତନ କରିବା ଦ୍ୱାରା ଆସକ୍ତି ଜାତ ହୁଏ, ଯାହା ସେହି ବସ୍ତୁ ସମ୍ବନ୍ଧୀୟ ବିଚାର ସ୍ୱତଃ ଉତ୍ପନ୍ନ କରିଥାଏ । ତେଣୁ ମନକୁ ସଂସାର ଠାରୁ ଦୂରେଇ ରଖବା ପାଇଁ ଇନ୍ଦ୍ରିୟ ନିଗ୍ରହର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନଚେତ୍ ଧ୍ୟାନର ଅଭ୍ୟାସ କରିବାକୁ ଯାଇ ମନକୁ ଅନିୟନ୍ତ୍ରିତ ଇନ୍ଦ୍ରିୟମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ସାଂସାରିକ ବିଚାରର ପ୍ରବାହ ସହିତ ଯୁଦ୍ଧ କରିବାକୁ ପଡିଥାଏ । ସେଥିପାଇଁ ଶ୍ରୀକୃଷ୍ଣ ଶରୀରର ଦ୍ୱାରମାନଙ୍କରେ ସୁରକ୍ଷା ବନ୍ଦୋବସ୍ତ କରିବାର ନିର୍ଦ୍ଦେଶ ଦେଉଛନ୍ତି । ସର୍ବ ଦ୍ୱାରାଣି ସଂଯମ୍ୟ ଶବ୍ଦର ଅର୍ଥ ଶରୀରର ପ୍ରବେଶ ଦ୍ୱାରକୁ ନିୟନ୍ତ୍ରିତ କରିବା । ଅର୍ଥାତ୍ ଇନ୍ଦ୍ରିୟ ମାନଙ୍କୁ ବର୍ହିମୁଖ ହେବାର ସହଜାତ ଅଭ୍ୟାସରୁ ବିରତ କରିବା । ହୃଦି ନିରୁଧ୍ୟ ଅର୍ଥ “ମନକୁ ହୃଦୟରେ ସ୍ଥିର କରିବା”ଅର୍ଥାତ୍ ସମସ୍ତ ଆଧ୍ୟାତ୍ମିକ ଅନୁଭୂତିକୁ ମନରୁ ହୃଦୟ ମଧ୍ୟକୁ ପ୍ରେରିତ କରିବା, ଯେଉଁଠାରେ ଅକ୍ଷର ବ୍ରହ୍ମ ବିରାଜମାନ କରିଥାଆନ୍ତି । ଯୋଗ-ଧାରଣାମ୍ ର ଅର୍ଥ “ମନକୁ ଭଗବାନଙ୍କ ସହିତ ଯୋଗ କରିବା” ଅର୍ଥାତ୍ ପୂର୍ଣ୍ଣ ଏକାଗ୍ରତାର ସହିତ ତାଙ୍କର ଧ୍ୟାନ କରିବା ।