ଓମିତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରନ୍ ମାମନୁସ୍ମରନ୍ ।
ଯଃ ପ୍ରୟାତି ତ୍ୟଜନ୍ ଦେହଂ ସ ଯାତି ପରମାଂ ଗତିମ୍ ।।୧୩।।
ଓଁ - ନିରାକାର ବ୍ରହ୍ମଙ୍କୁ ସୂଚିତ କରୁଥିବା ପବିତ୍ର ଧ୍ୱନି; ଇତି - ଏହି ପ୍ରକାରେ; ଏକ ଅକ୍ଷରଂ - ପରମ ଅକ୍ଷର ; ବ୍ରହ୍ମ- ପରମ ସତ୍ୟ; ବ୍ୟାହରନ୍ - ଜପ କରି; ମାମ୍ - ମୋତେ (ଶ୍ରୀକୃଷ୍ଣ); ଅନୁସ୍ମରନ୍ - ସ୍ମରଣ କରି; ଯଃ - ଯିଏ; ପ୍ରୟାତି - ତ୍ୟାଗ କରେ; ତ୍ୟଜନ୍ - ତ୍ୟାଗ କରି; ଦେହଂ - ଏହି ଶରୀର; ସଃ - ସେ; ଯାତି - ପ୍ରାପ୍ତ ହୁଏ; ପରମାଂ - ପରମ; ଗତିମ୍ - ଲକ୍ଷ୍ୟସ୍ଥଳକୁ ।
BG 8.13: ଯେଉଁ ବ୍ୟକ୍ତି ମୋତେ ଅଥବା ପରମ ପୁରୁଷ ଭଗବାନଙ୍କୁ ସ୍ମରଣ କରି ଏବଂ ଓଁକାର ମନ୍ତ୍ର ଉଚ୍ଚାରଣ କରି ଶରୀର ତ୍ୟାଗ କରେ, ସେ ନିଜର ପରମ ଚରମ ଲକ୍ଷ୍ୟ ପ୍ରାପ୍ତ କରେ ।
ଓମିତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରନ୍ ମାମନୁସ୍ମରନ୍ ।
ଯଃ ପ୍ରୟାତି ତ୍ୟଜନ୍ ଦେହଂ ସ ଯାତି ପରମାଂ ଗତିମ୍ ।।୧୩।।
ଯେଉଁ ବ୍ୟକ୍ତି ମୋତେ ଅଥବା ପରମ ପୁରୁଷ ଭଗବାନଙ୍କୁ ସ୍ମରଣ କରି ଏବଂ ଓଁକାର ମନ୍ତ୍ର ଉଚ୍ଚାରଣ କରି ଶରୀର ତ୍ୟାଗ କରେ, ସେ ନିଜର ପରମ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
‘ପ୍ରଣବ’ କୁହାଯାଉଥିବା ପବିତ୍ର ଓଁକାର ଧ୍ୱନି, ବ୍ରହ୍ମଙ୍କର (ନିର୍ଗୁଣ ନିରାକ୍ଷର ବ୍ରହ୍ମ) ଶାବ୍ଦିକ ପରିପ୍ରକାଶକୁ ସୂଚିତ କରିଥାଏ । ସୁତରାଂ, ଏହା ଭଗବାନଙ୍କ ପରି ଅବିନଶ୍ୱର ଅଟେ । ଶ୍ରୀକୃଷ୍ଣ ଏଠାରେ ଅଷ୍ଟାଙ୍ଗ ଯୋଗ ସାଧନା ଅନ୍ତର୍ଗତ ଧ୍ୟାନ ବିଧିର ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି, କଠୋର ସଂଯମ ଏବଂ ବ୍ରହ୍ମଚର୍ଯ୍ୟ ପାଳନ କରିବା ପାଇଁ ମନକୁ ଭଗବାନଙ୍କ ଠାରେ କେନ୍ଦ୍ରିତ କରି ଓଁ ଶବ୍ଦର ଉଚ୍ଚାରଣ କରିବା ଉଚିତ । ବୈଦିକ ଶାସ୍ତ୍ରମାନଙ୍କରେ ଓଁ ଶବ୍ଦକୁ ‘ଅନାହତ ନାଦ’ କୁହାଯାଇ ଥାଏ । ଏହା ସମଗ୍ର ସୃଷ୍ଟିରେ ବ୍ୟାପ୍ତ ଏବଂ ସାଧନ ସମ୍ପନ୍ନ ଯୋଗୀ ମାନେ ଏହାକୁ ଶୁଣି ପାରନ୍ତି ।
ବାଇବେଲ୍ କହେ “ପ୍ରାରମ୍ଭରେ ଭଗବାନଙ୍କ ସହିତ ଗୋଟିଏ ‘ଶବ୍ଦ’ ଥିଲା ଏବଂ ସେହି ଶବ୍ଦଟି ଥିଲା ‘ଭଗବାନ’ (ଜନ୍ ୧:୧) । ବେଦଶାସ୍ତ୍ର ମଧ୍ୟ କହେ ଯେ ସର୍ବପ୍ରଥମେ ଭଗବାନ ଶବ୍ଦ ସୃଷ୍ଟି କଲେ, ଶବ୍ଦରୁ ଆକାଶ, ତତ୍ପଶ୍ଚାତ୍ ସୃଷ୍ଟିର ପ୍ରକ୍ରିୟାରେ ଅଗ୍ରସର ହେଲେ । ସେହି ମୂଳ ଶବ୍ଦଟି ‘ଓଁ’ ଥିଲା । ସେଥିପାଇଁ ବୈଦିକ ଦର୍ଶନ ଏହାକୁ ବହୁତ ଗୁରୁତ୍ୱ ଦେଇଥାଏ । ଏହାକୁ ବେଦର ମହାବାକ୍ୟ ବା ବିରାଟ ଶବ୍ଦ ତରଙ୍ଗ କୁହାଯାଏ । ଏହାକୁ ବୀଜମନ୍ତ୍ର ମଧ୍ୟ କୁହାଯାଏ, କାରଣ ଅନେକ ସମୟରେ ‘ହ୍ରୀଂ’ ‘କ୍ଳୀଂ’ ପରି ବେଦମନ୍ତ୍ରର ପ୍ରାରମ୍ଭରେ ଏହାକୁ ସଂଯୁକ୍ତ କରାଯାଇଥାଏ । ଓଁ ଧ୍ୱନି ତିନୋଟି ଅକ୍ଷରର ସମାହାର ଅଟେ । ଅ...ଉ...ମ । ଓଁର ସଠିକ୍ ଉଚ୍ଚାରଣ କରିବାକୁ ଯାଇ ବ୍ୟକ୍ତି ଅ ଶବ୍ଦଟିକୁ ଉନ୍ମୁକ୍ତ ଗଳା ଓ ମୁଖରେ ଉଦରରୁ ଆରମ୍ଭ କରିଥାଏ । ଉ ଶବ୍ଦର ଉଚ୍ଚାରଣ ମୁଖର ମଧ୍ୟଭାଗରେ ସୃଷ୍ଟି ହୋଇ, ମୁଖ ବନ୍ଦ କରି ‘ମ’ ଶବ୍ଦର ଉଚ୍ଚାରଣ ସହିତ କ୍ରମଟି ଶେଷ ହୋଇଥାଏ । ଅ...ଉ...ମର ସମୀକ୍ଷା ଅନେକ ପ୍ରକାରରେ କରାଯାଇ ଥାଏ । ଭକ୍ତମାନଙ୍କ ପାଇଁ, ଓଁ ଭଗବାନଙ୍କର ନିରାକାର ସ୍ୱରୂପର ନାମ ଅଟେ ।
ଅଷ୍ଟାଙ୍ଗ ଯୋଗ ସାଧନାରେ ଏହି ପ୍ରଣବ ଶବ୍ଦର ଧ୍ୟାନ କରାଯାଇ ଥାଏ । ଭକ୍ତିଯୋଗରେ ଭକ୍ତ ଭଗବାନଙ୍କର ନାମ ଯେପରି କି ରାମ, କୃଷ୍ଣ, ଶିବ ଇତ୍ୟାଦିଙ୍କର ଧ୍ୟାନ କରିବାକୁ ପସନ୍ଦ କରନ୍ତି, କାରଣ ଏଥିରେ ଭଗବତ୍ ଆନନ୍ଦର ମାଧୁର୍ଯ୍ୟ ଭରି ରହିଥାଏ । ଏହି ଦୁଇ ପ୍ରକାରର ଅନୁଭୂତି ମଧ୍ୟରେ ଥିବା ପାର୍ଥକ୍ୟ ଗର୍ଭରେ ଶିଶୁକୁ ଧାରଣ କରିବା ଏବଂ କୋଳରେ ଶିଶୁକୁ ଧରିବା ପରି ଅଟେ । କୋଳରେ ଶିଶୁକୁ ଧରିବା ଗର୍ଭରେ ତାହାକୁ ଧାରଣ କରିବାର ଅନୁଭୂତି ଠାରୁ ଅଧିକ ମଧୁର ଅଟେ ।
ଧ୍ୟାନର ଅନ୍ତିମ ନିର୍ଣ୍ଣୟ ମୃତ୍ୟୁ ଅଟେ । ଯେଉଁମାନେ ମୃତ୍ୟୁର ଅସହ୍ୟ କଷ୍ଟ ସତ୍ତେ ମନକୁ ଭଗବାନଙ୍କ ଠାରେ କେନ୍ଦ୍ରିତ କରି ପାରନ୍ତି, ସେମାନେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯାଆନ୍ତି । ଶରୀର ତ୍ୟାଗ କରି ସେମାନେ ନିଜର ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି । ଏହା ଅତ୍ୟନ୍ତ ଦୁରୂହ ଅଟେ ଏବଂ ସେଥିପାଇଁ ଜୀବନବ୍ୟାପୀ ସାଧନା ଆବଶ୍ୟକ । ପରବର୍ତ୍ତୀ ଶ୍ଲୋକରେ, ଶ୍ରୀକୃଷ୍ଣ ସେହି ସାଧନାରେ ନିପୁଣ ହେବାର ସହଜ ଉପାୟ ନିର୍ଦ୍ଦେଶ କରୁଛନ୍ତି ।